ଓଡିଶା

odisha

ETV Bharat / bharat

ମୋଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର ଖବର କେତେ ସତ ? ଜାଣନ୍ତୁ କଣ କହିଲେ ଆସଲେ ଟୋଜେ - ମୋଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ନୋବେଲ ପୁରସ୍କାର କମିଟି ଡେପୁଟି ଲିଡରଙ୍କ ପ୍ରତିକ୍ରିୟା ପରେ ଏମିତି କିଛି ଚର୍ଚ୍ଚା ଧରିବା ପରେ ଏହାକୁ ଅସ୍ବୀକାର କରିଛନ୍ତି ଆସଲେ ଟୋଜେ ।

modi biggest contender for nobel peace prize
ରେନ୍ଦ୍ର ମୋଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

By

Published : Mar 16, 2023, 11:33 AM IST

Updated : Mar 17, 2023, 2:11 PM IST

ନୂଆଦିଲ୍ଲୀ:ନୋବେଲ ଶାନ୍ତି ପୁରସ୍କାର ଦୌଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରବିଚ୍ଛନ୍ନ କାର୍ଯ୍ୟକୁ ପ୍ରଶଂସା କରି ନୋବେଲ ପୁରସ୍କାର କମିଟି ଡେପୁଟି ଲିଡରଙ୍କ ପ୍ରତିକ୍ରିୟା ପରେ ଏହି ଚର୍ଚ୍ଚା ହେଉଛି । ତେବେ ଏହାକୁ ଖଣ୍ଡନ କରିଛନ୍ତି ଲିଡର ଆସଲେ ଟୋଜେ । ଏହା ଏକ ଗୁଜବ ଖବର ବୋଲି ଜଣାପଡିଛି ।

ପ୍ରକାଶିତ ଖବର ଅନୁସାରେ, ନୋବେଲ ଶାନ୍ତି ପୁରସ୍କାର ରେସରେ ସବୁଠି ଆଗରେ ଅଛନ୍ତି ନରେନ୍ଦ୍ର ମୋଦି । ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ମୋଦିଙ୍କ କାର୍ଯ୍ୟ କୌଶଳକୁ ପ୍ରଶଂସା କରି ନୋବେଲ କମିଟି ଡେପୁଟି ଲିଡର ଆସଲେ ଟୋଜେ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଏପରିକି ମୋଦିଙ୍କ ବ୍ୟକ୍ତିତ୍ବ, ନେତୃତ୍ବ, ରାଜନୈତିକ ବିଚକ୍ଷଣତା ଓ ବିଶ୍ବ ଶାନ୍ତି ପ୍ରତିଷ୍ଠାରେ ଦକ୍ଷତା ରହିଛି । ଭାରତର ଜଣେ ଦକ୍ଷ ଓ ପ୍ରଭାବଶାଳୀ ନେତା ଭାବେ ବିଶ୍ବ ଦରବାରରେ ପରିଚୟ ହାସଲ କରିଛନ୍ତି ତେଣୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଭାରତ ପାଇଁ ଏକ ବଡ ଉପଲବ୍ଧି ହେବା ବୋଲି ନୋବେଲ କମିଟି ଡେପୁଟି ଲିଡର କହିଥିବା କୁହାଯାଉଥିଲା ।

ଏହା ବି ପଢନ୍ତୁ...Delhi Liquor Scam: ଆଜି ଇଡିରେ ହାଜର ହେବେ କବିତା

ଏପରିକି ନରୱେରୁ ଏହି ଟିମ ଭାରତ ଆସିଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କମିଟି ଡେପୁଟି ଲିଡର, ପିଏମ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଦିଗରେ ମୋଦି ଜଣେ ନିର୍ଭରଯୋଗ୍ୟ ଚେହେରା । ଋଷ ୟୁକ୍ରେନ ଯୁଦ୍ଧରେ ଭାରତର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯିଏକି କେବଳ ଭାରତ ପ୍ରଗତି ପଥରେ ନେଇ ନାହାନ୍ତି ଏହାର ବିଶ୍ବ ସ୍ତରରେ ଅର୍ଥନୀତିକୁ ପହଞ୍ଚାଇଛନ୍ତି । ମୋଦି ଜଣେ ବିଶ୍ବସ୍ତ ନେତା ଯିଏକୁ ଯୁଦ୍ଧରେ ବିରାମ ଲଗାଇବା ସହ ଶାନ୍ତି ପ୍ରତିଷ୍ଠା କରିଛନ୍ତି । ବିଶ୍ବ ସମୁଦାୟକୁ ଏକାଠୀ କରିବାରେ ମୋଦି କାର୍ଯ୍ୟ ପ୍ରଂଶସନୀୟ ବୋଲି କମିଟି ଡେପୁଟି ଲିଡର କହିଥିବା ଚର୍ଚ୍ଚା ଧରିବା ପରେ ଏହାକୁ ସେ ଖଣ୍ଡନ କରିଛନ୍ତି । ଏହାକୁ ସେ ଅସ୍ବୀକାର କରିଛନ୍ତି ।

ଏହା ବି ପଢନ୍ତୁ...ବାଚସ୍ପତିଙ୍କ ଅଫିସ ସାମ୍ନାରେ ଶାସକ-ବିରୋଧୀ ସଂଘର୍ଷ: 4 ବିରୋଧୀ ବିଧାୟକ ଆହତ

ଏନେଇ କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ କରି କହିଛନ୍ତି, ''ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ପିଏମ ମୋଦି ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଥିବା କହିଥିଲେ ଆସଲେ ଟୋଜେ । ସେ ଏହି କଥା କହିଥିବା ଅସ୍ବୀକାର କରିଛନ୍ତି । ଏହା ଫେକ ନ୍ୟୁଜ ବୋଲି କହିଛନ୍ତି ।''

Last Updated : Mar 17, 2023, 2:11 PM IST

ABOUT THE AUTHOR

...view details