ଓଡିଶା

odisha

By

Published : Mar 21, 2022, 7:57 PM IST

ETV Bharat / bharat

Plane Crash In China: ଚୀନ ବିମାନ ଦୁର୍ଘଟଣାରେ ଦୁଖଃପ୍ରକାଶ କଲେ ମୋଦି

ଚୀନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଦୁଖଃପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ପୀଡିତ ପରିବାରକୁ ଜଣାଇଲେ ସମବେଦନା । ଅଧିକ ପଢନ୍ତୁ

ଚୀନ ବିମାନ ଦୁର୍ଘଟଣା, ଦୁଖଃ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ଚୀନ ବିମାନ ଦୁର୍ଘଟଣା, ଦୁଖଃ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଚୀନରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ଦୁଖଃପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘଟଣା ସମ୍ପର୍କରେ ଜାଣିବା ପରେ ସେ ଗଭୀର ଭାବେ ଦୁଖିତ ବୋଲି ଟ୍ବିଟ କରିଛନ୍ତି । ସେହିପରି ଦୁର୍ଘଟଣାରେ ପିଡୀତ ଯାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ 133 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବାବେଳେ ଏପର୍ଯ୍ୟନ୍ତ ଚୀନ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ । ଅନ୍ୟପଟେ ବିମାନଟି ଦୁର୍ଘଟଣା ହେବାର ଏକାଧିକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିଲେ ସୁଦ୍ଧା କୌଣସି ଯାତ୍ରୀ ଆହତ ବା ଜୀବନ୍ତ ଉଦ୍ଧାର ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିନାହିଁ । ତେଣୁ ଦୁର୍ଘଟଣାର ଭୟାବହତାକୁ ଦେଖି ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ ମଧ୍ୟ ଘନୀଭୂତ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details