ଓଡିଶା

odisha

ଗୁରୁଦିବସରେ PM-SHRI ଯୋଜନା ଆଣିଲେ ପ୍ରଧାନମନ୍ତ୍ରୀ, ବଦଳିବ ସାଢେ 14 ହଜାର ସ୍କୁଲର ନକ୍ସା

By

Published : Sep 5, 2022, 7:57 PM IST

ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କଲେ PM-SHRI ଯୋଜନା । ବଦଳିବ ଦେଶର ସାଢେ 14 ହଜାର ସ୍କୁଲର ନକ୍ସା । ରହିବ ଅତ୍ୟାଧୁନିକ ଶୈକ୍ଷିକ ଓ କ୍ରୀଡ ଭିତ୍ତିଭୂମି । ପ୍ରଧାନମନ୍ତ୍ରୀ କହିଲେ ଏହି ଯୋଜନା ସହ ସଫଳ ହେବ ରାଷ୍ଟ୍ରୀୟ ଶିକ୍ଷା ନୀତି । ଅଧିକ ପଢନ୍ତୁ

ଗୁରୁଦିବସରେ PM SHRI ଯୋଜନା ଆଣିଲେ ପ୍ରଧାନମନ୍ତ୍ରୀ, ବଦଳିବ ଦେଶର ସାଝେ 14 ହଜାର ସ୍କୁଲର ନକ୍ସା
ଗୁରୁଦିବସରେ PM SHRI ଯୋଜନା ଆଣିଲେ ପ୍ରଧାନମନ୍ତ୍ରୀ, ବଦଳିବ ଦେଶର ସାଝେ 14 ହଜାର ସ୍କୁଲର ନକ୍ସା

ନୂଆଦିଲ୍ଲୀ:ଗୁରୁଦିବସ ଅବସରରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର 14 ହଜାର 5 ଶହ ସ୍କୁଲର ବଦଳିବ ନକ୍ସା । ଏହି ସ୍କୁଲଗୁଡିକରେ ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନୂଆ କରି ଘୋଷଣା କରାଯାଇଥିବା ଏହି ଯୋଜନା ‘‘ପ୍ରଧାନମନ୍ତ୍ରୀ ସ୍କୁଲ୍ସ ଫର ରାଇଜିଂ ଇଣ୍ଡିଆ (PM-SHRI) ଅଧିୀନରେ ସାରା ଦେଶରେ ସାଢେ 14 ହଜାର ବିଦ୍ୟାଳୟର ଏହି ଭିତ୍ତିଭୂମି ବିକାଶ କରାଯାଇ ମଡେଲ ସ୍କୁଲରେ ପରିଣତ କରାଯିବ ।

ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ ଯୋଗେ ଏହି ଘୋଷଣା କରିବା ସମୟରେ ଖୁସିବ୍ୟକ୍ତ କରିଛନ୍ତି । ଏହି ଯୋଜନା ଅଧୀନରେ ସମଗ୍ର ଦେଶରେ ମୋଟ ସାଢେ 14 ହଜାର ସ୍କୁଲରେ ଭିତ୍ତିଭୂମିକୁ ବିକାଶ କରାଯିବା ସହ ଏହି ସ୍କୁଲଗୁଡିକୁ ଦେଶର ମଡେଲ ସ୍କୁଲରେ ପରିଣତ କରାଯିବ । ଯାହା ଜାତୀୟ ଶିକ୍ଷାନୀତି (NEP)ର ପ୍ରକୃତ କାର୍ଯ୍ୟକାରୀତାକୁ ସଫଳ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘‘ବିକଶିତ ହେବାକୁ ଥିବା ଏହି ମଡେଲ ସ୍କୁଲରେ ଶିକ୍ଷାଦାନର ଆଧୁନିକ ତଥା ପରିବର୍ତ୍ତକାରୀ ସାମଗ୍ରୀକ ବ୍ୟବସ୍ଥା ରହିବ । ପାଠ ପଢା ପାଇଁ ଆବଶ୍ୟକ ଅତ୍ୟାଧୁନିକ ଜ୍ଞାନକୌଶଳ, ସ୍ମାର୍ଟ କ୍ଲାସରୁମ, କ୍ରୀଡା ପାଇଁ ମଧ୍ୟ ଅତ୍ୟାଧୁନିକ ଭିତ୍ତିଭୂମିକୁ ବିକଶିତ କରାଯିବ । ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ ହେବାର ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ଏହି ଯୋଜନାରେ ଦେଶର ସ୍କୁଲର ଚିତ୍ର ବଦଳିବା ସହ ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରୀତା ଓ ଉଦ୍ଦେଶ୍ୟ ସଫଳତାର ସହ ପୂର୍ଣ୍ଣ ହୋଇପାରିବ।"

ପ୍ରଧାନମନ୍ତ୍ରୀ ଆଜି ଗୁରୁ ଦିବସରେ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହୋଇଥିବା ଶିକ୍ଷକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ପୁରସ୍କୃତ ହୋଇଥିବା ଶିକ୍ଷକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆମକୁ ନା କେବଳ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରିବାର ଅଛି ବରଂ ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବାର ଦାୟିତ୍ବ ମଧ୍ୟ ଆମର । ସେମାନଙ୍କ ବ୍ୟକ୍ତିତ୍ବକୁ ସଠିକ ଭାବେ ଗଢି ତୋଳିବାରେ ଦେଶ ଉଚିତ ଦିଶାରେ ଗତି କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details