ଓଡିଶା

odisha

ETV Bharat / bharat

ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ - ନୂଆ ବର୍ଷର ଶୁଭେଚ୍ଛା

New Year 2024: ନବ ବର୍ଷକୁ ନେଇ ଚାରିଆଡେ ଉତ୍ସବର ମାହୋଲ । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆ ବର୍ଷ
new year wishes

By ETV Bharat Odisha Team

Published : Jan 1, 2024, 9:56 AM IST

ନୂଆବର୍ଷ: ଆସିଛି ନୂଆ ବର୍ଷ । ଆରମ୍ଭ ହୋଇଛି ବର୍ଷ 2024 । ଭାରତ ସମେତ ନୂଆ ବର୍ଷକୁ ଧୁମଧାମର ସହ ସ୍ବାଗତ କରିଛନ୍ତି ବିଶ୍ବବାସୀ । ନୂଆ ବର୍ଷକୁ ନେଇ ସବୁଠି ଉତ୍ସାହର ମାହୋଲ । ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ଆରମ୍ଭ ହୋଇଥିଲା ବର୍ଷର ପ୍ରଥମ ଦିନକୁ ଖୁସିର ସହ ମନାଉଛନ୍ତି ଦେଶବାସୀ । ନବ ବର୍ଷ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।

ରାଷ୍ଟ୍ରପତି ଏକ୍ସରେ ଟ୍ବିଟ୍‌ କରି କହିଛନ୍ତି ,''ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା । ବର୍ଷ 2024 ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣୁ । ଆସନ୍ତୁ ଆମେ ସମସ୍ତେ ନୂତନ ବର୍ଷକୁ ସ୍ୱାଗତ କରିବା ଏବଂ ସମୃଦ୍ଧ ସମାଜ ତଥା ରାଷ୍ଟ୍ର ଗଠନ ପାଇଁ ସଂକଳ୍ପ ନେବା । ''

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି, ''ସମସ୍ତଙ୍କୁ ଏକ 2024 ନବ ବର୍ଷର ଶୁଭକାମନା । ଏହି ନବ ବର୍ଷ ସମସ୍ତଙ୍କ ପାଇଁ ସମୃଦ୍ଧତା ଓ ଶାନ୍ତି ଆଣୁ ।''

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି, ''ଇଂରାଜୀ ନବବର୍ଷ 2024 ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ।''

ରାଜ୍ୟପାଳ ରଘୁବର ଦାସ ଟ୍ବିଟ କରି କହିଛନ୍ତି , ''ନୂତନ ବର୍ଷ ପାଇଁସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା । ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରୁଛି ନୂତନ ବର୍ଷ ସମସ୍ତଙ୍କ ଜୀବନରେ ନୂତନ ସକାଳ ଏବଂ ନୂତନ ଶକ୍ତି ଆଣୁ ।

ଏହା ମଧ୍ୟ ପଢନ୍ତୁ-ନୂଆ ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ଆସିଛି ନବ ବର୍ଷ, ଧୁମଧାମରେ ସ୍ବାଗତ କଲେ ବିଶ୍ବବାସୀ

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ କରି ଦେଶବାସୀ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । 2024 ସମସ୍ତଙ୍କ ପାଇଁ ସମୃଦ୍ଧି, ସଫଳତା ଆଣୁ । ଶନିବାର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରରେ ଛୁଇଁଥିଲା ପ୍ରଥମ ନବ ବର୍ଷ । ଜିରୋ ନାଇଟ ସେଲିବ୍ରେସନ୍‌ କରି ନୂଆ ବର୍ଷକୁ ସମସ୍ତେ ସ୍ବାଗତ କରିଥିଲେ । ଭାରତରେ ମଧ୍ୟ ନୂଆବର୍ଷକୁ ଧୁମଧାମରେ ସ୍ୱାଗତ କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଟେଲ୍‌ରେ ଜମିଥିଲା ଜିରୋ ନାଇଟ । ଗୀତରେ ତାଳେ ତାଳେ ଛୁମିଥିଲେ ସମସ୍ତେ । 12ଟା ବାଜିବା ପରେ ସମସ୍ତେ ନବ ବର୍ଷକୁ ସ୍ବାଗତ କରିଥିଲେ ।

ABOUT THE AUTHOR

...view details