ଓଡିଶା

odisha

ETV Bharat / bharat

PM Modi France visit: ପ୍ୟାରିସରେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ - ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ

ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କଲେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ଣ୍ଣ । ଆଜି ସଂଧ୍ୟାରେ ପ୍ରବାସୀ ଭାରତୀୟ ସମୁଦାୟ ସହ ଆଲୋଚନା । ଆସନ୍ତାକାଲି ବସ୍ତାଇଲ ଡେ’ କାର୍ଯ୍ୟକ୍ରମରେ ହେବେ ସାମିଲ । ଅଧିକ ପଢନ୍ତୁ

PM Modi France visit: ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ
PM Modi France visit: ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

By

Published : Jul 13, 2023, 7:12 PM IST

Updated : Jul 13, 2023, 7:37 PM IST

ନୂଆଦିଲ୍ଲୀ:ଆଜି(ଗୁରୁବାର) ଅପରାହ୍ନରେ ପ୍ୟାରିସରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ୟାରିସ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ଣ୍ଣ ତାଙ୍କୁ ସ୍ବାଗତ କରିଥିଲେ । ସ୍ବାଗତକାଳୀନ ଗାର୍ଡ-ଅଫ-ଅନର ମଧ୍ୟ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ । ଉଭୟ ଦେଶର ଜାତୀୟ ସଙ୍ଗୀତ ଗାନ ହେବା ପରେ ଉଭୟ ପ୍ରଧାନମନ୍ତ୍ରୀ ମିଳିତ ଅଭିବାଦନ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ସକ୍ଷାତ କରିବେ ।

PM Modi France visit: ପ୍ୟାରିସରେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

ଆସନ୍ତାକାଲି(ଶୁକ୍ରବାର) ଫ୍ରାନ୍ସର ଜାତୀୟ ଦିବସ ‘ବସ୍ତାଇଲ ଡେ’ ରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ପ୍ଯାରିସରେ ପହଞ୍ଚିବା ପରେ ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ପ୍ୟାରିସରେ ପହଞ୍ଚିଲି । ଏହି ଗସ୍ତ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ କରିବା ନେଇ ଉତ୍ସାହୀ । ଆଜି ଏକାଧିକ କାର୍ଯ୍ୟକ୍ରମ ମଧ୍ୟରେ ପ୍ରବାସୀ ଭାରତୀୟ ସମୁଦାୟକୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରନ୍ଦିମ ବାଗଚି କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ଆସନ୍ତାକାଲି ‘ବସ୍ତାଇଲ ଦିବସ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ । ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଭାରତ ଫ୍ରାନ୍ସ ଦ୍ବିପାକ୍ଷିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବା ସହ ଫ୍ରାନ୍ସ ନେତୃମଣ୍ଡଳୀ ସହ ମଧ୍ୟ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ସେଠାରେ ଥିବା ପ୍ରବାସୀ ଭାରତୀୟ ସମୁଦାୟଙ୍କ ସହ ସାକ୍ଷାତ କରିବା ସହ ଏକାଧିକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ମଧ୍ଯ ସିଧା ସମ୍ବାଦ କରିବେ ।’’

ଏହା ମଧ୍ୟ ପଢନ୍ତୁ :-ଫ୍ରାନ୍ସ ଗସ୍ତ କଲେ ପ୍ରଧାନମନ୍ତ୍ରୀ, ପ୍ୟାରିସ ହିଂସାର କୌଣସି ପ୍ରଭାବ ପଡିବନି କହିଲା ବିଦେଶ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଭାରତ-ଫ୍ରାନ୍ସ ମଧ୍ୟରେ ଏକାଧିକ ପ୍ରତିରକ୍ଷା ସାମଗ୍ରୀ କ୍ରୟ ଚୁକ୍ତି ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଭାରତ ଫ୍ରାନ୍ସ ଠାରୁ 26ଟି ମେରାଇନ ଭର୍ସନ ରାଫେଲ ବିମାନ ସହ 4ଟି ସବ୍‌ମେରାଇନ ମଧ୍ୟ କ୍ରୟ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହେବ । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ଭିତ୍ତିଭୂମି, ଜଳବାୟୁ ପରିବର୍ତ୍ତନ, ମହାକାଶ, ଶକ୍ତି, ସଂସ୍କୃତି, କ୍ରୀଡ଼ା ଆଦି ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ ହେବ । ଭାରତୀୟ ବଜାରରେ ନିବେଶ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏକାଧିକ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ।

ଅନ୍ୟପଟେ ‘ବସ୍ତାଇଲ ଦିସବ’ ପରେଡରେ ଭାରତୀୟ 3 ସେନାର କଣ୍ଟିନେଟ ଅଂଶଗ୍ରହଣ ମଧ୍ୟ କରୁଛନ୍ତି । ଭାରତୀୟ ବାୟୁସେନା ସ୍କ୍ବାର୍ଡନ ବସ୍ତାଇଲ ଡେ ଫ୍ଲାଏପାଷ୍ଟରେ ଅଂଶଗ୍ରହଣ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେବ । ଏଥିପାଇଁ ରାଫେଲ ସମେତ ଏକାଧିକ ଭାରତୀୟ ଯୁଦ୍ଧ ବିମାନ ଫ୍ରାନ୍ସ ପହଞ୍ଚି ସାରିଥିବା ବେଳେ ଏକାଧିକ ପର୍ଯ୍ୟାୟର ଅଭ୍ୟାସ ମଧ୍ୟ ଶେଷ କରିସାରିଛନ୍ତି । ‘ବସ୍ତାଇଲ ଦିବସ’କୁ ଫ୍ରାନ୍ସ ନିଜର ଜାତୀୟ ଦିବସ ଭାବ ପାଳନ କରିଥାଏ । 1789 ମସିହାରେ ବସ୍ତାଇଲ ଦୁର୍ଗର ପତନ ‘ଫରାସୀ ରାଷ୍ଟ୍ର ବିଳ୍ପବ’ର ଏକ ପ୍ରମୁଖ ଘଟଣା ଥିଲା । ଏହାକୁ ଫ୍ରାନ୍ସ ଦେଶ ଇତିହାସର ଏକ ପ୍ରମୁଖ ଘଟଣା ସହ ଜାତୀୟ ଦିବସ ଭାବେ ପାଳନ କରିଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 13, 2023, 7:37 PM IST

ABOUT THE AUTHOR

...view details