ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜ ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Railway minister Ashwini Vaishnaw) କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁଁ ଦେଶ ପ୍ରତି ବିଦେଶୀଙ୍କ ନଜର ବଦଳିଛି। ଶନିବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ କୌଣସି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ନିଜର ଦୂରଦୃଷ୍ଟି ସମ୍ପନ୍ନ ଗୁଣ ଯୋଗୁଁ ବେଶ ଲୋକପ୍ରିୟ ହୋଇଛନ୍ତି । ଆଜି ଭାରତ ପ୍ରତି ବିଦେଶୀଙ୍କ ନଜର ବଦଳିଛି ବୋଲି କହିଛନ୍ତି ।
ପ୍ରୟାଗରାଜ ବିଶ୍ବବିଦ୍ୟାଳୟର ଅୟୋଜିତ ଏକ ସମ୍ମିଳନୀରେ କେନ୍ଦ୍ରରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ରେଳମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଲୋକଙ୍କ ଧାରଣା ଓ ଦୃଷ୍ଟିକୋଣ ନକାରାତ୍ମକ ଓ ସମସ୍ୟାକୁ ନେଇ ଅଭିଯୋଗ କରୁଥିଲେ। କିନ୍ତୁ ବର୍ତ୍ତମାନ ଲୋକଙ୍କ ଚିନ୍ତାଧାରା ବଦଳୁଛି ସମସ୍ୟାକୁ ସମାଧାନ କରିବା ପାଇଁ ନିଜର ଯୋଗଦାନ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏଭଳି ବାତାବରଣ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁଁ ସମ୍ଭବ ହୋଇଛି ବୋଲି କହିଛନ୍ତି ।