ଓଡିଶା

odisha

By

Published : Apr 20, 2023, 1:54 PM IST

ETV Bharat / bharat

Global Buddhist Summit: ‘ମାନବତାକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିଛି ବୁଦ୍ଧ ଚେତନା’

ଜାତୀୟ ରାଜଧାନୀ ଦିଲ୍ଲୀରେ ଦୁଇଦିନିଆ ବିଶ୍ବ ବୌଦ୍ଧ ସମ୍ମିଳନୀ ଆରମ୍ଭ ହୋଇଛି । ଏହାକୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

pm Modi attends Global Buddhist Summit
ବିଶ୍ବ ବୌଦ୍ଧ ସମ୍ମିଳନୀ

ନୂଆଦିଲ୍ଲୀ:ବୁଦ୍ଧଙ୍କ ଏହି ଧରିତ୍ରୀର ପରମ୍ପରା ହେଉଛି ଅତିଥି ଦେବ ଭବଃ । ଅତିଥି ଆମ ପାଇଁ ଦେବତାଙ୍କ ସମାନ । ଭଗବାନ ବୁଦ୍ଧଙ୍କ ବିଚାର ଚିନ୍ତାଧାରାରେ ବିଶ୍ବାସ କରୁଥିବା ବ୍ୟକ୍ତିତ୍ବ ଆମ ସହିତ ଥିବା ସମୟରେ ଲାଗେ ସାକ୍ଷାତ ବୁଦ୍ଧ ଭଗବାନ ଆମ ସହିତ ଅଛନ୍ତି କାରଣ ବୁଦ୍ଧ ବ୍ୟକ୍ତିରୁ ଆଗକୁ ବଢି ଏକ ବୋଧ ଅଟେ । ବୁଦ୍ଧ ସ୍ବରୁପଠୁ ଅଧିକ ଏକ ଚିନ୍ତାଧାରା ବୁଦ୍ଧ ଚିତ୍ରଣରୁ ଅଧିକ ଚେତନା ଅଟେ । ବୁଦ୍ଧଙ୍କ ଏହି ଚେତନା ଚିରନ୍ତନ ଓ ନିରନ୍ତର ଏହା ଅବିସ୍ମରଣୀୟ ଏହି ଚିନ୍ତାଧାରା ଶାଶ୍ବତ । ସମଗ୍ର ମାନବତାକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିଥାଏ ବୌଦ୍ଧ ଚେତନା । ନୂଆଦିଲ୍ଲୀରେ ଦୁଇଦିନିଆ ବିଶ୍ବ ବୌଦ୍ଧ ସମ୍ମିଳନୀକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଆହୁରି କହିଛନ୍ତି,''ବୁଦ୍ଧଙ୍କ ଶିକ୍ଷା ଅନୁସରଣ କରି ଭାରତ ଅଗ୍ରଗତି କରୁଛି । ବୁଦ୍ଧଙ୍କ ଶିକ୍ଷାକୁ ଆଧାର କରି ଭାରତ ନୂଆ ପଦକ୍ଷେପ ଗ୍ରହଣ କରୁଛି । ବୁଦ୍ଧଙ୍କ ଶିକ୍ଷାରେ ଅନୁପ୍ରାଣିତ ହୋଇ ଭାରତ ବିଶ୍ବର ଦୁଃଖକୁ ନିଜର ଭାବିଛି । ଦୁନିଆର ଅଲଗା ଅଲଗା ଦେଶରେ ଶାନ୍ତି ମିଶନ ହେଉ ବା ତୁର୍କୀର ଭୂମକମ୍ପ ଭାରତ ତାର ସାମର୍ଥ୍ୟ ଲଗାଇ ଦେଇଛି । ପ୍ରତି ସଙ୍କଟରେ ଭାରତ ନିଜର ଭାବି ଛିଡା ହୋଇଛି । ସବୁ ଚ୍ୟାଲେଞ୍ଜକୁ ଆମେ କିପରି ହ୍ୟାଣ୍ଡେଲ କରୁଛେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ବିଶ୍ବର ସମସ୍ତ ସମସ୍ୟା ବୁଦ୍ଧିଷ୍ଟ ଶିକ୍ଷା ଦ୍ବାରା ସମାଧାନ ହେଉଛି । ଆମକୁ ମନେ ରଖିବାକୁ ହେବ ସମସ୍ୟାର ସମାଧାନ ରାସ୍ତା ହିଁ ବୁଦ୍ଧଙ୍କ ଯାତ୍ରା । ଅମୃତକାଳରେ ଭାରତ ପାଖରେ ଭବିଷ୍ୟତ ପାଇଁ ବିଶାଳ ଲକ୍ଷ୍ୟ ଓ ସଂକଳ୍ପ ରହିଛି । ଆମ ପାଇଁ ପ୍ରେରଣା ଭଗବାନ ବୁଦ୍ଧ । ବୁଦ୍ଧଙ୍କ ମାର୍ଗ ହେଉଛି ସିଦ୍ଧାନ୍ତ, ଆଭ୍ୟାସ ଓ ହୃଦୟଙ୍ଗମ । ଗତ 9 ବର୍ଷରେ ଭାରତ ଏହି 3ଟି ବିନ୍ଦୁକୁ ନେଇ ଦ୍ରୁତ ଗତିରେ ଆଗକୁ ବଢୁଛି । ବୁଦ୍ଧଙ୍କ ଶିକ୍ଷାକୁ ଜଣ ଜଣଙ୍କ ନିକଟରେ ପହଞ୍ଚାଇବାକୁ ଏକ ସମର୍ପଣ ଭାବରେ କାର୍ଯ୍ୟ କରୁଛି ।''

