ଓଡିଶା

odisha

By

Published : May 4, 2021, 3:28 PM IST

ETV Bharat / bharat

ବଙ୍ଗ ହିଂସା: ରାଜ୍ୟପାଳଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଫୋନ କରି ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ବଙ୍ଗ ହିଂସା: ରାଜ୍ୟପାଳଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ବଙ୍ଗ ହିଂସା: ରାଜ୍ୟପାଳଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ରାଜ୍ୟରୁ କ୍ରମାଗତ ସାମ୍ନାକୁ ଆସୁଛି ହିଂସା, ହତ୍ୟା ଓ ଜଳାପୋଡା ଘଟଣା । ଏହାରି ମଧ୍ୟରେ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଫୋନ କରି ଆଇନ ଶୃଙ୍ଖଳା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଫୋନ କରିଥିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରାଜ୍ୟପାଳ ଧନକର । ରାଜ୍ୟପାଳ କହିଛନ୍ତି, ପ୍ରଧାନମନ୍ତ୍ରୀ ଫୋନ କରିଥିଲେ । ସେ ପଶ୍ଚିମବଙ୍ଗର ଆଇନ ବ୍ୟବସ୍ଥା ସ୍ଥିତି ଉପରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି । ଏ ଚିନ୍ତା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଅବଗତ ଟ୍ବିଟ ମାଧ୍ୟମରେ ଅବଗତ କରାଇଛନ୍ତି ରାଜ୍ୟପାଳ । ରାଜ୍ୟରେ ହିଂସା, ବର୍ବରତା, ହତ୍ୟା ଆଦି ଘଟଣାର ନିୟନ୍ତ୍ରଣ ହେବା ଜରୁରୀ ବୋଲି କହିଛନ୍ତି ଧନକର ।

ପଶ୍ଚିମବଙ୍ଗରେ ହିଂସାକୁ ନେଇ ରାଜ୍ୟସରକାରଙ୍କୁ ରିପୋର୍ଟ ତଲବ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଏପଟେ ପଶ୍ଚିମବଙ୍ଗ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପିଡୀତ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ । ଭାରତୀୟ ଜନତା ପାର୍ଟିର କହିବାନୁଯାୟୀ, ତୃଣମୂଳ କଂଗ୍ରେସ ସରକାରର ଶାସମନ କାଳରେ ବର୍ତ୍ତମାନ ପର୍ଯ୍ୟନ୍ତ 140ରୁ ଅଧିକ ହତ୍ୟା ହୋଇସାରିଲାଣି ।

ABOUT THE AUTHOR

...view details