ନୂଆଦିଲ୍ଲୀ:ବିଶ୍ବ ଦରବାରରେ ସଫଳତା ହାସଲ କରିଛି ଭାରତୀୟ ସିନେମା । 95ତମ ସମ୍ମାନଜନକ ପୁରସ୍କାର ସମାରୋହ ଓସ୍କାରରେ ଦୁଇଟି ପୁରସ୍କାର ହାତେଇଛି ଭାରତୀୟ ସିନେମା । ଶ୍ରେଷ୍ଠ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ବା ପ୍ରାମାଣିକ ଚଳଚ୍ଚିତ୍ର ପାଇଁ 'ଏଲିଫ୍ୟାଣ୍ଟ ହୁଇସପରର୍ସ' ଓ ଅରିଜିନାଲ ଗୀତ ପାଇଁ RRRର ନାଟୁ ନାଟୁ ସଙ୍ଗୀତ ଓସ୍କାର ପୁରସ୍କାର ହାତେଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।
ଆରଆରଆରର ସଫଳତା ପାଇଁ ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି,'' ବିଶ୍ବସ୍ତରରେ ଲୋକପ୍ରିୟତା ହାସଲ କରିଛି ନାଟୁନାଟୁ । ଆଗାମୀ ବର୍ଷ ମଧ୍ୟରେ ମଧ୍ୟ ଏହି ଗୀତ ଲୋକଙ୍କ ହୃଦୟରେ ଘର କରି ରହିବ । ଓସ୍କାର ସଫଳତା ସାଉଁଟି ଥିବା ଗୀତର ଟିମକୁ ଶୁଭେଚ୍ଛା । ଦେଶ ଏହି ସଫଳତା ପାଇଁ ଗର୍ବିତ ।''
ସେହିପରି ଶ୍ରେଷ୍ଠ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ପାଇଁ ଓସ୍କାର ପୁରସ୍କାର ହାତେଇଥିବା 'ଏଲିଫ୍ୟାଣ୍ଟ ହୁଇସପରର୍ସ' ପାଇଁ ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଓସ୍କାର ସମ୍ମାନ ପାଇଁ 'ଏଲିଫ୍ୟାଣ୍ଟ ହୁଇସପରର୍ସ' ଟିମକୁ ଅନେକ ଅନେକ ଶୁଭେଚ୍ଛା । ଚଳଚ୍ଚିତ୍ର ଟିମ ବିକାଶ ଓ ପ୍ରକୃତି ସହ ସୁମ୍ପର୍କକୁ ଆଲୋକପାତ କରିଛି ।''
ଏହା ବି ପଢନ୍ତୁ...Oscars 2023: ଇତିହାସ ରଚିଲା RRR, ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ନାଟୁ ନାଟୁକୁ ମିଳିଲା ଓସ୍କାର
ଏହା ବି ପଢନ୍ତୁ...Oscars 2023: ଭାରତୀୟ ଡକ୍ୟୁମେଣ୍ଟାରୀ ଏଲିଫ୍ୟାଣ୍ଟ ହୁଇସପରର୍ସ ହାତେଇଲା ଓସ୍କାର ଆୱାର୍ଡ
ପ୍ରକାଶଥାଉ କି, 95ତମ ଓସ୍କାର ପୁରସ୍କାର ସମାରୋହରେ RRRର ନାଟୁ ନାଟୁ ଅରିଜିନାଲ ସଙ୍ଗୀତ ପାଇଁ ପୁରସ୍କୃତ ହୋଇଛି । ଏହି ପୁରସ୍କାର ହାତେଇ ଇତିହାସ ରଚିଛି RRR । ପୂର୍ବରୁ ଏହି ଗୀତକୁ ଗୋଲଡେନ ଗ୍ଲୋବ ଆୱାର୍ଡ ମଧ୍ୟ ମିଳିଥିଲା । ସେହିପରି ଶ୍ରେଷ୍ଠ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ପାଇଁ ଏଲିଫ୍ୟାଣ୍ଟ ହୁଇସପରର୍ସ ଓସ୍କାର ହାତେଇଛି । 39 ମିନିଟ ତାମିଲ ଭାଷାରେ ତିଆରି ଏହି ଡକ୍ୟୁମେଣ୍ଟାରାରୀରେ ମଣିଷ ଓ ହାତୀ ମଧ୍ୟରେ ଗଢିଉଠିଥିବା ସମ୍ପର୍କକୁ ନେଇ କାହାଣୀ ହୋଇଥିଲା । ଜେମ୍ସ କାମେରୁନଙ୍କ ଫିଲ୍ମ 'ଅବତାର ହି ୱାଟର' ମଧ୍ୟ ଓସ୍କାର ପୁରସ୍କାର ଜିତିଛି । ବିଶ୍ବର ସବୁଠୁ ଅଧିକ ଲୋକପ୍ରିୟ ହାସଲ ବର୍ଗରେ ଏହି ପୁରସ୍କାର ଜିତିଛି ଅବତାର ।
ଆମେରିକାର ଲସ ଆଞ୍ଜେଲସ ସ୍ଥିତ ଡୋଲବୀ ଥିଏଟରରେ 95ତମ ଓସ୍କାର ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି । ମଞ୍ଚରେ ପୁରସ୍କୃତ ହୋଇଥିବା ଫିଲ୍ମ ଟିମର ସଦସ୍ୟ ଆୱାର୍ଡ ଗ୍ରହଣ କରିଛନ୍ତି । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଉପସ୍ଥାପିକା ଭାବେ ନିଜର ଆସିଛନ୍ତି । ଦୀପିକାଙ୍କ ବ୍ୟତୀତ ହଲିଉଡର ଅନ୍ୟ କଳାକାରମାନେ ଉପସ୍ଥିତ ଅଛନ୍ତି ।