ଆଜି ଦୁନିଆ ଯେଉଁ ଯୁଦ୍ଧ ଓ ଆଶନ୍ତିରେ ପଡିଛି ବୁଦ୍ଧ ବହୁ ପୂର୍ବରୁ ତାର ସମାଧାନ କରି ସାରିଛନ୍ତି । ଆଧୁନିକ ବିଶ୍ବର ଏହିପରି ଅନେକ ସମସ୍ୟା ରହିଛି ଯାହାର ସମଧାନ ବହୁ ପୂର୍ବରୁ ହୋଇ ସାରିଛି । ଯେଉଁଠି ବୁଦ୍ଧଙ୍କ କରୁଣା ରହିଛି ସେଠାରେ ସଂଘର୍ଷ ନୁହେଁ ସମନ୍ବୟ ରହିଥାଏ, ଅଶାନ୍ତି ନୁହେଁ ଶାନ୍ତି ଥାଏ । ବୁଦ୍ଧଙ୍କ ମାର୍ଗ ଭବିଷ୍ୟତର ମାର୍ଗ । ଯଦି ବିଶ୍ବ ବୁଦ୍ଧଙ୍କ ଶିକ୍ଷା ଆପଣେଇ ଆଗକୁ ବଢିଥାନ୍ତା ତେବେ ବିଶ୍ବ ଉପରେ ଜଳବାୟୁ ପରି ସଂଙ୍କଟ ଆସି ନଥାନ୍ତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦିଲ୍ଲୀର ଅଶୋକ ହୋଟେଲରେ ଏହି ଦୁଇଦିନିଆ ବିଶ୍ବ ବୌଦ୍ଧ ସମ୍ମିଳନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଦୁଇଦିନିଆ କାର୍ଯ୍ୟକ୍ରମରେ 30ଟି ରାଷ୍ଟ୍ର ଯୋଗ ଦେଇଛନ୍ତି । ଅନ୍ତର୍ଜାତୀୟ ବୌଦ୍ଧ ସଂଘ (ଆଇବିସି) ସହଯୋଗରେ ସଂସ୍କୃତି ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛି । ଶ୍ରୀଲଙ୍କା, ଥାଇଲାଣ୍ଡ, ଭିଏତନାମ, ଦକ୍ଷିଣ କୋରିଆ, ଜାପାନ, ମେକ୍ସିକୋ ଓ ମିଆଁମାରର ପ୍ରତିନିଧି ଦଳ ଯୋଗ ଦେଇଛନ୍ତି । ବୌଦ୍ଧ ଧାମ ଓ ଶାନ୍ତି, ଜଳବାୟୁ ସଙ୍କଟ, ସ୍ବାସ୍ଥ୍ୟ ଓ ସ୍ଥିରତା, ନାଳନ୍ଦା ବୁଦ୍ଧିଷ୍ଟ ପରମ୍ପରା ସଂରକ୍ଷଣ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।

ABOUT THE AUTHOR

...view details