ଓଡିଶା

odisha

ETV Bharat / bharat

ୱାଶିଂଟନ ହିଂସାକୁ ମୋଦିଙ୍କ ନିନ୍ଦା, ଗଣତାନ୍ତ୍ରିକ ଉପାୟରେ ହେଉ କ୍ଷମତା ହସ୍ତାନ୍ତର - ୱିଂଶିଟନ ହିଂସାକୁ ନେଇ ମୋଦିଙ୍କ ନିନ୍ଦା

ୱାଶିଂଟନ ହିଂସାକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୁଇଟ୍ କରି କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ କ୍ଷମତା ହସ୍ତାନ୍ତର କରିବା ଉଚ୍ଚିତ । ଅସାମ୍ବିଧାନିକ ଭାବେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବଦଳାଯାଇ ପାରିବ ନାହିଁ ବୋଲି କହିଛନ୍ତି ମୋଦି ।

ୱାଶିଂଟନ ହିଂସାକୁ ନେଇ ମୋଦିଙ୍କ ନିନ୍ଦା, ଗଣତାନ୍ତ୍ରିକ ଉପାୟରେ ହେଉ କ୍ଷମତା ହସ୍ତାନ୍ତର
ୱାଶିଂଟନ ହିଂସାକୁ ନେଇ ମୋଦିଙ୍କ ନିନ୍ଦା, ଗଣତାନ୍ତ୍ରିକ ଉପାୟରେ ହେଉ କ୍ଷମତା ହସ୍ତାନ୍ତର

By

Published : Jan 7, 2021, 10:24 AM IST

ନୂଆଦିଲ୍ଲୀ:ୱାଶିଂଟନ ହିଂସାକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୁଇଟ୍ କରି କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ କ୍ଷମତା ହସ୍ତାନ୍ତର କରିବା ଉଚ୍ଚିତ । ଅସାମ୍ବିଧାନିକ ଭାବେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବଦଳାଯାଇ ପାରିବ ନାହିଁ ବୋଲି କହିଛନ୍ତି ମୋଦି ।

ୱାଶିଂଟନ ହିଂସାକୁ ନେଇ ମୋଦିଙ୍କ ନିନ୍ଦା, ଗଣତାନ୍ତ୍ରିକ ଉପାୟରେ ହେଉ କ୍ଷମତା ହସ୍ତାନ୍ତର

ଏଠାରେ ସୂଚନା ଥାଉ ଯେ, ନିର୍ବାଚନ ଫଳାଫଳ ଉପରେ ଆମେରିକା ସଂସଦର ବୈଠକ ପୂର୍ବରୁ ହ୍ବାଇଟ ହାଉସ ଏବଂ ଆମେରିକାର କ୍ୟାପିଟାଲ ବିଲ୍ଡିଂ ବାହାରେ ଟ୍ରମ୍ପ ସମର୍ଥକଙ୍କ ଜୋରଦାର୍‌ ହଙ୍ଗାମା ହୋଇଥିଲା । ଫଳରେ କ୍ୟାପିଟାଲ ପୋଲିସ ଏବଂ ଟ୍ରମ୍ପଙ୍କ ସମର୍ଥକ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ ୱାଶିଂଟନରେ କର୍ଫ୍ୟୁ ଲାଗୁ କରାଯାଇ ଏବେ ସୁଦ୍ଧା 13 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୁଳି ଚାଳନାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

ସେପଟେ 24 ଘଣ୍ଟା ପାଇଁ ଟ୍ରମ୍ପଙ୍କ ଫେସବୁକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହାପରେ ଟ୍ୱିଟର ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ୧୨ ଘଣ୍ଟା ପାଇଁ ବ୍ଲକ କରିଛି । ସମସ୍ତ ଭିଡିଓ ଓ ଫେସବୁକ ପୋଷ୍ଟ ଗୁଡିକୁ ୟୁଟ୍ୟୁବ, ଟ୍ବିଟର ଓ ଫେସବୁକରୁ ହଟାଇ ଦିଆଯାଇଛି ।

ABOUT THE AUTHOR

...view details