ଓଡିଶା

odisha

ETV Bharat / bharat

ଧରାପୃଷ୍ଠରେ ପ୍ରଭୁ ଯିଶୁ ଖ୍ରୀଷ୍ଟ, ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ - ଖ୍ରୀଷ୍ଟମାସର ଶୁଭେଚ୍ଛା

Christmas: ଆଜି ଖ୍ରୀଷ୍ଟମାସ। ଦେଶବାସୀଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

christmas
ଖ୍ରୀଷ୍ଟମାସ

By ETV Bharat Odisha Team

Published : Dec 25, 2023, 9:40 AM IST

Updated : Dec 25, 2023, 12:53 PM IST

ନୂଆଦିଲ୍ଲୀ:ଆଜି ପବିତ୍ର ବଡ ଦିନ ବା ଖ୍ରୀଷ୍ଟମାସ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଚର୍ଚ୍ଚ । ରବିବାର ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯିଶୁ ଖ୍ରୀଷ୍ଟ । ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ପରସ୍ପରକୁ କେକ ଖୁଆଇ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇବା ସହ ଶାନ୍ତି ଓ ଐକ୍ୟର ବାର୍ତ୍ତା ବାଣ୍ଟୁଛନ୍ତି । ପ୍ରଭୁ ଯିଶୁଖ୍ରୀଷ୍ଟ ଧରାବତରଣ କରିବା ପରେ ଖୁସିରେ ବିମୋହିତ ହୋଇଛନ୍ତି ଖ୍ରୀଷ୍ଟ ସମ୍ପ୍ରଦାୟ । ଏହି ଅବସରରେ ଚର୍ଚ୍ଚ ଗୁଡିକରେ ସାଜସଜ୍ଜା କରାଯାଇଥିବା ବେଳେ ଘରେ ଘରେ ଜମିଛି ପୀଠାପଣାର ଆସର । ଖ୍ରୀଷ୍ଟମାସ ଟ୍ରିକୁ ସଜାଇ ଖ୍ରୀଷ୍ଟମାସ ପାଳନ କରୁଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ଖ୍ରୀଷ୍ଟମାସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ ଟ୍ବିଟ କରି ଲେଖିଛନ୍ତି, "ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା । ଏହି ପର୍ବ ପରସ୍ପର ମଧ୍ୟରେ ଏକତା, ପ୍ରେମ ଏବଂ ଐକତାର ବାର୍ତ୍ତା ବାଣ୍ଟୁଛି । ଆସନ୍ତୁ ଆମେ ଯୀଶୁ ଖ୍ରୀଷ୍ଟଙ୍କ ଅବଦାନକୁ ମନେ ପକାଇବା ଏବଂ ସମସ୍ତଙ୍କ ସୁସ୍ଥତା ଏବଂ ସମୃଦ୍ଧତା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ସଂକଳ୍ପ ନେବା ।"

ଏହା ମଧ୍ୟ ପଢନ୍ତୁ-ଆପଣ ଜାଣନ୍ତି କି ମୁଣିରୁ ଉପହାର ବାଣ୍ଟୁଥିବା ସାଣ୍ଟା କ୍ଲଜ କିଏ ? ଜାଣନ୍ତୁ ଇତିହାସ

ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, "ଦେଶବାସୀଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା । ଏହିପର୍ବ ସମସ୍ତଙ୍କ ପାଇଁ ଖୁସି, ଶାନ୍ତି ଏବଂ ସମୃଦ୍ଧତା ଆଣୁ । ଖ୍ରୀଷ୍ଟମାସର ପ୍ରତୀକ ହେଉଛି ସଦଭାବ ଓ ଦୟା । ଆସନ୍ତୁ ସମସ୍ତେ ଏହି ପର୍ବକୁ ପାଳନ କରିବା ଓ ସଦ୍‌ଭାବ ଓ ଦୟା ଭାବନାକୁ ଆଗକୁ ନେବା । ଏମିତି କିଛି ଦୁନିଆ ପାଇଁ କାମ କରିବା ଯେଉଁଥିରେ ସମସ୍ତେ ଖୁସି ଓ ସୁସ୍ଥ ରହିବେ ।"

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ୍‌ କରି ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, ସମସ୍ତଙ୍କୁ ମେରି ଖ୍ରୀଷ୍ଟମାସ । ଆପଣମାନଙ୍କ ହୃଦୟ ପ୍ରେମରେ ପରିପୂର୍ଣ୍ଣ ହେଉ, ଆପଣଙ୍କ ଘରେ ଖୁସି ରହୁ ଏବଂ ଆପଣଙ୍କ ଜୀବନରେ ଶାନ୍ତି ବଜାୟୀ ରହୁ ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି । ତା ସହିତ ଖ୍ରୀଷ୍ଠ ଧର୍ମାଲମ୍ବୀଙ୍କୁ ଆଜିର ଦିନର ଅଭିନନ୍ଦନ ଜଣାଇଛନ୍ତି ।

ପ୍ରତିବର୍ଷ ଆଜିର ଦିନରେ 'ଖ୍ରୀଷ୍ଟମାସ ଡେ' ବା ବଡ଼ଦିନ ଭାବେ ପାଳନ କରାଯାଏ । ଆଜିର ଦିନ ପ୍ରଭୁ ଯୀଶୁ ମନୁଷ୍ୟ ରୂପ ଧାରଣ କରି ମଦର ମେରିଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଖ୍ରୀଷ୍ଟ ଧର୍ମର ଏହାକୁ ସବୁଠାରୁ ବଡ ପର୍ବ ବୋଲି କୁହାଯାଏ । ଏହି ଦିବସକୁ ସାରା ବିଶ୍ବରେ ଧୁମଧାମର ସହ ପାଳନ କରାଯାଉଛି । ସକାଳୁ ସକାଳୁ ଚର୍ଚ୍ଚଗୁଡିକରେ ଲୋକଙ୍କ ଭିଡ଼ ଜମିଛି । ଚର୍ଚ୍ଚଗୁଡିକୁ ସୁନ୍ଦର ଭାବରେ ସଜାଯାଇଥିବା ବେଳେ ସ୍ବତନ୍ତ୍ର ପ୍ରାର୍ଥନା କରାଯାଉଛି । ସମସ୍ତ ଚର୍ଚ୍ଚରେ ଏନ୍ତୁଡ଼ିଶାଳ ନିର୍ମାଣ କରାଯାଇ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତକୁ ବ୍ୟାଖ୍ୟା କରାଯାଉଛି ।

Last Updated : Dec 25, 2023, 12:53 PM IST

ABOUT THE AUTHOR

...view details