ହାଇଦ୍ରାବାଦ:ଆଜି ପବିତ୍ର ମକର ସଂକ୍ରାନ୍ତି । ଦକ୍ଷିଣରେ ପୋଙ୍ଗଲ, ଉତ୍ତରରେ ଲୋହରୀ, ପୂର୍ବରେ ମକର ସଂକ୍ରାନ୍ତି ଆଉ ଉତ୍ତର-ପୂର୍ବରେ ବିହୁ ଭାବେ ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ଦେଶବାସୀ । ନୂତନ ବର୍ଷର ଆରମ୍ଭର ପ୍ରତୀକ ଏହି ପର୍ବ । ଦକ୍ଷିଣ ଭାରତରେ କୃଷି ଭିତ୍ତିକ ଗଣପର୍ବ ‘ପୋଙ୍ଗଲ’ । ତେଲୁଗୁ ସଂପ୍ରଦାୟର ଲୋକେ ଏହି ପର୍ବକୁ ଧୁମଧାମର ସହ ପାଳନ କରନ୍ତି ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ପୌଷ ମାସ ହେତୁ ଅଟକି ରହିଥିବା ଶୁଭ କାର୍ଯ୍ୟ ମକର ସଂକ୍ରାନ୍ତି ଠାରୁ ଆରମ୍ଭ କରାଯାଇଥାଏ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, "ଭୋଗିରେ ଦେଶବାସୀଙ୍କୁ ଶୁଭେଚ୍ଛା । ସୂର୍ଯ୍ୟଙ୍କ ଉତ୍ତରାୟଣରେ ସମସ୍ତଙ୍କ ଜୀବନରେ ନୂଆ ଉତ୍ସାହ ଓ ଶକ୍ତି ଆଣିଦେଉ । ଦେଶବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ଖୁସି ପାଇଁ ପ୍ରାର୍ଥନା କରୁଛି ।"
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି, "ମକର ସଂକ୍ରାନ୍ତିର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ । ଆନନ୍ଦ ଉଲ୍ଲାସରେ ଏହି ପର୍ବକୁ ପାଳିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖମୟ ଜୀବନ କାମନା କରୁଛି ।"
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦେଶବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି । କନ୍ନଡ, ଆସାମୀଜ, ତେଲୁଗୁ, ତାମିଲ ଓ ହିନ୍ଦୀ ଭାଷାରେ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ନୀତି, ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