ଓଡିଶା

odisha

Independence Day 2022, ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

By

Published : Aug 15, 2022, 9:33 AM IST

Updated : Aug 15, 2022, 9:38 AM IST

ଦେଶବାସୀଙ୍କ ପାଇଁ ଆଜିର ଏହି ଐତିହାସିକ ଓ ସଂକଳ୍ପର ଦିନ । 15 ଅଗଷ୍ଟ 1947ରେ ବ୍ରିଟିଶ କବଳରୁ ମୁକ୍ତ ହୋଇଥିଲା ଭାରତ । ଏହି ମହାନ ଦିନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଦେଶବାସୀଙ୍କୁ  ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି 76ତମ ସ୍ବାଧୀନତା ଦିବସ ପାଳନ କରୁଛି ଦେଶ । ଦେଶବାସୀଙ୍କ ପାଇଁ ଏହା ଐତିହାସିକ ଓ ସଂକଳ୍ପର ଦିନ । ସବୁଠି ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବମୁଖର । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି,'' ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଜୟ ହିନ୍ଦ ।

ସେହିପରି ଏହି ସ୍ମରଣୀୟ ଦିନରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବିଟ କରି ନବୀନ କହିଛନ୍ତି, ''ସ୍ବାଧୀନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗୌରବର ମୁହୂର୍ତ୍ତ । ସମସ୍ତଙ୍କ ମିଳିତ ଉଦ୍ୟମରେ ଓଡ଼ିଶା ଏବେ ବିକାଶର ବିଭିନ୍ନ କ୍ଷେତ୍ରରେ ଆଦର୍ଶ ସାଜିଛି । ଆସନ୍ତୁ ବିକାଶର ଧାରାକୁ ବଜାୟ ରଖିବା, ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ଏକ ହୋଇ ଆଗକୁ ବଢ଼ିବା ।''

ରାଜ୍ୟପାଳ ଗଣେଶୀ ଲାଲ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ରାଜ୍ୟପାଳ କହିଛନ୍ତି,'' ପବିତ୍ର ସ୍ବାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । ସ୍ବାଧୀନତା ଆମ ପାଇଁ ବିଶେଷ ଉପଲବ୍ଧି । ଓଡିଶାକୁ ଦେଶର ଅନ୍ୟତମ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବାକୁ ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟକରିବାକୁ ଆହ୍ବାନ ଦେଇଛନ୍ତି ରାଜ୍ୟପାଳ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପବିତ୍ର ସ୍ବାଧୀନତା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Last Updated : Aug 15, 2022, 9:38 AM IST

ABOUT THE AUTHOR

...view details