ଭୋପାଳ:ଜାତୀୟ ପଞ୍ଚାୟତରାଜ ଦିବସରେ ମଧ୍ୟ ପ୍ରଦେଶର ରେୱାରୁ ଏକ କାଯ୍ୟକ୍ରମକୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଞ୍ଚାୟତରାଜ ସଂସ୍ଥା ଲୋକତନ୍ତ୍ରର ଭାବନାକୁ ବଢାଇଥାଏ । ଆମ ନାଗରିକଙ୍କ ବିକାଶ ଏବଂ ଆକାଂକ୍ଷା ପୂରଣ କରିଥାଏ । ଆଜଦୀର ଏହି ଅମୃତକାଳରେ ସମସ୍ତ ଦେଶବାସୀ ବିକଶିତ ଭାରତର ସ୍ବପ୍ନ ଦେଖିବା ସହ ଏହାକୁ ପୂରଣ କରିବାକୁ ରାତିଦିନ ପରିଶ୍ରମ କରୁଛନ୍ତି । ଭାରତକୁ ବିକଶିତ କରିବା ପାଇଁ ଗାଁର ସାମାଜିକ ବ୍ୟବସ୍ଥାକୁ ବିକଶିତ କରିବା ଜରୁରୀ ବୋଲି ଦେଶରେ ଅଢେଇ ଲକ୍ଷ୍ୟରୁ ଅଧିକ ପଞ୍ଚାୟତକୁ ଜାତୀୟ ପଞ୍ଚାୟରରାଜ ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହା ବି ପଢନ୍ତୁ...Lakhimpur Kheri Violence: ବଢ଼ିଲା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଅବଧି
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଭାରତକୁ ବିକଶିତ କରିବାକୁ ହେଲେ ଗାଁର ଆର୍ଥିକ ବ୍ୟବସ୍ଥାକୁ ବିକଶିତ କରିବାକୁ ହେବ । 2014 ପରେ ଦେଶ ତାର ପଞ୍ଚାୟତର ସଶକ୍ତିକରଣ ପାଇଁ ବଡ ପଦକ୍ଷେପ ନେଇଛି । ପଞ୍ଚାୟତକୁ 70 କୋଟିରୁ ଅଧିକ ବଜେଟ ଦିଆଯାଇଛି । ଆଉ ଆଜି ତାର ପରିଣାମ ସାମ୍ନାରେ ରହିଛି । ପଞ୍ଚାୟତ ବିକାଶର ଆଜି ଦେଶର ପ୍ରାଣବାୟୁ ହୋଇଛି । ଡିଡିଟାଲ ଯୁଗରେ ପଞ୍ଚାୟତକୁ ସ୍ମାର୍ଟ କରାଯାଉଛି । ଇ-ଗ୍ରାମ ସ୍ବରାଜ-ଜେମ ଇଣ୍ଟିଗ୍ରେଟେଡ ପୋଟାର୍ଲର ଶୁଭାରମ୍ଭ ହୋଇଛି । ଦେଶର ଗାଁକୁ ବ୍ୟାଙ୍କ୍ର ବଳ ମିଳିଛି । ଚାଷଠୁ ନେଇ ବ୍ୟବସାୟ ଯାଏଁ ସବୁଥିଲେ ଗାଁ ଲୋକଙ୍କ ସାହାଯ୍ୟ ରହିଛି ।"