ହାଇଦ୍ରାବାଦ: ''କୋଟି ଦୀପତ୍ସୋବରେ ସାମିଲ ହେବା ମୋ ପାଇଁ ସୌଭାଗ୍ୟର ଘଡି । କାର୍ତ୍ତିକ ପୂର୍ଣ୍ଣିମା ଓ କାର୍ତ୍ତିକ ସୋମବାର କୋଟି ଦୀପତ୍ସୋବରେ ସାମିଲ ହେବା, ତୁମମାନଙ୍କ ଗହଣରେ ସାମିଲ ହେବା ମୋ ପାଇଁ ସ୍ବତନ୍ତ୍ର । ମୁଁ ମହାଦେବ ଶିବନଗରୀ କାଶୀର ସାଂସଦ । ମୁଁ ଏଥର କାଶୀ ଯାଇପାରିନାହିଁ ମାତ୍ର ଯେଉଁ ଅଭାବ ଅନୁଭବ କରୁଥିଲି ଏଠାରେ ପୂରଣ ହୋଇଛି । ଆମେ ଆଗାମୀ ପିଢିର ଭବିଷ୍ୟ ଲେଖିବାକୁ ଯାଉଛୁ । ତେଣୁ ଭାରତର ଆତ୍ମବିଶ୍ବାସକୁ ପୁଣି ନୂଆ ଶିଖରର ଛୁଇଁବାକୁ ହେବ । ଆମ ସରକାର ବିକାଶ ଓ କ୍ଷମତାକୁ ପ୍ରେରଣାର ସହ ନେଇ କାମ କରୁଛି । ଏବେ ସବୁ ଧାମର ବିକାଶକୁ ବଳ ଦିଆଯାଉଛି । ଆଉ କିଛି ଦିନର ଅପେକ୍ଷା, ଏବେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେଲେଙ୍ଗାନା ସାଂସ୍କୃତିକ ଓ ଆଧ୍ୟାତ୍ମିକ ବୈଭବରେ ସମୃଦ୍ଧ । ଏଠାରେ ଆସ୍ଥା ଓ ଆଧ୍ୟତ୍ମିକତାର ଅସୀମ ସାଗର ରହିଛି ।'' କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହାଇଦ୍ରାବାଦର ଏନଟିଆର ଷ୍ଚାଡିୟମରେ ଆଯୋଜିତ କୋଟି ଦୀପତ୍ସୋବରେ ଯୋଗ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କୋଟି ଦୀପତ୍ସୋବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଦିନ ତମାମ ମୋତେ ଲୋକଙ୍କ ଆର୍ଶୀବାଦ ମିଳିଛି । ମୋତେ ସର୍ବଦା ମିଡିଆ ସମୂହଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡିଥାଏ ମାତ୍ର ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ନିଆରା । ଏହି ଭବ୍ୟ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ । ଏହି ଦୀପତ୍ସୋବ 12 ବର୍ଷ ହେବ ହେଉଛି । ତେଲୁଗୁ ଲୋକଙ୍କ ଗହଣକୁ ଆସିବା ସର୍ବଦା ସୁଖଦ । ତୁମମାନଙ୍କ ମଧ୍ୟରେ ଏକ ସମୃଦ୍ଧ ସାହିତ୍ୟ ଓ ସଂସ୍କୃତି ରହିଛି । ଏଠାରେ ଆସ୍ଥା ଓ ଆଧ୍ୟତ୍ମିକତାର ଅସୀମ ସାଗର ରହିଛି ।
କଥାରେ ଅଛି ଦୀପମ ଜ୍ୟୋତି ପରମବ୍ରହ୍ମ ଅର୍ଥାତ ଗୋଟିଏ ଜ୍ୟୋତି ପରମବ୍ରହ୍ମର ସ୍ବରୁପ । ଏହାର କାରଣ ଦୀପ ଅନ୍ଧକାର ଦୂର କରି ପ୍ରକାଶର ସଞ୍ଚାର କରିଥାଏ । ଦୀପ କେବଳ ପ୍ରକାଶ ଦେବାର ମାଧ୍ୟମ ନୁହେଁ ବରଂ ଅଜ୍ଞାନ ଓ ଅଭିମାନରୁ ମୁକ୍ତିର ରାସ୍ତା ଦେଖାଏ । ଆମ ଭାରତୀୟଙ୍କ ପାଇଁ ଦୀପ ପରସ୍ପର ସହ ଯୋଡିବାର ମାଧ୍ୟମ ହୋଇଛି । ଦୀପ ସମସ୍ତଙ୍କୁ ଯୋଡିଥାଏ ସମସ୍ତଙ୍କୁ ରାସ୍ତା ଦେଖାଏ । ତେଣୁ ମହାମାରୀ ସଙ୍କଟ ବେଳେ ଆମେ ଭାରତୀୟ ଦୀପ ଜାଳିଥିଲୁ । ଆମେ ସେହି ଦୀପ ଜାଳିଥିଲୁ ଏବେ ଭାରତ ବିଜୟୀ ହୋଇ ବିକାଶର ନୂଆ ଗାଥା ଲେଖୁଛି ।