ଓଡିଶା

odisha

ETV Bharat / bharat

ଦେଶର ଭବିଷ୍ୟତ ଗଢିବାରେ କେନ୍ଦ୍ରୀୟ ବିଦ୍ୟାଳୟର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା: ମୋଦି - କେନ୍ଦ୍ରୀୟ ବିଦ୍ୟାଳୟର ଡାଏମଣ୍ଡ ଜୁବୁଲି

Kendriya Vidyalaya Diamond jubilee: ଡାଏମଣ୍ଡ ଜୁବୁଲି ପାଳିଲା କେନ୍ଦ୍ରୀୟ ବିଦ୍ୟାଳୟ । ସୋସିଆଲ ମିଡିଆ ପୋଷ୍ଟରେ ଶିକ୍ଷାନୁଷ୍ଠାନର ଅବଦାନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Narendra Modi
PM Narendra Modi

By ETV Bharat Odisha Team

Published : Dec 15, 2023, 7:49 PM IST

ନୂଆଦିଲ୍ଲୀ:କେନ୍ଦ୍ରୀୟ ବିଦ୍ୟାଳୟ ୬୦ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଡାଏମଣ୍ଡ ଜୁବୁଲି ପାଳନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷାନୁଷ୍ଠାନର ଛାତ୍ର, କର୍ମଚାରୀ, ଶିକ୍ଷକ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଶିକ୍ଷାନୁଷ୍ଠାନ ଦେଶର ଭବିଷ୍ୟତ ଗଢିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମୋଦି କହିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ X ସାଇଟରେ ଏକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।

କେନ୍ଦ୍ରୀୟ ବିଦ୍ୟାଳୟର ଏହି ଦୀର୍ଘ ବର୍ଷର ଯାତ୍ରା ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, "କେନ୍ଦ୍ରୀୟ ବିଦ୍ୟାଳୟ ତାର ଡାଏମଣ୍ଡ ଜୁବୁଲି ପାଳନ କରୁଥିବା ବେଳେ ଏହାର ଛାତ୍ରଛାତ୍ରୀ, କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଅପୂର୍ବ ସଫଳତାକୁ ସେଲିବ୍ରେଟ କରିବାର ସମୟ ଆସିଛି ।" ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ଶିକ୍ଷାନୁଷ୍ଠାନ ଅନେକ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ଲାଗି ସାହାଯ୍ୟ କରିଛି । ଫଳରେ ଛାତ୍ରଛାତ୍ରୀ କ୍ୟାରିଅର ଓ ଭବିଷ୍ୟତରେ ମଧ୍ୟ ବିକାଶ ଘଟିଛି ।

ଏହା ବି ପଢନ୍ତୁ- 50ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି, ଓଡିଶା ଭାଗରେ 4

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ବର୍ଷ ପରେ ବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଦେଶର ଭବିଷ୍ୟତ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଯାହାଦ୍ବାରା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ବିକାଶ ଘଟିଛି ।" ସୂଚନା ଥାଉ କି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ହେଉଛି କେନ୍ଦ୍ର ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ । ଏହା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ରହିଛି ।

ଏହା ବି ପଢନ୍ତୁ- ପିଏମଶ୍ରୀ ତାଲିକାରେ ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟ: ବଦଳିବ ରୂପରେଖ, ଶିକ୍ଷାରେ ଆସିବ ସଂସ୍କାର

ଏକ ତଥ୍ୟ ଅନୁସାରେ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଭାରତରେ ୧୨୫୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଥିବା ବେଳେ ନେପାଳର କାଠମାଣ୍ଡୁ, ଋଷିଆର ରାଜଧାନୀ ମସ୍କୋ ଓ ଇରାନର ତେହରାନରେ ରହିଛି । ବିଶ୍ବରେ ଏହି ଶିକ୍ଷାନୁଷ୍ଠାନ ଅନେକ ସ୍ଥାନରେ ରହିଥିବା ବେଳେ ଭାରତରେ ମଧ୍ୟ ଏହାର ସଂଖ୍ୟା ଅଧିକ । କେନ୍ଦ୍ରୀୟ ବିଦ୍ୟାଳୟ ଏକ ଅଣ ଲାଭକାରୀ ଅନୁଷ୍ଠାନ ହୋଇଥିବା ବେଳେ କେନ୍ଦ୍ରୀୟ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (CBSE) ଦ୍ବାରା ପରିଚାଳିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details