ଓଡିଶା

odisha

ETV Bharat / bharat

ଏଣିକି ଅଗଷ୍ଟ 14କୁ ଦେଶ ପାଳିବ ବିଭାଜନ ବିଭୀଷିକା ସ୍ମୃତି ଦିବସ, ଘୋଷଣା କଲେ ମୋଦି - ଅଗଷ୍ଟ ୧୪କୁ ସ୍ବତନ୍ତ୍ର ଦିବସ ଘୋଷଣା

ସ୍ବାଧୀନତୀର ପୂର୍ବଦିନ ଅର୍ଥାତ ଅଗଷ୍ଟ ୧୪ ତାରିଖକୁ 'ବିଭାଜନ ବିଭୀଷିକା ସ୍ମୃତି ଦିବସ' ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ । ଅଧିକ ପଢନ୍ତୁ...

ଅଗଷ୍ଟ ୧୪କୁ ସ୍ବତନ୍ତ୍ର ଦିବସ ଘୋଷଣା କଲେ ମୋଦି, ନାମ ରଖିଲେ 'ବିଭାଜନ ବିଭୀଷିକା ସ୍ମୃତି ଦିବସ'
ଅଗଷ୍ଟ ୧୪କୁ ସ୍ବତନ୍ତ୍ର ଦିବସ ଘୋଷଣା କଲେ ମୋଦି, ନାମ ରଖିଲେ 'ବିଭାଜନ ବିଭୀଷିକା ସ୍ମୃତି ଦିବସ'

By

Published : Aug 14, 2021, 12:36 PM IST

Updated : Aug 14, 2021, 1:00 PM IST

ନୂଆଦିଲ୍ଲୀ:ଏଣିକି ସ୍ବାଧୀନତା ଦିବସ ପୂର୍ବ ଦିନକୁ ମନାଇବେ ଦେଶବାସୀ । ସ୍ବାଧୀନତାର ପୂର୍ବଦିନ ଅର୍ଥାତ ଅଗଷ୍ଟ ୧୪ ତାରିଖକୁ 'ବିଭାଜନ ବିଭୀଷିକା ସ୍ମୃତି ଦିବସ' ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ । ସ୍ବାଧୀନତା ପାଇଁ ନିଜ ଜୀବନକୁ ଝାସ ଦେଇଥିବା ମହାପୁରୁଷଙ୍କୁ ମନେ ପକାଇ ଏହି ଦିବସ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ବିଟର ମାଧ୍ୟମରେ ଅପିଲ୍‌ କରିଛନ୍ତି ।

ବିଭାଜନ ସମୟରେ ଦେଶବାସୀ ପାଇଥିବା ଯନ୍ତ୍ରଣାକୁ କଦାପି ଭୁଲିହେବ ନାହିଁ ବୋଲି ମୋଦି କହିଛନ୍ତି । ଏହି ହିଂସାତ୍ମକ କାର୍ଯ୍ୟ ପାଇଁ ଆମର ଲକ୍ଷ ଲକ୍ଷ ଭାଇ-ଭଉଣୀଙ୍କୁ ବିସ୍ଥାପିତ ହେବାକୁ ପଡିଛି । ଏପରିକି ଅନେକଙ୍କୁ ପ୍ରାଣ ବଳିଦାନ ଦେବାକୁ ମଧ୍ୟ ପଡିଛି । ସେହି ସଂଗ୍ରାମୀଙ୍କୁ ସ୍ମରଣ କରି ୧୪ ଅଗଷ୍ଟକୁ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି ।

ଏତତବ୍ୟତୀତ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଦିବସ ପାଳନ କେବଳ ଆମକୁ ବିଭାଜନର ଦୁଃଖଦ, ଶତ୍ରୁତା ଏବଂ ଭେଦଭାବ ଦୂର କରିବାକୁ ପ୍ରେରଣା ଦେବ ନାହିଁ ବରଂ ଏହା ଏକତା, ସାମାଜିକ ସୌହାର୍ଦ୍ଧ୍ୟ ଏବଂ ମଣିଷ-ମଣିଷ ମଧ୍ୟରେ ଥିବା ସମ୍ବେଦନଶୀଳତାକୁ ମଧ୍ୟ ଦୃଢ କରିବ ।

ତେବେ ୧୯୪୭ ମସିହା ଆଜିର ଦିନରେ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ଇଣ୍ଡିଆ-ପାକିସ୍ତାନ ବିଭାଜନ ହୋଇଥିଲା । ପାକିସ୍ତାନ ଅଗଷ୍ଟ ୧୪କୁ ସ୍ବାଧୀନତା ଦିବସ ଭାବେ ପାଳନ କରେ ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

Last Updated : Aug 14, 2021, 1:00 PM IST

ABOUT THE AUTHOR

...view details