ଓଡିଶା

odisha

By

Published : May 18, 2023, 3:04 PM IST

Updated : May 18, 2023, 4:03 PM IST

ETV Bharat / bharat

ମଜଭୁତ ହେବ ରେଳ ଭିତ୍ତିଭୂମି, ଓଡିଶାକୁ ପ୍ରଧାନମନ୍ତ୍ରୀଙ୍କ 8 ହଜାର କୋଟିର ପ୍ରକଳ୍ପ ଭେଟି

ଓଡିଶାର ରେଳ ଭିତ୍ତିଭୂମିକୁ ସୃଦୁଢ ଓ ମଜବୁତ କରିବାକୁ ରାଜ୍ୟକୁ 8,200 କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ଚୁ

pm modi dedicates rail projects to odisha
ଓଡିଶାକୁ 8 କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

rail projects

ନୂଆଦିଲ୍ଲୀ:ଆଭାସି ଜରିଆରେ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଜୟ ଜଗନ୍ନାଥରୁ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।କଟକ ଓ ପୁରୀ ରେଳ ଷ୍ଟେସନ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟରେ ରେଳ ଭିତ୍ତିଭୂମିକୁ ମଜଭୁତ କରିବାକୁ ଓଡ଼ିଶାକୁ 8 ହଜାର 200 କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଭାସି ଜରିଆରେ ଓଡ଼ିଶାରୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା କରିବା ସହ ରେଳ ପ୍ରକଳ୍ପର ଶିଳାନ୍ୟାସ କରି କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଆଜି ଓଡିଶା ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଉପହାର ମିଳିଛି । ବନ୍ଦେ ଭାରତରେ ଗତି ଓ ପ୍ରଗତି ପ୍ରତିଫଳିତ ହେଉଛି । ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ ଯୋଗୁଁ ପୁରୀ-କୋଲକାତା ଯାତ୍ରା ସାଢେ 6ଘଣ୍ଟା ଶେଷ ହେବ । ଏହାଦ୍ବାରା ସମୟ ବଞ୍ଚିବା ସହ ବ୍ୟବସାୟିକ କାରବାର ବଢିବ । ଭାରତୀୟ ରେଳ ଭଳି ବନ୍ଦେ ଭାରତ ଟ୍ରେନ ସମସ୍ତଙ୍କୁ ଯୋଡ଼ିବ । ଓଡିଶା-ପଶ୍ଚିମବଙ୍ଗର ଆଧ୍ୟାତ୍ମିତ, ସାଂସ୍କୃତିକ ସମ୍ବନ୍ଧକୁ ସମୃଦ୍ଧ କରିବ । ଏହି ଆଧୁନିକ ଟ୍ରେନ୍‌ ଭାରତର ଅର୍ଥ ବ୍ୟବସ୍ଥାକୁ ଗତି ଦେଉଛି । ପୂର୍ବରୁ କିଛି ବଡ ପ୍ରକଳ୍ପ ଦିଲ୍ଲୀ ଓ ମୁମ୍ବାଇ ଭିତରେ ସୀମିତ ରହୁଥିଲା । ଏବେ ଦେଶର କୋଣ ଅନୁକୋଣକୁ ପ୍ରକଳ୍ପ ପହଞ୍ଚୁଛି । ବିକାଶରେ ପଛୁଆ ରହିଥିବା ରାଜ୍ୟକୁ ବି ଫାଇଦା ମିଳୁଛି । ଓଡ଼ିଶାର ଶତ ପ୍ରତିଶତ ରେଳ ବଦ୍ୟୁତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଖଣିଜ ସମ୍ପଦରେ ଭରପୁର ଓଡ଼ିଶାକୁ ଏହା ଦ୍ବାରା ଫାଇଦା ମିଳୁଛି । ଓଡ଼ିଶାର 25 ଲକ୍ଷ ପରିବାରକୁ ମାଗଣା ବିଜୁଳି ସଂଯୋଗ ମିଳିଛି । ବିଗତ 9 ବର୍ଷରେ ଓଡ଼ିଶା ପାଇଁ ଅନୁଦାନ ବଢି ଚାଲିଛି । ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ଅନେକ ବର୍ଷ ହେଲା ପଡ଼ି ରହିଥିଲା । ଏବେ ଏହି ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।"

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଭାରତର ଦ୍ରୁତ ବିକାଶ ପାଇଁ ରାଜ୍ୟଗୁଡ଼଼ିକର ସନ୍ତୁଳିତ ବିକାଶ ଆବଶ୍ୟକ । ଆଜି ଦେଶର ମୁଖ୍ୟ ଲକ୍ଷ୍ୟ ରହିଛି କୌଣସି ରାଜ୍ୟ ବିକାଶରେ ପଛରେ ନ ପଡୁ । ଜନ ସେବା ହିଁ ପ୍ରଭୁ ସେବା । ଯେଉଁଠି ଇନଫ୍ରାଷ୍ଟ୍ରକ୍ଚର ବିକାଶ ହୋଇଛି ସେଠି ସମାଜ ସଶକ୍ତ ହୋଇଛି । ଆଜିର ନୂଆ ଭାରତ ଟେକ୍ନୋଲୋଜି ତିଆରି କରୁଛି । ନୂଆ ସୁବିଧା କୋଣ ଅନୁକୋଣରେ ପହଞ୍ଚୁଛି । ପୁରୀ ଭଳି ତୀର୍ଥ ସ୍ଥାନ ପର୍ଯ୍ୟଟକଙ୍କୁ ଯୋଡିଛି ।"

ଏହା ବି ପଢନ୍ତୁ...ଓଡିଶାକୁ ମିଳିଲା ପ୍ରଥମ ବନ୍ଦେ ଭାରତ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଏହା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାକୁ 8 ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କଟକ-ପୁରୀ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ଏହି ଦୁଇ ଷ୍ଟେସନରେ ପୁନଃବିକାଶରେ ରେଳ ଯାତ୍ରୀମାନଙ୍କୁ ବିଶ୍ବ ସ୍ତରର ଅଭିଜ୍ଞତା ପ୍ରଦାନ କରୁଥିବା ସମସ୍ତ ଆଧୁନିକ ସୁବିଧା ରହିବ । ଓଡ଼ିଶାରେ ରେଳ ନେଟୱାର୍କର ୧୦୦ ପ୍ରତିଶତ ବିଦ୍ୟୁତିକରଣ ସମେତ ସମ୍ବଲପୁର-ଟିଟିଲାଗଡ ରେଳ ଲାଇନର ଦୋହରୀକରଣ, ଅନୁଗୋଳ-ସୁକିନ୍ଦା ମଧ୍ୟରେ ଏକ ନୂତନ ବ୍ରଡ୍‌ ଗଜ୍‌ ରେଳ ଲାଇନ, ମନୋହରପୁର-ରାଉରକେଲା-ଝାରସୁଗୁଡା-ଜାମଗା ମଧ୍ୟରେ ତୃତୀୟ ଲାଇନ ଏବଂ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ଅଶଂ ଭାବେ ବିଛୁପାଲି-ଝାରତରଭା (ସୋନପୁର) ମଧ୍ୟରେ ନୂତନ ବ୍ରଡ-ଗଜ ଲାଇନର ଲୋକାର୍ପଣ କରିଛନ୍ତି । ଏହା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ ।

Last Updated : May 18, 2023, 4:03 PM IST

ABOUT THE AUTHOR

...view details