ଓଡିଶା

odisha

ETV Bharat / bharat

Most Popular Global Leader: ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି - ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସି

ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସି ଦ୍ବାରା ପ୍ରକାଶ ପାଇଥିବା ରିପୋର୍ଟରେ ମୋଦିଙ୍କୁ ମିଳିଙ୍କୁ 76 ପ୍ରତିଶତ ରେଟିଂ । ଅଧିକ ପଢନ୍ତୁ

PM Modi in Global Leaders List
PM Modi in Global Leaders List

By

Published : Apr 3, 2023, 10:43 AM IST

ନୂଆଦିଲ୍ଲୀ:ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ବିଶ୍ବବାସୀଙ୍କ ସବୁଠାରୁ ଲୋକପ୍ରିୟ ନେତା ହେଉଛନ୍ତି ନରେନ୍ଦ୍ର ମୋଦି । ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସି ଦ୍ବାରା କରାଯାଇଥିବା ରିପୋର୍ଟରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ବିଶ୍ବର ସମସ୍ତ ନେତାଙ୍କୁ ପଛରେ ପକାଇ ଲୋକଙ୍କ ପ୍ରିୟ ହୋଇପାରିଛନ୍ତି ମୋଦି ।

ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ନେଇ ରେଟିଂ ଏଜେନ୍ସି ଦ୍ୱାରା କରାଯାଇଥିଲା ଏକ ସର୍ଭେ । ଯାହାର ରିପୋର୍ଟ ପ୍ରକାଶ ପାଇବା ପରେ ପିଏମ ମୋଦି ବିଶ୍ବର ସମସ୍ତ ନେତାଙ୍କୁ ପଛରେ ପକାଇ ଲୋକପ୍ରିୟତାରେ ଆଗରେ ରହିଥିବା ଜଣାପଡିଛି । ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଠାରୁ ମଧ୍ୟ ଅଧିକ ଲୋକପ୍ରିୟ ହୋଇଥିବା ପ୍ରକାଶ ପାଇଛି । ଅନ୍ୟ ବିଶ୍ୱ ନେତାଙ୍କ ତୁଳନାରେ ପିଏମ ମୋଦିଙ୍କ ଫଲୋର୍ସ ସଂଖ୍ୟା ଅଧିକ ଥିବା ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସିର ରିପୋର୍ଟରୁ ଜଣାପଡିଛି ।

ମର୍ଣ୍ଣିଂ କନସଲ୍ଟ ଫାର୍ମ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଶ୍ବର ସମସ୍ତ ନେତାଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁଠାରୁ ଅଧିକ 76 ପ୍ରତିଶତ ଭୋଟ ମିଳିଛି । ଏହି କାରଣରୁ ସେ ବିଶ୍ୱ ନେତାଙ୍କ ମାନ୍ୟତାରେ ଶୀର୍ଷରେ ରହିଛନ୍ତି । ମର୍ଣ୍ଣିଂ କନସଲ୍ଟିଂ ଫାର୍ମ ଆହୁରି ମଧ୍ୟ କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଟିଂ ପୁରା ବିଶ୍ବରେ ଫେବୃଆରୀ ମାସରେ 78 ପ୍ରତିଶତ ରହିଥିଲା । ଏହାପରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ସେ ସମସ୍ତଙ୍କ ଠାରୁ ଊର୍ଦ୍ଧ୍ବରେ ରହିଛନ୍ତି ।

ରେଟିଂ ଏଜେନ୍ସି ଦାବି କରିଛି ଯେ, ଏହା ହେଉଛି ଲାଟେଷ୍ଟ ସର୍ଭେ । ଯେଉଁଥିରେ ମୋଦିଙ୍କ ଲୋକପ୍ରିୟତା ସବୁଠାରୁ ଅଧିକ ରହିଛି ପୁରା ବିଶ୍ବରେ । ସେହିପରି ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ 61 ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଏହି ଦୁଇ ବିଶ୍ବ ନେତାଙ୍କ ମଧ୍ୟରେ 15 ପ୍ରତିଶତ ପାର୍ଥକ୍ୟ ରହିଛି । ରେଟିଂରେ 55 ପ୍ରତିଶତ ପାଇଁ ତୃତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ । ଚତୁର୍ଥ ସ୍ଥାନରେ ଇଟାଲି ପ୍ରଧାନମନ୍ତ୍ରୀ, ପଞ୍ଚମରେ ବ୍ରାଜିଲର ରାଷ୍ଟ୍ରପତି ଓ ଷଷ୍ଠ ସ୍ଥାନରେ ରହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

କିପରି ହୁଏ ବିଶ୍ବ ନେତାଙ୍କ ସର୍ଭେ ? ଆମେରିକାର ଏହି ବିଜନେସ ଇଣ୍ଟେଲିଜେନ୍ସ କମ୍ପାନୀ ଦିନକୁ 20 ହଜାର ସାକ୍ଷାତକାର କରିଥାଏ । ଏହି ସାକ୍ଷାତକାରରେ ଆସୁଥିବା ଉତ୍ତର ସମସ୍ତ ତଥ୍ୟକୁ ଆଧାର କରି ସର୍ଭେ କରାଯାଇଥାଏ । ଏହି ସର୍ଭେରେ କେବଳ ଆମେରିକାର ସାମ୍ପଲ ଆକାର ପ୍ରାୟ 45 ହଜାର ବୋଲି ଜଣାପଡ଼ିଛି । ଅନ୍ୟ ଦେଶର ସାମ୍ପଲ ଆକାର 500ରୁ 5000 । ପ୍ରତ୍ୟେକ ଦେଶର ଅଂଶଗ୍ରହଣକାରୀଙ୍କ ବୟସ, ଲିଙ୍ଗ, ଅଞ୍ଚଳ ଆଧାରରେ ଏହି ସର୍ଭେ କରାଯାଇଥାଏ ।

ABOUT THE AUTHOR

...view details