ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ବିଶ୍ବ ପାଇଁ ପ୍ରେରଣା - Danish Prime Minister

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ଭାଗ ନେଲେ ପ୍ରଧାନମନ୍ତ୍ରୀ ମୋଦି । ନବୀକରଣ ଯୋଗ୍ୟ ଶକ୍ତି ପାଇଁ ମୋଦିଙ୍କ ମହତ୍ବପୂର୍ଣ୍ଣ ଭିଜନ ଥିବା କହି ପ୍ରଶଂସା କଲେ ଡେନମାର୍କ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ବିଶ୍ବ ପାଇଁ ପ୍ରେରଣା ମୋଦି
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ବିଶ୍ବ ପାଇଁ ପ୍ରେରଣା ମୋଦି

By

Published : Oct 9, 2021, 7:52 PM IST

ନୂଆଦିଲ୍ଲୀ:ଭାରତ ଗସ୍ତରେ ଆସିଥିବା ଡେନମାର୍କ ପ୍ରଧାନମନ୍ତ୍ରୀ ଡେନମାର୍କ ମେଟେ ଫ୍ରେଡେରିକସେନଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ବିଶ୍ବରେ ଅନ୍ୟମାନଙ୍କ ପାଇଁ ପ୍ରେରଣା । ମୋଦି ନବୀକରଣ ଯୋଗ୍ୟ ଶକ୍ତି ଓ ଜଳ ଶକ୍ତି ପାଇଁ ମହତ୍ବପୂର୍ଣ୍ଣ ମିଶନ ସ୍ଥିର କରିଛନ୍ତି, ଯାହାକି ବର୍ତ୍ତମାନ ସମୟରେ ସମଗ୍ର ବିଶ୍ବ ପାଇଁ ଏକ ଉଦାହରଣୀୟ ଭିଜନ ବୋଲି କହିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ । ଆଜି ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଉଭୟ ପକ୍ଷ ମଧ୍ୟରେ ଜାରି ରହିଥିବା ଦ୍ବିପାକ୍ଷିକ ଆଲୋଚନା ସମୟରେ ଏପରି କହିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ବିଶ୍ବ ପାଇଁ ପ୍ରେରଣା ମୋଦି

ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଏମ ମୋଦି ଭାରତରେ ବହୁ ଉଚ୍ଚାଭିଳାଷୀ ଲକ୍ଷ୍ୟ ରଖିଛନ୍ତି। 2030 ସୁଦ୍ଧା ଅକ୍ଷୟ ଶକ୍ତିକୁ 450 ଗିଗାଓ୍ବାଟରେ ପହଞ୍ଚାଇବା ଲକ୍ଷ୍ୟ ଏକ ଆହ୍ବାନପୂର୍ଣ୍ଣ ମିଶନ ଭାବରେ ମଧ୍ୟ ବିବେଚନା କରାଯାଏ ଯାହା ପ୍ରଧାନମନ୍ତ୍ରୀ ମୋଦି ସ୍ଥିର କରିଛନ୍ତି । ସେହିପରି ଉଭୟ ଭାରତ ଓ ଡେନମାର୍କ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବା କାରଣରୁ ନିୟମ ଉପରେ ଆଧାରିତ ଆନ୍ତର୍ଜାତୀୟ ବ୍ୟବସ୍ଥାରେ ବିଶ୍ବାସ ରଖନ୍ତି । ଦୁଇ ଦେଶ ମଧ୍ୟରେ ସହଯୋଗ ସବୁଜ ଅଭିବୃଦ୍ଧି ଏବଂ ସବୁଜ ପରିବର୍ତ୍ତନ କିପରି ହାତକୁ ନିଆଯିବ ତାହାର ଏକ ଉତ୍ତମ ଉଦାହରଣ ବୋଲି କହିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ବିଶ୍ବ ପାଇଁ ପ୍ରେରଣା ମୋଦି

ଡେନମାର୍କ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏକ ବର୍ଷ ପୂର୍ବେ ଭାରତ ଓ ଡେନମାର୍କ ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ସବୁଜ ରଣନୀତିକ ଭାଗିଦାରୀ ପ୍ରତିଷ୍ଠା ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲେ । ସେହିପରି ଏହା ଉଭୟ ଦେଶ ପାଇଁ ପରିବେଶ ସୁରକ୍ଷା ପ୍ରତି ସୁଦୂରପ୍ରସାରୀ ଚିନ୍ତାଧାରା ଏବଂ ସମ୍ମାନର ସଙ୍କେତ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ସ୍ବାକ୍ଷରିତ ହୋଇଥିବା ଚୁକ୍ତିନାମା ଅନୁସାରେ, କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ଏବଂ ଡେନମାର୍କ ପେଟେଣ୍ଟ ଏବଂ ଟ୍ରେଡ୍ ମାର୍କ ଅଫିସ୍ ମଧ୍ୟରେ ପାରମ୍ପାରିକ ଜ୍ଞାନ ଡିଜିଟାଲ୍ ଲାଇବ୍ରେରୀ ପ୍ରବେଶ ଚୁକ୍ତିନାମା ରହିଛି । ସେହିପରି ଟ୍ରପିକାଲ୍ ଜଳବାୟୁ ପାଇଁ ପ୍ରାକୃତିକ ରେଫ୍ରିଜରେଣ୍ଟ ପ୍ରତି ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବା ପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁ ଏବଂ ଡେନମାର୍କର ଡାନଫୋସ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲିମିଟେଡ୍ ମଧ୍ୟରେ ୩ୟ MOU ସ୍ବାକ୍ଷରିତ ହୋଇଛି । ସେହିପରି ଚତୁର୍ଥ ଚୁକ୍ତିଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ ଡେନମାର୍କ ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା । ୩ ଦିନିଆ ଗସ୍ତରେ ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ।

@ANI

ABOUT THE AUTHOR

...view details