ଓଡିଶା

odisha

ETV Bharat / bharat

Train accident: ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆରମ୍ଭ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆରମ୍ଭ । ଘଟଣାସ୍ଥଳରେ ରେଳମନ୍ତ୍ରୀ । ଏବେ ସୁଦ୍ଧା ପ୍ରାୟ 238 ମୃତ । ଅଧିକ ପଢନ୍ତୁ

Rail accident: ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆରମ୍ଭ
Rail accident: ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆରମ୍ଭ

By

Published : Jun 3, 2023, 10:42 AM IST

Updated : Jun 3, 2023, 10:58 AM IST

ନୂଆଦିଲ୍ଲୀ: ବାଲେଶ୍ବର ବାହାନଗାରେ ଗତକାଲି ରାତିରେ ଘଟିଥିବା ରେଳ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଦ କରିଦେଇଛି । ରେଳମନ୍ତ୍ରୀ ସକାଳୁ ସ୍ପଟରେ ପହଞ୍ଚି ସାରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆରମ୍ଭ କରିଛନ୍ତି । ଦୁର୍ଘଟଣା ଓ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଉଛି । ଏହି ସମୀକ୍ଷା ବୈଠକରେ ବିଭିନ୍ନ ମନ୍ତ୍ରଣାଳୟର ମନ୍ତ୍ରୀଙ୍କ ସମେତ ରେଳବାଇର ବରିଷ୍ଠ ଅଧିକାରୀମାନେ ସାମିଲ ରହିଛନ୍ତି । ଏହି ସମୀକ୍ଷା ବୈଠକ ଜାରି ରହିଥିବା ସୂଚନା ମିଳିଛି । ବୈଠକ ଶେଷ ହେବା ପରେ କେନ୍ଦ୍ର ସରକାର ବଡ ଘୋଷଣା କରିପାରନ୍ତି ।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ନିର୍ଦ୍ଦେଶ ମିଳିସାରିଥିବା କହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି । ତାମିଲନାଡୁର ମନ୍ତ୍ରୀ ଉଦୟାନିଧିଙ୍କ ସହ ଏକ ଟିମ ମଧ୍ୟ ଓଡିଶା ଆସୁଛନ୍ତି । ଏବେ ସୁଦ୍ଧା 238 ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବା ସରକାରୀ ଭାବେ ପ୍ରକାଶ କରାଯାଉଛି । ଏବେ ବିଭିନ୍ନ ହସ୍ପିଟାଲରେ ପ୍ରାୟ 9 ଶହ ଆହତଙ୍କୁ ଚିକିତ୍ସା କରାଯାଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ଗତକାଲି ରାତିରୁ ଆରମ୍ଭ ହୋଇଥିବା ଉଦ୍ଧାର ଅପରେସନ ଏବେ ସୁଦ୍ଧା ଜାରି ରହିଛି । ବର୍ତ୍ତମାନ ମଧ୍ୟ କିଛି କ୍ଷତିଗ୍ରସ୍ତ ବଗିରୁ ମୃତାହତଙ୍କୁ ଉଦ୍ଧାର କରାଯିବା ଜାରି ରହିଛି । ଏବେ ସୁଦ୍ଧା ୨୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟରେ 7 NDRF, 5 ODRAF ଟିମ ସହ ଏକାଧିକ ଅଗ୍ନିଶମ ଓ ମେଡିକାଲ ଟିମ ସାମିଲ ହୋଇଛନ୍ତି । ପ୍ରାୟ ଶତାଧିକ ଆମ୍ବୁଲାନ୍ସ ମଧ୍ୟ ଅପରେସନରେ ନିୟୋଜିତ ହୋଇଛନ୍ତି ।

ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ବାଲେଶ୍ବର ବାହାନଗା ନିକଟରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ଯଶୋବନ୍ତପୁର-ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏହାର ବଗି ପାର୍ଶ୍ବବର୍ତ୍ତୀ ଟ୍ରାକରେ ପଡିଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ଏହାପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ଅପରେସନ ଆରମ୍ଭ କରାଯିବା ପରେ ପ୍ରଶାସନ ପହଞ୍ଚିଥିଲା । ରାତି ତମାମ ଓ ଆଜି ମଧ୍ୟ ରେସକ୍ୟୁ ଅପରେସନ ଜାରି ରହିଛି । ଏବେ ସୁଦ୍ଧା ମୋଟ 238 ଯାତ୍ରୀଙ୍କ ପ୍ରାଣହାନୀ ସୂଚନା ସରକାରୀ ଭାବେ ପ୍ରଦାନ କରାଯାଇଛି । ମୃତ୍ୟୁସଂଖ୍ୟା ଅଧିକ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 3, 2023, 10:58 AM IST

ABOUT THE AUTHOR

...view details