ନୂଆଦିଲ୍ଲୀ:ଦିନକରେ ଚାକିିରି ପାଇଲେ 70 ହଜାର ଯୁବକ ଯୁବତୀ ।ଦେଶରେ 70 ହଜାର 126 ଯୁବକ ଯୁବତୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋଜଗାର ମେଳା ଅଧୀନରେ ନିଯୁକ୍ତି ପାଇଛନ୍ତି ଏହି କର୍ମଚାରୀ । ନିଯୁକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଲକ୍ଷ୍ୟରେ ଷଷ୍ଠ ରୋଜଗାର ମେଳାରେ ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯୁବକ ଯୁବତୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତିପତ୍ର ବାଣ୍ଟିବା ସହିତ ସମସ୍ତ ନବନିଯୁକ୍ତଙ୍କୁ ଶୁଭେଚ୍ଛା ସହ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ରୋଜଗାର ମେଳା ଏନଡିଏ-ବିଜେପି ସରକାରଙ୍କ ନୂଆ ପରିଚୟ ପାଲଟିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହା ବି ପଢନ୍ତୁ...‘ଯଦି ସାହସ ଅଛି, ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କର’
ରୋଜଗାର ମେଳାକୁ ସମ୍ଭୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, '' ଯେଉଁ ବ୍ୟକ୍ତି ଏହି ସମୟରେ ସରକାରୀ ଚାକିରି କରୁଛନ୍ତି ସେମାନଙ୍କ ପାଇଁ ଏହା ଅଧିକ ମହତ୍ତ୍ବପୂର୍ଣ୍ଣ ସମୟ । ଆଜାଦୀ କା ଅମୃତ ମହୋତ୍ସବ ଆରମ୍ଭ ହୋଇଛି । ତୁମ ଆଗରେ ଆଗାମୀ 25 ବର୍ଷରେ ଭାରତକୁ ବିକଶିତ ଭାରତ କରିବା ଲକ୍ଷ୍ୟ ରହିଛି । ବର୍ତ୍ତମାନ ସହିତ ଦେଶର ଉଜ୍ବଳ ଭବିଷ୍ୟତ ପାଇଁ କାମ କରିବାକୁ ହେବ । ଆଜି ଭାରତରେ ପ୍ରାଇଭେଟ ଓ ପବ୍ଲିକ ସେକ୍ଟରରେ ଦେଶର ନାଗରିକଙ୍କ ପାଇଁ ନିରନ୍ତର ନୂଆ ସୁଯୋଗ ତିଆରି କରାଯାଉଛି । ବଡ ସଂଖ୍ୟାରେ ଯୁବଗୋଷ୍ଠୀ ସ୍ବାରୋଜଗାର ପାଇଁ ଆଗକୁ ଆସୁଛନ୍ତି । ଷ୍ଟ୍ରାର୍ଟଅପ ଇଣ୍ଡିଆ, ଷ୍ଟେଟ ଅପ ଇଣ୍ଡିଆ ଭଳି ଅଭିଯାନରେ ଯୁବଗୋଷ୍ଠୀଙ୍କ ସମାର୍ଥ୍ୟ ବଢିଛି । ଆଜି ସମଗ୍ର ବିଶ୍ବ ଆମର ବିକାଶ ଯାତ୍ରା ସହ ଚାଲିବାକୁ ତତ୍ପରତା ପ୍ରକାଶ କରିଛି । ଭାରତ ତାର ଅର୍ଥବ୍ୟବସ୍ଥାକୁ ନୂଆ ଶିଖର ଦିଗରେ ନେଇଛି ।''