ଓଡିଶା

odisha

ETV Bharat / bharat

15th BRICS Summit: ଜୋହାନ୍ସବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

ବ୍ରିକ୍ସ ସମ୍ମିଳନୀ ଅଂଶଗ୍ରହଣ ପାଇଁ ଜୋହାନ୍ସବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କଲେ ଦକ୍ଷିଣ ଆଫ୍ରିକା ଉପରାଷ୍ଟ୍ରପତି । ପ୍ରବାସୀ ଭାରତୀୟ ସମୁଦାୟ ମଧ୍ୟରେ ଉତ୍ସାହ । ଅଧିକ ପଢନ୍ତୁ

ଜୋହାନ୍ସବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ
ଜୋହାନ୍ସବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

By ETV Bharat Odisha Team

Published : Aug 22, 2023, 7:31 PM IST

ଜୋହାନ୍ସବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

ହାଇଦ୍ରାବାଦ:15ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ 2 ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ଅପରାହ୍ନରେ ଜୋହାନ୍ସବର୍ଗ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ୱାଟରକ୍ଲୁଫ ବାୟୁସେନା ବେସରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ରେଡ କାର୍ପେଟରେ ଭବ୍ୟ ସ୍ବାଗତ କରିବା ପରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ସ୍ଥାନୀୟ ପାରମ୍ପରିକ ନୃତ୍ୟୁ ସଙ୍ଗୀତରେ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସେଠାରେ ଥିବା ପ୍ରବାସୀ ଭାରତୀୟ ସମୂଦାୟ ମଧ୍ୟରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିମାନ ବନ୍ଦରରୁ ବାହାରିବା ପରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିବାଦନ ଜଣାଇବା ସହ କରମର୍ଦ୍ଦନ କରିଛନ୍ତି ।

ଭାରତ ବ୍ୟତୀତ ବ୍ରିକ୍ସ ଗୋଷ୍ଠୀରେ ଚୀନ୍, ଋଷ, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ ମଧ୍ୟ ସଦସ୍ୟ ଭାବେ ରହିଛନ୍ତି । ଏହି ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି.ଜିନପିଙ୍ଗ ମଧ୍ୟ ଜୋହାନ୍ସବର୍ଗରେ ପହଞ୍ଚି ସାରିଛନ୍ତି । ପ୍ରଧାନମନ୍ତ୍ରୀ 24 ଅଗଷ୍ଟ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ରହିବେ । ଏହି ଗସ୍ତରେ ସେ କିଛି ସଦସ୍ୟ ରାଷ୍ଟ୍ରର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ।

ଏହା ମଧ୍ୟ ପଢନ୍ତୁ:- BRICS Summit: ଆଜି ଦଣିକ୍ଷ ଆଫ୍ରିକା ଗସ୍ତ କଲେ ପ୍ରଧାନମନ୍ତ୍ରୀ

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ହେଉଥିବା 15ତମ ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସାମିଲ ହେଉଥିବା ବେଳେ ଋଷ ରାଷ୍ଟ୍ରପତି ପୁତିନ ସମ୍ମିଳନୀରେ ଭର୍ଚୁଆଲି ଅଂଶଗ୍ରହଣ କରିବେ । ପୁଟିନଙ୍କ ପ୍ରତିନିଧି ଭାବେ ଋଷ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ପ୍ରତ୍ୟେକ୍ଷ ଭାବେ ସାମିଲ ହେଉଛନ୍ତି ।

ବର୍ତ୍ତମାନ ବ୍ରିକ୍ସ ଅନ୍ତର୍ଜାତୀୟ ଗୋଷ୍ଠୀରେ ଭାରତ ସମେତ, ଚୀନ, ବ୍ରାଜିଲ, ଋଷ, ଚୀନ, ଦକ୍ଷିଣ ଆଫ୍ରିକା, ରହିଛନ୍ତି । ବ୍ରିକ୍ସ 2009 ମସିହାରେ ଗଠନ ହୋଇଥିଲା । କିନ୍ତୁ 2010 ରେ ଏହି ସଂଗଠନରେ ଦକ୍ଷିଣ ଆଫ୍ରିକା ସାମିଲ ହେବା ପରେ ଏହାର ନାମ ବିଦ୍ଧିବଧ ଭାବେ ବ୍ରିକ୍ସ ରଖାଯାଇଥିଲା । ବର୍ତ୍ତମାନ ବ୍ରିକ୍ସ ସଂଗଠନ ଦେଶର ମୋଟ ଜନସଂଖ୍ୟା ଦୁନିଆର 42 ପ୍ରତିଶତ । ବ୍ରିକ୍ସ ସଂଗଠନ ରାଷ୍ଟ୍ରଗୁଡ଼ିକ ଦୁନିଆର 30 ପ୍ରତିଶତ କ୍ଷେତ୍ରଫଳ ଉପରେ ଅଧିକାର ରଖିଛନ୍ତି । ଏହାସହ ବ୍ରିକ୍ସ ସଂଗଠନ ରାଷ୍ଟ୍ର ପାଖରେ ବଶ୍ବିର ମୋଟ ଜିଡିପିର 23 ପ୍ରତିଶତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details