ନୂଆଦିଲ୍ଲୀ:ଆଜି ପବିତ୍ର 'ଭାଇ ଦୁଜ୍' ପର୍ବ । ଭାଇ-ଭଉଣୀଙ୍କ ସ୍ନେହର ପର୍ବ 'ଭାଇ ଦୁଜ୍' । ଏହାକୁ ଭାଇ ଦ୍ବିତୀୟା ମଧ୍ୟ କୁହାଯାଏ । ଏହି ଦିନରେ ଭଉଣୀ ଭାଇର ଶୁଭ ମନାସିବା ସହ ଦିର୍ଘାୟୁ କାମନା କରି ପୂଜା କରିଥାନ୍ତି । ଏହି ପର୍ବ ଦୀପାବଳିର ଦୁଇ ଦିନ ପରେ କାର୍ତ୍ତିକ ଶୁକ୍ଳ ପକ୍ଷର ଦ୍ୱିତୀୟ ତିଥିରେ ପାଳନ କରାଯାଇଥାଏ ।
ଭାଇକୁ ଯମଦୋଷରୁ ମୁକ୍ତି ପାଇଁ ଆଜିର ଦିନରେ ଯମରାଜଙ୍କୁ ପୂଜା କରିଥାଏ ଭଉଣୀ । ଏହିଦିନ ଭାଇ ଭଉଣୀ ଘରକୁ ଯାଇ ଭୋଜନ କରିବା ଦ୍ବାରା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ । ଏହି ଦିନ ଭଉଣୀ ମାନେ ନିଜ ଭାଇର ଦୀର୍ଘ ଜୀବନ କାମନା କରିଥାନ୍ତି । ଏହାସହ ସାରା ଜୀବନ ଖୁସିରେ ରଖିବା ପାଇଁ ପ୍ରାର୍ଥନା କରନ୍ତି । ତେବେ ଭଉଣୀର ନିଷ୍ଠାପର ପୂଜା ପରେ ଭାଇ ଭଉଣୀକୁ ସୁନ୍ଦର ଉପହାର ମଧ୍ୟ ଦେଇଥାନ୍ତି । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ''ସମସ୍ତଙ୍କୁ ପବିତ୍ର ଭାଇ ଦୁଜର ଶୁଭେଚ୍ଛା ଓ ଅଭିନନ୍ଦନ'' ବୋଲି ଟ୍ବିଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ।