ଓଡିଶା

odisha

ଗ୍ଲାସଗୋରେ ମୋଦି, ଆଜି COP26 ସମ୍ମିଳନୀରେ ଦେବେ ଯୋଗ

By

Published : Nov 1, 2021, 9:00 AM IST

ଗତକାଲି ରୋମର ଜି-୨୦ ସମ୍ମିଳନୀରେ ଯୋଗ ଦେବା ପରେ ୟୁକେର ଗ୍ଲାସଗୋ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଆଜି(ସୋମବାର) 26ତମ cop26 କାର୍ଯ୍ୟକ୍ରମରେ ଯୋଗ ଦେବେ । ଅଧିକ ପଢନ୍ତୁ...

ଆଜି COP26 ସମ୍ମିଳନୀରେ ଯୋଗ ଦେବେ
ଆଜି COP26 ସମ୍ମିଳନୀରେ ଯୋଗ ଦେବେ

ଲଣ୍ଡନ: ଗତକାଲି ରୋମର ଜି-୨୦ ସମ୍ମିଳନୀରେ ଯୋଗ ଦେବା ପରେ ୟୁକେର ଗ୍ଲାସଗୋ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଆଜି(ସୋମବାର) 26ତମ cop26 କାର୍ଯ୍ୟକ୍ରମରେ ଯୋଗ ଦେବେ । ଆଜିଠୁ ଦୁଇଦନିଆ ଗ୍ଲାସଗୋ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

26ତମ cop26 କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭେଟିବେ । ଦ୍ବିପାକ୍ଷିତ ଚୁକ୍ତିକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବା ନେଇ ସୂଚନା ମିଳିଛି । ଗ୍ଲାସଗୋରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଭାରତୀୟ ସମ୍ପ୍ରଦାୟ 'ମୋଦି ହେ ଭାରତ କା ଗେହନା' କହି ତାଙ୍କୁ ସ୍ବାଗତ କରିଥିଲେ ।

ମିଳିତ ଜାତିସଂଘର 26ତମ cop ସମ୍ମିଳନୀ ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ନଭେମ୍ବର ୧୨ ତାରିଖ ଯାଏଁ ଚାଲିବ । ଯାହାର ମୁଖ୍ୟ ବିଷୟବସ୍ତୁ ହେଉଛି ଜଳବାୟୁ ପରିବର୍ତ୍ତନ । ଗ୍ଲାସଗୋରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ତଥା ଏ ଦିଗରେ ଭାରତର ଉଦ୍ୟମକୁ ସ୍ପଷ୍ଟ କରିବା ପାଇଁ ଅନ୍ୟ ଦେଶର ନେତାଙ୍କ ସହ କାମ କରିବାକୁ ଅପେକ୍ଷା କରିଛି ବୋଲି ଟ୍ବିଟ କରି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ସମ୍ମିଳନୀରେ ପ୍ରାୟ 200 ଦେଶର ପ୍ରତିନିଧିତ୍ବ କରୁଥିବା ପ୍ରତିନିଧୀ ଅଂଶଗ୍ରହଣ କରିବେ । 2030 ସୁଦ୍ଧା ବିଶ୍ବ ନିର୍ଗମନକୁ କିପରି ହ୍ରାସ କରାଯିବ ସେ ନେଇ ଆଲୋଚନା କରାଯିବ। ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ତଥା ଆନ୍ତର୍ଜାତୀୟ ସୋଲାର ମିଳିତ ମଞ୍ଚ ଅଧୀନରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏ ନେଇ ସୂଚନା ଦେଇଛନ୍ତି ଭାରତର ହାଇ କମିସନର ଗାୟତ୍ରୀ ଇସାର କୁମାର ।

ଭାରତ-ବ୍ରିଟେନ ସମ୍ପର୍କରେ ଗାୟତ୍ରୀ କହିଛନ୍ତି COP26 ବହୁପକ୍ଷୀୟ କାର୍ଯ୍ୟକ୍ରମ ହେବ । ଏହା ପ୍ରଧାନମନ୍ତ୍ରୀ ମୋଦି ଓ ୟୁକେ ପିଏମ ଜନସନଙ୍କ ପାଇଁ ଏକାଠି ହୋଇ 2030 ରୋଡମ୍ୟାପର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ପାଇଁ ଏକ ସୁଯୋଗ ହେବ । ଏହା ସହିତ ବିଶ୍ବସ୍ତରୀୟ ପ୍ରସଙ୍ଗ ଯେପରି ବିଶେଷ କରି ସ୍ବାସ୍ଥ୍ୟସେବା, ଟିକା ଓ ଜଳବାୟୁ ବିଷୟରେ ଆଲୋଚନା କରିହେବ ।

ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣକୁ ଆଣିବା ପାଇଁ ନିଆଯାଉଥିବା ପ୍ରୟାସରେ COP26 ଗୁରୁତ୍ବପୂର୍ଣ୍ଣ ଭାବରେ ଉଭା ହୋଇଛି । ବ୍ରିଟେନ ଏହି ସମ୍ମିଳନୀର ସଭାପତି ରହିଛି । 2050 ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗତକୁ ହ୍ରାସ କରିବା ଏବଂ ବିଲୋପ କରିବା ପାଇଁ 200 ରୁ ଅଧିକ ଦେଶ ମଧ୍ୟରେ ଏକ ଚୁକ୍ତିନାମା କରିବାକୁ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ABOUT THE AUTHOR

...view details