ଓଡିଶା

odisha

ETV Bharat / bharat

ଅଫେରା ରାଇଜରେ ମିହିର, ପ୍ରଧାନମନ୍ତ୍ରୀଙ୍କ ଶୋକ - ମିହିରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଓଲିଉଡର ବରିଷ୍ଠ କଳାକାର ମିହିର ଦାସ ଆଉ ନାହାନ୍ତି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ମିହିରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି (pm modi expresses condolences to mihir das) । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଶୋକ
ପ୍ରଧାନମନ୍ତ୍ରୀଙ୍କ ଶୋକ

By

Published : Jan 12, 2022, 6:55 AM IST

ନୂଆଦିଲ୍ଲୀ: ଓଲିଉଡର ବରିଷ୍ଠ କଳାକାର ମିହିର ଦାସ ଆଉ ନାହାନ୍ତି । ତାଙ୍କ ବିୟୋଗରେ ଶୋକରେ ବୁଡିଛି କଳାଜଗତ । ବହୁ ବରିଷ୍ଠ ବ୍ୟକ୍ତିଙ୍କଠାରୁ ନେଇ କଳାକାର ମିହିରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ମିହିରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି (pm modi expresses condolences to mihir das) । ମୋଦି ଟ୍ବିଟ କରି କହିଛନ୍ତି ବିଶିଷ୍ଟ ଓଡିଆ ଅଭିନେତା ମିହିର ଦାସଙ୍କ ଦେହାନ୍ତରେ ମୁଁ ଦୁଃଖିତ । ଅଭିନୟ ଜଗତରେ ତାଙ୍କ ଲମ୍ବା ଯାତ୍ରାରେ ସେ ଅନେକଙ୍କ ହୃଦୟ ଜିତିଛନ୍ତି । ଅଭିନୟରେ ତାଙ୍କର ସୃଜନଶୀଳ ପ୍ରଦର୍ଶନ ଯୋଗୁଁ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ପରିବାର ପ୍ରତି ମୋର ସମବେଦନା ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମିହିର ତାଙ୍କ ନାମର ଅର୍ଥ ସୂର୍ଯ୍ୟ । କଳାଜଗତରେ ସୂର୍ଯ୍ୟଙ୍କ ପରି ତେଜିୟାନ ଚେହେରା ଆଉ ଦେଖିବାକୁ ପାଇବେନି ଦର୍ଶକ । ଅସ୍ତମିତ ମିହିର । ତାଙ୍କ ରକ୍ତରେ ଅଭିନୟ ଥିଲା । ପ୍ରତିଟି ଚରିତ୍ରରେ ସେ ନିଜରୁ ହଜେଇ ଦେଉଥିଲେ । ଓଲିଉଡକୁ ଦେଇଥିଲେ ଜୀବନର ଶ୍ରେଷ୍ଠ 4 ଦଶନ୍ଧି । ଦର୍ଶକଙ୍କୁ ଭେଟି ଦେଇଛନ୍ତି 2 ଶହରୁ ଅଧିକ ସିନେମା । ଆଉ ଆଜି ଏହି ବର୍ଷିୟାନ ଅଭିନେତା ମିହିର ଦାସ ଫେରିଯାଇଛନ୍ତି ଅଫେରା ରାଇଜକୁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details