ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ AIMIM ମୁଖ୍ୟଙ୍କ ଟାର୍ଗେଟ । ଚୀନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି ଆଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ସେ କହିଛନ୍ତି ଚୀନ ଭାରତୀୟ ଅଞ୍ଚଳ ଦଖଲ କରିଥିବା ନେଇ ତା ନାମ ନେବାକୁ ଡରୁଛନ୍ତି ପ୍ରଧାନମନ୍ତ୍ରୀ ।
ଟ୍ବିଟ କରି ଓୱେସୀ ଲେଖିଛନ୍ତି, ଚୀନ ଉପରେ ମୋଦିଙ୍କ ମୁଖପାତ୍ର ଚୀନର ଅର୍ଥନୀତି ବଏକଟ କରିବାକୁ ଦାବି କରିଛି । ଭାରତୀୟଙ୍କୁ ଚୀନର ଏଜେଣ୍ଟ ବୋଲି କହିଛନ୍ତି । ବାସ୍ତବତା ହେଉଛି ଚୀନ୍ ସହିତ ମୋଦିଙ୍କ ବାଣିଜ୍ୟ ବୃଦ୍ଧି ପାଇଥିବାବେଳେ ଏହା ଅନ୍ୟ ଦେଶମାନଙ୍କ ସହିତ ହ୍ରାସ ପାଇଛି । ଚୀନ୍ ଭାରତୀୟ ଅଞ୍ଚଳ ଦଖଲ କରିଥିଲେ ମଧ୍ୟ ଚୀନ୍ର ନାମ ନେବାକୁ ଡରୁଛନ୍ତି ପ୍ରଧାନମନ୍ତ୍ରୀ ।
ଆଫଗାନିସ୍ତାନକୁ ନେଇ ଓୱେସି କହିଛନ୍ତି ମୋଦି ସେମାନଙ୍କ ବିରୋଧୀଙ୍କୁ ତାଲିବାନୀ ବୋଲି ଡାକନ୍ତି । ମୋଦି ଆଫଗାନିସ୍ତାନ ଯାଇ 3 ବିଲିୟନ ଡଲାର ଖର୍ଚ୍ଚ କରିଛନ୍ତି । ସେ ତାଲିବାନକୁ ଆତଙ୍କବାଦୀ ସଂଗଠନ ଭାବରେ ତାଲିକାଭୁକ୍ତ କରିନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ 'ତାଲିବାନ' ଶବ୍ଦ ଉଚ୍ଚାରଣ କରି ନାହାନ୍ତି ।