ଓଡିଶା

odisha

ETV Bharat / bharat

Karnataka Assembly polls: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସରିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ - ବିଜେପି କନ୍ଦ୍ରୀୟ ନିର୍ବାଚନ କମିଟି

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସରିଲା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଆଲୋଚନାର ଫୋକସରେ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଆସନ୍ତା ମାସ ନିର୍ବାଚନ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସରିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସରିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

By

Published : Apr 9, 2023, 10:39 PM IST

ନୂଆଦିଲ୍ଲୀ: ଆସନ୍ତା ମାସରେ ଦକ୍ଷିଣର ଏକମାତ୍ର ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ଶେଷ ହୋଇଛି । ଆସନ୍ତା 10 ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦଳର ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ପାଇଁ ଏହି ବୈଠକ ବସିଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସମେତ ପ୍ରାୟ ସମସ୍ତ ବରିଷ୍ଠ ନେତାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସରିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେ.ପି ନାଡା ଏବଂ ସିଇସିର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ବ୍ୟତୀତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଶବରାଜ ବମ୍ମାଇଙ୍କ ସମେତ ପ୍ରାଦେଶିକ କମିଟିର ବରିଷ୍ଠ ନେତାମାନେ ମଧ୍ୟ ଯୋଗଦେଇଥିଲେ । ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିବା ବୈଠକର ମୁଖ୍ୟ ବିଷୟବସ୍ତୁ ଥିବା ନେଇ ସୂଚନା ମିଳିଛି ।

ବିଜେପି ଶାସନରେ ଥିବା ଏକମାତ୍ର ଦକ୍ଷିଣ ରାଜ୍ୟ ହେଉଛି କର୍ଣ୍ଣାଟକ । ତେବେ ଏଠାରେ ପୁନର୍ବାର କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ବିଜେପି ମୋଟ 224 ଆସନରୁ ଅତିକମରେ 150ଟି ଆସନରେ ଜିତି ସରକାର ଗଠନ କରିବାର ଲକ୍ଷ୍ୟ ରଖିଛି । ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ନିର୍ବାଚନୀ ମୈଦାନରେ ରହିବେ । ରାଜ୍ୟରେ କଂଗ୍ରେସ ଦଳର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ରହିଛି ।

ଏପ୍ରିଲ 4ରେ କର୍ଣ୍ଣାଟକରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ, ରାଜ୍ୟ ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସହ-ଦାୟିତ୍ୱରେ ଥିବା ମନସୁଖ ମାଣ୍ଡବ୍ୟ, କେନ୍ଦ୍ରୀୟ ନିର୍ବାଚନ କମିଟି ସଦସ୍ୟ ତଥା ତାମିଲନାଡୁ ବିଜେପି ପ୍ରଦେଶ ଅଧ୍ୟକ୍ଷ ଆନ୍ନାମଲାଇଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏହି ବୈଠକରେ ପ୍ରାର୍ଥୀଙ୍କ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଥିଲା ।

ନିର୍ବାଚନ ପୂର୍ବରୁ ଦଳର ସବୁଠୁ ବଡ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏକାଧିକ ଥର କର୍ଣ୍ଣାଟକ ଗସ୍ତ କରି ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ ମଧ୍ୟ କରିସାରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ବେଲଗାଭୀ ଓ ମାଣ୍ଡ୍ୟା ଜିଲ୍ଲାରେ ସାଧାରଣ ସଭା, ରୋଡ ସୋ ମଧ୍ୟ କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିସାରିଛନ୍ତି । ଏବେ ବିଜେପି ପ୍ରାର୍ଥୀ ଚୂଡାନ୍ତ କରି ମୈଦାନରେ ପ୍ରଚାର କାର୍ଯ୍ୟକୁ ତ୍ବରିତ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details