ଓଡିଶା

odisha

ETV Bharat / bharat

ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି - ବ୍ରିକମସିଙ୍ଘେଙ୍କୁ ଚିଠି ଲେଖିଲେ ମୋଦି

ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଙ୍କଟ କାଳରେ ଦେଲେ ପୂର୍ଣ୍ଣ ସହଯୋଗର ଆଶ୍ବସନା । ଅଧିକ ପଢନ୍ତୁ

ନବ ନିର୍ବାଚିତ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି, ଶୁଭେଚ୍ଛା ସହ ଦେଲେ ପୂର୍ଣ୍ଣ ସହଯୋଗର ଆଶ୍ବାସନା
ନବ ନିର୍ବାଚିତ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି, ଶୁଭେଚ୍ଛା ସହ ଦେଲେ ପୂର୍ଣ୍ଣ ସହଯୋଗର ଆଶ୍ବାସନା

By

Published : Jul 26, 2022, 7:42 PM IST

ନୂଆଦିଲ୍ଲୀ:ପଡୋଶୀ ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ଓ ରାଜନୈତିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବା ରାନିଲ ବିକ୍ରମସିଙ୍ଘେଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନିଜ ଶୁଭେଚ୍ଛା ପତ୍ରରେ ଆର୍ଥିକ ସଙ୍କଟଗ୍ରସ୍ତ ଶ୍ରୀଲଙ୍କାକୁ ସମସ୍ତ ସହଯୋଗ କରିବା ପାଇଁ ମଧ୍ୟ ଆଶ୍ବାସନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ପଡୋଶୀ ରାଷ୍ଟ୍ରପତି ବିକ୍ରମସିଙ୍ଘେଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି,‘‘ଏକ ପ୍ରତିକୂଳ ତଥା ଘଡିସନ୍ଧି ମୁହୂର୍ତ୍ତରେ ଆପଣ ଶ୍ରୀଲଙ୍କାର 8ମ ରାଷ୍ଟ୍ରପତି ଭାବେ ସର୍ବୋଚ୍ଚ ପଦବୀ ଗ୍ରହଣ କରିଛନ୍ତି । ମୁଁ ଆଶା କରୁଛି ଆପଣଙ୍କ କାର୍ଯ୍ୟକାଳରେ ଶ୍ରୀଲଙ୍କାରେ ଆର୍ଥିକ ସ୍ଥିରତା ଫେରିବା ସହ ସାଧାରଣ ନାଗରିକଙ୍କ ଆଶା ମଧ୍ୟ ପୂରଣ ହେବ । ସେହିପରି ଆଗାମୀ ଦିନରେ ଦୁଇ ଦେଶ ମିଳିତ ସ୍ବାର୍ଥ ଦୃଷ୍ଟିରୁ ମଧ୍ୟ ସହଭାଗିତାରେ ଆଗକୁ ବଢିବା ନେଇ ମୁଁ ଆଶା କରୁଛି ’’।

ସେହିପରି ବର୍ତ୍ତମାନ ଜାରି ରହିଥିବା ସଙ୍କଟ ମଧ୍ୟରେ ଭାରତ, ଶ୍ରୀଲଙ୍କା ସହ ରହିଛି ଓ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇ ଆସିଛି । ଶ୍ରୀଲଙ୍କାରେ ଆର୍ଥିକ ପୁନଃରୁଦ୍ଧାର, ରାଜନୈତିକ ଓ ସାମ୍ବିଧାନିକ ସ୍ଥିରତା ବଜାୟ ରହିବା ନେଇ ଭାରତ ତାର ସମସ୍ତ ନୈତିକ ଦାୟିତ୍ବ ଜାରି ରଖିବ ବୋଲି ବିକ୍ରମସିଙ୍ଘେଙ୍କୁ ଆଶ୍ବସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସ୍ବାଧୀନତା ପର ଠାରୁ ଦ୍ବୀପରାଷ୍ଟ୍ର ଶ୍ରୀଲଙ୍କା ସବୁଠୁ ବଡ ଆର୍ଥିକ ଅସ୍ଥିରତା ମଧ୍ୟରେ ଗତି କରୁଛି । ନିକଟତମ ପଡୋଶୀ ଭାବେ ଭାରତ ମଧ୍ୟ ଏପରି ସଙ୍କଟ ଆରମ୍ଭରୁ ନୈତିକ ଦାୟିତ୍ବ ତୁଲାଇ ଆସୁଛି । ପର୍ଯ୍ୟାୟ କ୍ରମେ ଏକାଧିକ ସିପମେଟରେ ନୂଆଦିଲ୍ଲୀ ପ୍ରାୟ 3.5 ମିଲିୟନ ଆମେରିକୀୟ ଡଲାର ମୂଲ୍ୟର (USD 3.5 billion) ସହାୟତା ଯୋଗାଇ ସାରିଛି । ଏହି ସହୟତା ରାଶି ମଧ୍ୟରେ ଇନ୍ଧନ, ଖାଦ୍ୟ ସାମଗ୍ରୀ, ଔଷଧ ଓ ଜରୁରୀ ଚିକିତ୍ସା ସାମଗ୍ରୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details