ନୂଆଦିଲ୍ଲୀ: ଭାରତରେ ମହାମାରୀ କୋରୋନା ଦ୍ବିତୀୟ ଲହରୀର ଭୟାବହ ସ୍ଥିତି । କୋରୋନା ମୁକାବିଲା ପାଇଁ କ୍ରମାଗତ ଅଧିକାରୀ, ଜିଲ୍ଲାପାଳ, ରାଜ୍ୟ ସରକାର ଓ ମେଡିକାଲ ଷ୍ଟାଫଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ଶୁକ୍ରବାର ନିଜ ସଂସଦୀୟ କ୍ଷେତ୍ର ବାରାଣାସୀରେ ମେଡିକାଲ ଷ୍ଟାଫ, ଆଗଧାଡିର କୋଭିଡ ଯୋଦ୍ଧାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ଶୁକ୍ରବାର ଭିସି ଯୋଗେଁ ଆଲୋଚନା ସମୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେବା ସହ ଭାବୁକ ହୋଇଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୁହରେ ଛଳଛଳ ହୋଇଯାଇଥିଲା ପ୍ରଧାନମନ୍ତ୍ରୀଙ୍କ ଆଖି ।