ଭୋପାଳ:ରେଳ ଯାତ୍ରା ହେବ ସହଜ ଓ ଆରାମଦାୟକ । ଗୋଟିଏ ଦିନରେ ଦେଶକୁ ମିଳିଲା 5ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ବିଦେଶ ଗସ୍ତରୁ ଫେରି ଦିନିକିଆ ମଧ୍ୟପ୍ରଦେଶ ଗସ୍ତ କରି ଦେଶବାସୀଙ୍କୁ ଦିନକରେ 5ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୋପାଳର ରାନି କମଳାପତି ରେଳ ଷ୍ଟେସନରୁ ସବୁଜ ପତାକା ଦେଖାଇ 5ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ମିଶାଇ ଦେଶରେ 23ଟି ବନ୍ଦେ ଭାରତ ଏକ୍ସପ୍ରେସ ହୋଇଛି ।
ପୂର୍ବାହ୍ନ 10ଟା 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳର ରାନି କମଳାପତି ରେଳ ଷ୍ଟେସନରୁ ସବୁଜ ପତାକା ଦେଖାଇ 5ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ ହୋଇଥିବା 5ଟି ବନ୍ଦେ ଭାରତ ଏକ୍ସପ୍ରେସଗୁଡିକ ହେଉଛି, ଗୋଆ-ମୁମ୍ବାଇ, ପାଟନା-ରାଞ୍ଚି, ଭୋପାଳ-ଇନ୍ଦୋର, ଭୋପାଳ-ଜବଲପୁର ଓ ବେଙ୍ଗାଲୁରୁ-ହୁବୁଳି-ଧାରୱାନ । ଏହାକୁ ମିଶାଇ ଦେଶରେ ମୋଟ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା 23ରେ ପହଞ୍ଚିଛି । ରେଳଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ଅନୁଭବ ଦେବା ଲାଗି ବିଶେଷ ଭାବରେ ଏହି ଟ୍ରେନର ଡିଜାଇନ କରାଯାଇଛି । ଟ୍ରେନ ସିଟଗୁ଼ଡିକ ମୁଭେବଲ ରହିଥିବା ବେଳେ ଅତ୍ୟାଧୁନିକ ସୁବିଧା ରହିଛି । ରେଳ ଯାତ୍ରାକୁ ସହଜ ଓ ଆରାମଦାୟକ କରିବାକୁ ଦେଶବାସୀଙ୍କୁ ଏହି ଟ୍ରେନ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଭାରତୀୟ ରେଲୱେ ପାଇଁ ଏହା ଏକ ବଡ ଉପଲବ୍ଧି ସାବ୍ୟସ୍ତ ହୋଇଛି । ଭୋପାଳ-ଇନ୍ଦୋର ମଧ୍ୟରେ ବନ୍ଦେ ଭାରତ ଟ୍ରେନ ଏକ୍ସପ୍ରେସରେ ଯାତ୍ରା ଏବେ 3 ଘଣ୍ଟାରେ ପୂରଣ ହେବ । 5ଟି ବନ୍ଦେ ଭାରତ ଏକ୍ସପ୍ରେସ ମୁମ୍ବାଇରୁ ଗୋଆ, ବେଙ୍ଗାଲୁରୁ ହୁବ୍ଳି, ପାଟଣାରୁ ରଞ୍ଚି, ଭୋପାଳରୁ ଇନ୍ଦୋର ଓ ଭୋପାଳରୁ ଜବଲପୁର ଓ ଭୋପାଳରୁ ଇନ୍ଦୋର ମଧ୍ୟରେ ଚାଲିବ । ମେକ ଇନ ଇଣ୍ଡଆ ପଲିସିରେ ଏହି ସେମି ହାଇସ୍ପିଡ ଟ୍ରେନକୁ ଭାରତୀୟ ରେଳବାଇରେ ସାମିଲ କରାଯାଇଛି । ଏହି ଟ୍ରେନ ଜରିଆରେ ବିଭିନ୍ନ ସହରରେ ଯୋଗାଯୋଗ ରକ୍ଷା କରାଯାଉଛି । ଟ୍ରେନ ଶୁଭାରମ୍ଭ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ ।