ଓଡିଶା

odisha

ETV Bharat / bharat

ଦେଶର ସଂକଳ୍ପ-ସାମର୍ଥ୍ୟର ପ୍ରତୀକ ବନ୍ଦେ ଭାରତ ଏକ୍ସପ୍ରେସ: ପ୍ରଧାନମନ୍ତ୍ରୀ - ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦେଶର ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ ଭାବେ ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ଚଳାଚଳର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Secunderabad Visakhapatnam Vande Bharat Express
ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

By

Published : Jan 15, 2023, 1:50 PM IST

ନୂଆଦିଲ୍ଲୀ:ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଉପହାର । ପୋଙ୍ଗଲରେ ରାଜ୍ୟବାସୀଙ୍କୁ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ ଭାବେ ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ଚଳାଚଳର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଭିସି ଜରିଆରେ ପତାକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସ ଏକପ୍ରକାର ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ସଂସ୍କୃତି ଏବଂ ବିକାଶକୁ ଯୋଡିବ । ଜୀବନରୁ ସହଜ କରିବ । ପର୍ଯ୍ୟଟନ ଓ ଅର୍ଥନୀତିକୁ ବଳ ଯୋଗାଇବ ବନ୍ଦେ ଭାରତ ଏକ୍ସପ୍ରେସ । ସିକନ୍ଦରାବାଦରୁ ବିଶାଖାପାଟଣା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଲାଭବାନ ହେବେ । ଏହି ଟ୍ରେନ ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ଥିବା ଦୂରତାକୁ ମଧ୍ୟ କମ କରିବ । ବନ୍ଦେ ଭାରତ ଏକ୍ସପ୍ରେସର ଏକ ବିଶେଷତ୍ବ ରହିଛି । ଏହା ନୂଆ ଭାରତର ସଂକଳ୍ପ ଏବଂ ସାମର୍ଥ୍ୟର ପ୍ରତୀକ । ଏହା ସେହି ଭାରତର ପ୍ରତୀକ ଯାହା ଦ୍ରୁତ ପରିବର୍ତ୍ତନ ରାସ୍ତାରେ ଅଛି । ସେହି ଭାରତ ଯାହା ତାର ସ୍ବପ୍ନ, ଆକାକ୍ଷାଂକୁ ନେଇ ଦ୍ରୁତ ଗତିରେ ଲକ୍ଷ୍ୟପଥରେ ଆଗକୁ ବଢୁଛି ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ବନ୍ଦେ ଭାରତ ଏକ୍ସପ୍ରେସ ସେହି ଭାରତର ପ୍ରତୀକ ଯାହା ତାର ସମସ୍ତ ନାଗରିକଙ୍କୁ ଉତ୍ତମ ସୁବିଧା ଦେବାକୁ ଚାହେଁ । ଗୁଲାମି ମାନସିକତାରୁ ବାହାରି ଆତ୍ମନିର୍ଭର ପଥରେ ଆଗକୁ ବଢୁଛି । ଯୋଗାଯୋଗ ସହ ଜଡିତ ଭିତ୍ତିଭୂମି କେବେଳ ଦୁଇ ସ୍ଥାନକୁ ଯୋଡେ ନାହିଁ ସ୍ବପ୍ନକୁ ସତ ସହ ଯୋଡିଥାଏ । ଆଜି ଭାରତୀୟ ରେଳରେ ଯାତ୍ରା କରିବା ଏକ ସୁଖଦ ଅନୁଭବ ହେଉଛି । ଦେଶରେ ଅନେକ ଷ୍ଟେସନ ଏମିତି ଅଛି ଯେଉଁଠି ଏବେ ଆଧୁନିକ ଭାରତର ଛବି ଦେଖିବାକୁ ମିଳୁଛି ।''

ଏହା ବି ପଢନ୍ତୁ...Pakistan Food Crisis: ଭୋକରେ ଆଉଟୁପାଉଟୁ ପାକିସ୍ତାନ, ଅଟା ଟ୍ରକ ପଛରେ ଗୋଡାଇଲେ ଲୋକେ

ସୂଚନାଅନୁସାରେ,ଏହି ଟ୍ରେନ ସିକନ୍ଦରବାଦଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚାଲିବ । ୱାରଙ୍ଗଲ, ଖମାମ, ବିଜୟୱାଡା, ଓ ରାଜମୁଣ୍ଡ୍ରୀରେ ଏହାର ଷ୍ଟପେଜ ହେବ । ସିକନ୍ଦରବାଦ ଠାରୁ ବିଶାଖାପାଟଣା ୭୦୦ କିମି ରାସ୍ତାକୁ ୮ ଘଣ୍ଟାରେ ଅତିକ୍ରମ କରିବ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଏଥିରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ଯାତ୍ରା କରିବେ ଯାତ୍ରୀ । ଏହାର ଅନୁଭୂତି ମଧ୍ୟ ନିଆରା ରହିବ ।

ABOUT THE AUTHOR

...view details