ନୂଆଦିଲ୍ଲୀ:ଆଜି(ଶନିବାର) ଆରମ୍ଭ ହୋଇଛି ଭାରତୀୟଙ୍କ ପାରମ୍ପରିକ ନବବର୍ଷ । ଆଜି ନବରାତ୍ରିର ପ୍ରଥମ ଦିନ ହୋଇଥିବା ବେଳେ ଶ୍ରଦ୍ଧାଳୁ ମା' ଦୂର୍ଗାଙ୍କୁ ଆରାଧନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନବରାତ୍ରି ଶୁଭାରମ୍ଭର ଶୁଭେଚ୍ଛା ଜଣାଇଛନ୍ତି । ଏହି ପର୍ବକୁ ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଇଥାଏ । ପ୍ରଧାନମନ୍ତ୍ରୀ ମୋଦି ଏ ନେଇ ଟ୍ବିଟ କରି ସଭିଙ୍କ ଜୀବନରେ ମା' ଶକ୍ତି ଭରି ଦିଅନ୍ତୁ ବୋଲି ସେ କାମନା କରିଛନ୍ତି ।
ଏ ନେଇ ମୋଦି ଟ୍ବିଟ କରି ଲେଖିଛନ୍ତି ଯେ, " ଦେଶବାସୀଙ୍କୁ ନବରାତ୍ରିର ହାର୍ଦ୍ଦିକ ଶୁଭେଚ୍ଛା । ମହାଶକ୍ତିଙ୍କୁ ଏହି ପର୍ବରେ ଆରାଧନା କରାଯାଉଥିବା ବେଳେ ମା' ସଭିଙ୍କ ଜୀବନରେ ଅଶେଷ ଶକ୍ତି ଭରି ଦିଅନ୍ତୁ । ବିକ୍ରମ ସମ୍ବତ ସଭିଙ୍କ ଜୀବନରେ ନୂତନ ଆଶା ଏବଂ ଉତ୍ସାହ ଆଣି ଦିଅନ୍ତୁ । " ଏହି ପବିତ୍ର ଦିବସରେ ଦେଶବାସୀଙ୍କ ପାଇଏଁ ଏପରି କାମନା କରିଛନ୍ତି ମୋଦି । ଏହାସହିତ ମୋଦି ଉଗାଡ଼ି, ଛେତି ଚାନ୍ଦ, ଗୁଡି ପଡୱା, ନବରେହ ପର୍ବ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଏଭଳି ଅନେକ ନାମରେ ଦେଶବାସୀ ପାରମ୍ପରିକ ନବବର୍ଷକୁ ପାଳନ କରିଥାନ୍ତି ।