ଓଡିଶା

odisha

ETV Bharat / bharat

ରେଳ ଯାତ୍ରାରେ ନୂଆ ଅଧ୍ୟାୟ, ଦେଶର ପ୍ରଥମ ରାପିଡ ଟ୍ରେନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ - ଦେଶର ପ୍ରଥମ ରାପିଡେକ୍ସ ଟ୍ରେନ

ଆଜିଠୁ ଦେଶରେ ଗ଼ଡିଲା ନେମା ଭାରତ ରାପିଡିକ୍ସ ଟ୍ରେନ । ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

RapidX train
RapidX train

By ETV Bharat Odisha Team

Published : Oct 20, 2023, 12:52 PM IST

Indias first Rapid train

ନୂଆଦିଲ୍ଲୀ: NSRରେ ଯାତାୟତର ନୂଆ ଅଧ୍ୟାୟ ଲେଖା ହୋଇଛି । ଭାରତର ଯୋଗାଯୋଗ ବ୍ୟବସ୍ଥାରେ କ୍ରାନ୍ତି । ଗଡିଲା ନେମା ଭାରତ ରାପିଡିକ୍ସ ଟ୍ରେନ । ଦେଶର ପ୍ରଥମ ଦ୍ରୁତ ରେଳ ସେବା ଦିଲ୍ଲୀ-ମେରଟ ରାପିଡ ଟ୍ରାଞ୍ଜିଟ ସିଷ୍ଟମ (RRTS)ର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘଣ୍ଟା ପ୍ରତି 160 କିମି ବେଗରେ ଚାଲିବ ନମୋ ଭାରତ ରାପିଡକ୍ସ । ପ୍ରାରମ୍ଭିକ ଭାବେ 17କିମି ଲମ୍ବା ରୁଟରେ ଚଳାଚଳ କରିବ । ଗାଜିଆବାଦର ବସୁନ୍ଦରା ସେକ୍ଟର 8 ଷ୍ଟେସନରୁ ନମୋ ଭାରତ ରାପିଡ ଟ୍ରେନକୁ ସବୁଜ ପତାକା ଦେଖାଇ ଏହି ଟ୍ରେନ ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲିଠୁ ସାଧାରଣ ଲୋକଙ୍କ ପାଇଁ ଏହି ଟ୍ରେନ ସେବା ମିଳିବ ।

ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମିରଟ କରିଡରର ସହିଦାବାଦରୁ ଦୁହାଇ ଡିପୋ ଯାଏଁ 17 କିମି ଯାତ୍ରା କରିବ । 12 ମିନିଟରେ ଏହି ଯାତ୍ରା ସମ୍ପୂର୍ଣ୍ଣ ହେବ । ଏହି କରିଡର ଲମ୍ବ 82 କିମି ରହିଛି । ଯାହାର 14କିମି ଭାଗ ଦିଲ୍ଲୀ ଏବଂ 68 କିମି ଭାଗ ଉତ୍ତରପ୍ରଦେଶରେ ରହିଛି । ଭାରତର ଯୋଗାଯୋଗ ବ୍ୟବସ୍ଥାର ଏହା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ଦିଲ୍ଲୀ ଏନସିଆର ସହ ଯୋଗଯୋଗରେ ପରିବର୍ତ୍ତନ ହେବ । ରେଳପଥରେ ମେଟ୍ରୋ ପରି ଦ୍ରୁତ ତଥା ଆରାମଦାୟକ ସେବା ମିଳିବ ଯାହା ସାଧାରଣ ରେଳ ସେବା ପରିବର୍ତ୍ତେ ଅଧିକ ଦୃତତ୍ତର ହେବା । 2019 ରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ-ଗାଜିଆବାଦ-ମେରଟ ରାପିଡ ରେଲ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । 2025 ସୁଦ୍ଧା ସମ୍ପୂର୍ଣ୍ଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅତ୍ଯାଧୁନିକ ହାଇସ୍ପିଡ୍‌ ରାପିଡେକ୍ସ ଟ୍ରେନ୍‌ ଚଳାଚଳରେ ମହିଲାଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିବ । ଏହି ଟ୍ରେନ ଚଳାଚଳାରେ ମହିଳା କର୍ମଚାରୀଙ୍କ ଭାଗିଦାରୀ ପୁରୁଷ କର୍ମଚାରୀଙ୍କଠୁ ଅଧିକ ।

ଏହା ବି ପଢନ୍ତୁ...ଗ୍ଲୋବାଲ ମାରିଟାଇମ ଭାରତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଭାରତକୁ ନେଇ ନୂଆ ଆକାଂକ୍ଷା ଦେଖିଛି ବିଶ୍ବ

ରାପିଡ ଟ୍ରେନର ବିଶେଷତ୍ତ୍ବ:

  • ଇଲେକ୍ଟ୍ରିଟ୍‌ ଟ୍ରାକସନ୍‌ ପଦ୍ଧତିରେ ଗଡ଼ିବ ଟ୍ରେନ୍‌ ।
  • ପ୍ରକଳ୍ପର ମୋଟ ଲମ୍ବ 82 କିଲୋମିଟର ରହିଛି ।
  • ପ୍ରାରମ୍ଭିକ ଭାବେ 17କିମି ଲମ୍ବା ରୁଟ୍‌ରେ ଚଳାଚଳ କରିବ ।
  • ପ୍ରଥମ ପର୍ଯ୍ୟାୟରେ ସାହିବାବାଦ, ଗାଜିଆବାଦ, ଗୁଲଧର, ଦୁହି ଓ ଦୁହି ଟର୍ମିନାଲରେ ଟ୍ରେନ୍‌ ରହଣି ।
  • ଘଣ୍ଟାପ୍ରତି 160ରୁ 180 କିମି ବେଗରେ ଗତି କରିବ ଟ୍ରେନ ।
  • ଦିଲ୍ଲୀ ମେରଟ ଗାଜିଆବାଦ କରିଡରରେ ଯାତ୍ରା କରିବ ।
  • ଏହି ଅତ୍ୟାଧୁନିକ ଟ୍ରେନଗୁଡିକରେ 6ଟି କୋଚ ରହିଛି ।
  • ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ଏହା ନିର୍ମାଣ ହୋଇଛି ।
  • ମହିଳାଙ୍କ ହାତରେ ରହିବ ଏହି ଟ୍ରେନ ଚଳାଚଳର କମାଣ ।

ABOUT THE AUTHOR

...view details