ନୂଆଦିଲ୍ଲୀ:ଫ୍ରାନ୍ସ ଓ ୟୁଏଇ ଗସ୍ତ ସାରି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଦି ସଂଧ୍ୟାରେ ସେ ଦିଲ୍ଲୀର ପାଲାମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ପ୍ରଧାନମନ୍ତ୍ରୀ 13 ରୁ ବିଦେଶ ଗସ୍ତ ଆରମ୍ଭ କରିଥିଲେ । ପ୍ରଥମେ ଫ୍ରାନ୍ସ ଗସ୍ତ କରି ପ୍ରଧାନମନ୍ତ୍ରୀ 14 ତାରିଖରେ ଫ୍ରାନ୍ସ ଜାତୀୟ ଦିବସ ବସ୍ତାଇଲ ଡେ’ରେ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ପରେ ସେ ସେଠାରେ ପ୍ରତିପକ୍ଷ ଇମାନୁଏଲ ମାକ୍ରୋନଙ୍କ ସହ ଏକାଧିକ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା ।
ଏହା ପରେ ଫ୍ରାନ୍ସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ । ଭାରତ ଏକ ବିଶାଳ ଏବଂ ବିବିଧତାରେ ପୂର୍ଣ୍ଣ ଏକ ମହାନ ଦେଶ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପକ୍ଷରୁ ଆୟୋଜିତ ଏକ ନୈଶ୍ୟଭୋଜିରେ ମଧ୍ୟ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ । ଏହି ଗସ୍ତ ସମୟରେ ଫ୍ରାନ୍ସ ଭାରତ ମଧ୍ୟରେ ଏକ ବଡ ପ୍ରତିରକ୍ଷା ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଥିଲା । ଏହି ନୂତନ ଡିଲ୍ରେ ଫ୍ରାନ୍ସ ଠାରୁ 26 ରାଫେଲ ବିମାନ ନୌସେନା ପାଇଁ କ୍ରୟ ହେବାକୁ ଯାଉଛି । ସେହିପରି ସେ ଭାରତୀୟ ବଜାରରେ ନିବଶ ପାଇଁ ଫ୍ରାନ୍ସର ଏକାଧିକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହନୀ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।
ଏହା ମଧ୍ୟ ପଢନ୍ତୁ:-PM Modi France visit: ଫ୍ରାନ୍ସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଭାରତର ପାସୱାର୍ଡ ପ୍ରବାସୀ