ଓଡିଶା

odisha

By

Published : Aug 22, 2021, 9:23 AM IST

ETV Bharat / bharat

ରାକ୍ଷୀ ପୂର୍ଣ୍ଣିମା: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଅଧିକ ପଢନ୍ତୁ...

ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ:ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଟ୍ବିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଟ୍ବିଟ କରି ଉପରାଷ୍ଟ୍ରପତି କହିଛନ୍ତି ରକ୍ଷା ବନ୍ଧନ ହେଉଛି ଭାଇ ଓ ଭଉଣୀଙ୍କ ମଧ୍ୟରେ ରହିଥିବା ପ୍ରେମ ଓ ସମ୍ମାନର ବିଶେଷ ତଥା ଗଭୀର ସମ୍ପର୍କକୁ ସୁଦୃଢ କରିବାର ପର୍ବ । ଏହି ପବିତ୍ର ଦିବସ ଉପଲକ୍ଷେ ମହିଳାଙ୍କ ସମ୍ମାନ ବଜାୟ ରଖିବା ଏବଂ ସେମାନଙ୍କ ପାଇଁ ସବୁ ସମୟରେ ଏକ ନିରାପଦ ପରିବେଶ ସୁନିଶ୍ଚିତ କରିବା ଲାଗି ସଂକଳ୍ପ ନେବା ବୋଲି କହିଛନ୍ତି ଉପରାଷ୍ଟ୍ରପତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି । ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଭାଇ ଭଉଣୀଙ୍କ ଭରସା ଓ ସୁରକ୍ଷାର ଏହି ପବିତ୍ର ବନ୍ଧନ ଆହୁରି ନିବିଡ ହେଉ ବୋଲି ଟ୍ବିଟ କରି କହିଛନ୍ତି ନବୀନ ।

ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ପବିତ୍ର ପର୍ବରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରକ୍ଷା ବନ୍ଧନ ହିନ୍ଦୁ ପର୍ବ ମଧ୍ୟରେ ଏକ ପ୍ରସିଦ୍ଧ ପର୍ବ । ଭାଇ ଭଉଣୀର ସମ୍ପର୍କକୁ ସୁଦୃଢ କରେ ରାକ୍ଷୀ ।

ABOUT THE AUTHOR

...view details