ହାଇଦ୍ରାବାଦ:ହିମାଚଳ ପ୍ରଦେଶରେ ଆଜି ଠାରୁ ଆରମ୍ଭ ହୋଇଛି କଂଗ୍ରେସ ଶାସନ । ଆଜି (ରବିବାର) ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ସୁଖବିନ୍ଦର ସିଂ ସୁଖୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି (PM Modi Congratulates New Himachal Chief)। ମୋଦି ଟ୍ବିଟ କରି ସୁଖୁଙ୍କୁ ସଫଳ କାର୍ଯ୍ୟକାଳ ନେଇ ଶୁଭେଚ୍ଛା ଜଣାଇବା ସହ ହିମାଚଳ ପ୍ରଦେଶର ବିକାଶରେ କେନ୍ଦ୍ର ସରକାର ସମସ୍ତ ସହଯୋଗ କରିବେ ବୋଲି ଆଶ୍ବାସନା ମଧ୍ୟ ଦେଇଛନ୍ତି ।
ଗତକାଲି ସୁଖୁଙ୍କୁ ନବନିର୍ବାଚିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ଆଜି ପୂର୍ବାହ୍ନରେ ସୁଖୁ ରାଜଭବନରେ ଆୟୋଜିତ ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସୁଖବିନ୍ଦର ସିଂ ସୁଖୁ ରାଜ୍ୟର 15ତମ ମୁଖ୍ୟମନ୍ତ୍ରୀ ଓ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଗଡେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ମଧ୍ୟ ଯୋଗ ଦେଇଥିଲେ ।