ଓଡିଶା

odisha

ETV Bharat / bharat

75 ବର୍ଷରେ ପଦାର୍ପଣ କଲେ ସୋନିଆ, ଶୁଭେଚ୍ଛା ଜଣାଇଲେ ମୋଦି - Birthday of sonia gandhi

ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Birthday of Sonia Gandhi )ଙ୍କ ଜନ୍ମଦିନ । ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ସୋନିଆ ଗାନ୍ଧୀ । ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଆଜି ସୋନିଆ ଗାନ୍ଧୀଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜି ସୋନିଆ ଗାନ୍ଧୀଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

By

Published : Dec 9, 2021, 12:14 PM IST

ନୂଆଦିଲ୍ଲୀ:ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Birthday of Sonia Gandhi )ଙ୍କ ଜନ୍ମଦିନ । ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ସୋନିଆ ଗାନ୍ଧୀ । ୧୯୪୬ ମସିହା ଡିସେମ୍ବର ୯ ତାରିଖରେ ସେ ରୋମାନ କ୍ୟାଥୋଲିକ ଖ୍ରୀଷ୍ଟିଆନ ପରିବାରରେ ଇଟାଲୀରେ ଜନ୍ମଗ୍ରହଣ କରିଥିଲେ । ଆଜି ଜନ୍ମଦିନ ଅବସରରେ ସୋନିଆ ଗାନ୍ଧୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ସୋନିଆଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ଟ୍ବିଟ କରି ସୂଚନା ଦେଇଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ ପାଇଁ ମଧ୍ୟକାମନା କରିଛନ୍ତି । ଗତକାଲି ତାମିଲନାଡୁର କୁନ୍ନୁର ନୀଳଗିରି ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ୩ସେନାର ମୁଖ୍ୟ ବିପିନ ରାଓ୍ବତ ଓ ତାଙ୍କ ସ୍ତ୍ରୀଙ୍କ ସମେତ ୧୩ଜଣ ପ୍ରାଣ ହରାଇଥିଲେ । ଏହି ଘଟଣା ଘଟିବା ପରେ ଦଳ ପକ୍ଷରୁ ସୋନିଆ ଗାନ୍ଧୀଙ୍କ ଜନ୍ମଦିନ ପାଳନ ହେବ ନାହିଁ ବୋଲି ସୂଚନା ପ୍ରଦାନ କରାଯାଇଥିଲା ।

@ANI

ABOUT THE AUTHOR

...view details