ଓଡିଶା

odisha

ETV Bharat / bharat

ଜେପି ନଡ୍ଡା@60, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଜନ୍ମଦିନ । ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ ବିଜେପି ନେତା ଦେଲେ ଶୁଭେଚ୍ଛା। ଏହାସହ ନଡ୍ଡାଙ୍କ ଦୀର୍ଘ ଓ ସୁସ୍ଥ ଜୀବନର କାମନା କରିଛନ୍ତି। ଅଧିକ ପଢନ୍ତୁ...

ଜେପି ନଡ୍ଡାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ
ଜେପି ନଡ୍ଡାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

By

Published : Dec 2, 2020, 10:52 AM IST

ନୂଆଦିଲ୍ଲୀ: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଜନ୍ମଦିନ । 60 ବର୍ଷରେ ପଦାର୍ପଣ କଲେ ନଡ୍ଡା। ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ ବିଜେପି ନେତା ଶୁଭେଚ୍ଛା ଦେବା ସହ ଦୀର୍ଘ ଓ ସୁସ୍ଥ ଜୀବନର କାମନା କରିଛନ୍ତି। ଦଳକୁ ନୂତନ ଉଚ୍ଚତାକୁ ନେଇ ଆସୁଥିବା କୁଶଳୀ ତଥା ପ୍ରେରଣାଦାୟକ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ ବିଜେପି ମୁଖ୍ୟଙ୍କୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ହିନ୍ଦୀରେ ଟୁଇଟ୍ କରି କହିଛନ୍ତି, "ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଦଳକୁ ଶୀର୍ଷରେ ନେଇ ପହଁଞ୍ଚାଇଛନ୍ତି। ସେହିପରି "ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଜ୍ଜା ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା'' ବୋଲି ଶାହ ଟ୍ୱିଟ୍ କରି ଲେଖିଛନ୍ତି।

ହିମାଚଳ ପ୍ରଦେଶରେ ନଡ୍ଡା, 2 ଡିସେମ୍ବର 1960 ରେ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିଲେ ବୋଲି ବିଜେପିର ଅଫିସିଆଲ୍ ୱେବସାଇଟରେ ରହିଛି। ତେବେ ପାଟନା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶେଷ କରିବା ପରେ ସେ ହିମାଚଳ ପ୍ରଦେଶ ବିଶ୍ବବିଦ୍ୟାଳୟରୁ ଏଲଏଲବି ଅଧ୍ୟୟନ କରିଥିଲେ।

ସେ ଅଳ୍ପ ବୟସରେ ଜୟ ପ୍ରକାଶ ନାରାୟଣଙ୍କ ଦ୍ବାରା ବିଭିନ୍ନ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ । ଜୁନ୍ 2019 ରେ, ନଡ୍ଡା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଭାପତି ଏବଂ ଜାନୁଆରୀ 2020 ରେ ଦଳର ରାଷ୍ଟ୍ରୀୟ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।

ABOUT THE AUTHOR

...view details