ଓଡିଶା

odisha

By

Published : Dec 23, 2021, 10:38 PM IST

ETV Bharat / bharat

Covid Scare: ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦେଶରେ ବଢିଚାଲିଛି ଓମିକ୍ରନ ସଂକ୍ରମଣ । ଏବେ ସୁଦ୍ଧା ପ୍ରାୟ ୨ ଶହରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହେଲେଣି ଚିହ୍ନଟ । ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Covid Scare: ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
Covid Scare: ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଦେଶରେ ବଢିଚାଲିଛି ଓମିକ୍ରନ ସଂକ୍ରମଣ । ଏବେ ସୁଦ୍ଧା ପ୍ରାୟ ୨ ଶହରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହେଲେଣି ଚିହ୍ନଟ । ଏହାରି ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ 7,495 ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ 236 ଓମିକ୍ରନ ଭ୍ୟାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଓମିକ୍ରନ ସଂକ୍ରମଣରେ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ରହଛି ୬୫ । ସେହିପରି ଦିଲ୍ଲୀରେ ୬୪ ଓ ତେଲେଙ୍ଗାନାରେ ଏହି ନୂଆ ଭ୍ୟାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟା ୨୪ ରହିଛି । ବର୍ତ୍ତମାନ ଦେଶରେ ମୋଟ 3,42,08,926 ସକ୍ରୀୟ କୋଭିଡ ମାମଲା ଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ 6,960 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ 434 ଟି କୋଭିଡଜନିତ ମୃତ୍ୟୁ ରେକର୍ଡ କରାଯାଇଛି । ତେବେ ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ 4,78,759 ଜଣ କୋଭିଡ ସଂକ୍ରମଣରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟରୁ ଜଣାପଡିଛି ।

ବର୍ତ୍ତମାନ ସମୟରେ ଦେଶରେ ଦେଖାଯାଇଥିବା କୋଭିଡର ନୂଆ ସଂକ୍ରମଣ ନେଇ ଚିନ୍ତା ପ୍ରକାଶ ପାଇଥିବା ବେଳେ ସବୁଠି କୋଭିଡ ପ୍ରୋଟୋକଲ କଡାକଡି ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦେଶାଗତଙ୍କ ଉପରେ କଡା ନଜର ରଖାଯିବା ସହ ବିମାନବନ୍ଦରରେ ସେମାନଙ୍କ କୋଭିଡ ଟେଷ୍ଟିଂ କରିବା ଓ ସଙ୍ଗରୋଧ ତଥା ନିରୀକ୍ଷଣରେ ରଖିବା ପାଇଁ ସବୁ ରାଜ୍ୟକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବା ସହ ଫେସମାସ୍କ ପରିଧାନ ଇତ୍ୟାଦି ଉପରେ ଗୁରୁତ୍ବ ଦେବା ପାଇଁ ନିର୍ଦ୍ଦେଶ ରହିଛି । ଦେଶରେ ଟିକାକରଣ ଜାରି ରହିଥିବାବେଳେ ଏହାକୁ ଆହୁରି ତ୍ବରିତ କରିବାକୁ ପ୍ରୟାସ କରାଯାଉଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details