ଓଡିଶା

odisha

By

Published : Feb 14, 2023, 10:45 PM IST

ETV Bharat / bharat

Air India-Boeing deal: ବାଇଡେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ଏୟାର ଇଣ୍ଡିଆ ଓ ବୋଇଂ ମଧ୍ୟରେ 290ଟି ବିମାନ କ୍ରୟ ଚୁକ୍ତି । ବାଇଡେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ବାଇଡେନ କହିଲେ ଐତିହାସିକ । ଲାଭବାନ ହେବେ ଦୁଇ ଦେଶ । ଅଧିକ ପଢନ୍ତୁ

ବାଇଡେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ବାଇଡେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଓ ବୋଇଂ ମଧ୍ୟରେ 290ଟି ବିମାନ କ୍ରୟ ଚୁକ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ବିଡେନଙ୍କ ସହ କଥା ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଏକ ଟେଲିଫୋନିକ୍‌ ବାର୍ତ୍ତାଳାପ ହୋଇଛି । ଭାରତ-ଆମେରିକାର ବ୍ୟାପକ ବିଶ୍ବସ୍ତରୀୟ ରଣନୈତିକ ଭାଗିଦାରୀରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସରିଲିଜ ମାଧ୍ୟମରେ ସୂଚୀତ କରାଯାଇଛି ।

ଉଭୟ ନେତା ଏୟାର ଇଣ୍ଡିଆ ଏବଂ ବୋଇଂ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ପାରସ୍ପରିକ ଲାଭଦାୟକ ସହଯୋଗର ଏକ ଉଜ୍ଜ୍ୱଳ ଉଦାହରଣ ଭାବରେ ପ୍ରଶଂସା କରିଛନ୍ତି । ଏହା ଫଳରେ ଉଭୟ ଦେଶରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବା ନେଇ ଦୁଇ ରାଷ୍ଟ୍ରମୁଖ୍ୟ ଆଶା ପ୍ରକଟ କରିଛନ୍ତି । ଭାରତରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ବିସ୍ତାର ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗକୁ ବିନିଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବୋଇଂ ଏବଂ ଅନ୍ୟ ଆମେରିକୀୟ କମ୍ପାନୀମାନଙ୍କୁ ଆମନ୍ତ୍ରଣ କରିଥିଲେ । ବୋଇଂ ହେଉଛି ବିଶ୍ବର ଏକ ପ୍ରମୁଖ ଏୟାରକ୍ରାଫ୍ଟ ନିର୍ମାଣକାରୀ କମ୍ପାନୀ ।

ଏୟାର ଇଣ୍ଡିଆ ବୋଇଂରୁ 45.9 ବିଲିୟନ ଡ଼ଲାର ବିନିମୟରେ 290 ଟି ବିମାନ କ୍ରୟ କରିବାକୁ ଚୁକ୍ତି କରିଛି । ଆମେରିକା ରାଷ୍ଟ୍ରପତି ବାଇଡେନ ଏହି ଚୁକ୍ତିକୁ ଐତିହାସିକ ଚୁକ୍ତି ବୋଲି ବର୍ଣ୍ଣନା କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ବାଇଡେନ କହିଥିଲେ,‘‘ ଉତ୍ପାଦନ କ୍ଷେତ୍ରରେ ଆମେରିକା ବିଶ୍ବକୁ ଆଗେଇ ନେଇପାରିବ । ମୁଁ ଏୟାର ଇଣ୍ଡିଆ ଏବଂ ବୋଇଂ ମଧ୍ୟରେ ଐତିହାସିକ ଚୁକ୍ତିନାମା ମାଧ୍ୟମରେ 200ରୁ ଅଧିକ ଆମେରିକୀୟ ନିର୍ମିତ ବିମାନ କ୍ରୟ ଘୋଷଣା କରିଥିବାରୁ ମୁଁ ଗର୍ବିତ ।’’

ସେହିପରି କେବଳ ଆମେରିକୀୟ କମ୍ପାନୀ ବୋଇଂ ନୁହେଁ ବରଂ ଫ୍ରାନ୍ସର ଏୟାରବସ କମ୍ପାନୀରୁ ମଧ୍ୟ 250 ନୂଆ ବିମାନ କିଣିବ ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆର ମୂଳ କମ୍ପାନୀ ଟାଟାସନ୍ସ ମୁଖ୍ୟ ଏନ.ଚନ୍ଦ୍ରଶେଖରନ ଏହି ଡିଲ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଭର୍ଚ୍ଚୁଆଲ ଆଲୋଚନା କର୍ଯ୍ୟକ୍ରମରେ ଚନ୍ଦ୍ରଶେଖରନ ଏହି ଘୋଷଣା କରିଛନ୍ତି । ସେହିିପରି ଏୟାର ଇଣ୍ଡିଆ ଅନ୍ୟତମ ଜଣାଶୁଣା ଏୟାରକ୍ରାଫ୍ଟ ମ୍ୟାନୁଫ୍ଯାକଚରର ବୋଇଂ ଠାରୁ ମଧ୍ୟ 290ଟି ବିମାନ କିଣିବ ।

ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ସହ ହୋଇଥିବା ଏହି ଭର୍ଚ୍ଚୁଆଲ ଆଲୋଚନା କାର୍ଯ୍ୟକ୍ରମରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ଟାଟା ସମୂହର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟା ମଧ୍ୟ ଉପସ୍ଥିତ ଥିଲେ । ଏହି ଘୋଷଣାକୁ ଏୟାରବସ କାର୍ଯ୍ୟକାରୀ ମୁଖ୍ୟ ଗୁଇଲାମ୍ ଫୋରୀ ଏକ ଐତିହାସିକ ଚୁକ୍ତି ବୋଲି ଦର୍ଶାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details