ଓଡିଶା

odisha

ETV Bharat / bharat

ମୋଦିଙ୍କ ଅଧ୍ୟକ୍ଷତାରେ BRICS ସମ୍ମିଳନୀ ଆରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବ୍ରିକ୍ସ ଶିଖର ସମ୍ମିଳନୀ (BRICS) । କାଉଣ୍ଟର ଟେରରିଜିମ ଆକ୍ସନ ପ୍ଲାନ ଅପଡେଟ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ମୋଦିଙ୍କ ଅଧ୍ୟକ୍ଷତାରେ BRICS ସମ୍ମିଳନୀ ଆରମ୍ଭ
ମୋଦିଙ୍କ ଅଧ୍ୟକ୍ଷତାରେ BRICS ସମ୍ମିଳନୀ ଆରମ୍ଭ

By

Published : Sep 9, 2021, 8:18 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବ୍ରିକ୍ସ ଶିଖର ସମ୍ମିଳନୀ (BRICS) । ଭର୍ଚୁଆଲ ରୂପେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅଧ୍ୟକ୍ଷତା କରିବା ଆମ ପାଇଁ ଖୁସିର ବିଷୟ ।

ଗତ ଦେଢ ଦଶନ୍ଧିରୁ ବ୍ରିକ୍ସ ଅନେକ ଉପଲବ୍ଧି ହାସଲ କରିଛି । ଆଜି ଆମେ ବିଶ୍ବର ଉଦୀୟମାନ ଅର୍ଥବ୍ୟବସ୍ଥାର ଏକ ପ୍ରଭାବଶାଳୀ ସ୍ବର । ବିକାଶଶୀଳ ଦେଶଗୁଡିକର ପ୍ରାଥମିକତା ଉପରେ ଧ୍ୟାନକେନ୍ଦ୍ରୀତ କରିବା ପାଇଁ ଏହି ମଞ୍ଚ ଉପଯୋଗୀ ରହିଆସିଛି । ଆଜି ଏହି ବୈଠକ ପାଇଁ ଆଖପାଖରେ ଅନେକ ଏଜେଣ୍ଡା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମକୁ ସୁନିଶ୍ଚିତ କରିବାକୁ ହେବ ଯେ ବ୍ରିକ୍ସ ଆଗାମୀ ୧୫ ବର୍ଷରେ ଆହୁରି ପରିଣାମ ଆଣିବ । ବ୍ରିକ୍ସ ମଲ୍ଟିଲିଟରାଲ ସିଷ୍ଟମର ସୁଦୃଢ ଓ ସୁଧାର ଉପରେ ଏକ ସେୟାରିଂ ପୋଜିସନ ନେଇଛି । ଆମେ ବ୍ରିକ୍ସ କାଉଣ୍ଟର ଟେରରିଜିମ ଆକ୍ସନ ପ୍ଲାନ ମଧ୍ୟ ଅପଡେଟ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି ଆହୁରି କହିଛନ୍ତି, ନିକଟରେ ବ୍ରକ୍ସ ଡିଜିଟାଲ ହେଲ୍‌ଥ ସମ୍ମିଳନୀର ଆୟୋଜନ ହୋଇଥିଲା । ଟେକ୍ନୋଲୋଜି ସହାୟତାରେ ହେଲ୍‌ଥ ଏକ୍ସେସ ବୃଦ୍ଧି କରିବା ପାଇଁ ଏହା ଏକ ଇନୋଭେଟିଭ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ।

ABOUT THE AUTHOR

...view details