ଓଡିଶା

odisha

ETV Bharat / bharat

ପ୍ରାକୃତିକ ଚାଷ ଧରିତ୍ରୀ ମାତାର ସେବା ସହ ସମାନ: ପ୍ରଧାନମନ୍ତ୍ରୀ - ପ୍ରାକୃତିକ କୃଷି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମାଧନ

ପ୍ରାକୃତିକ ଚାଷ ଦ୍ବାରା ଧରିତ୍ରୀ ମାତାର ସେବା ହୋଇଥାଏ । ମାଟିର ଗୁଣବତ୍ତା ବଜାୟ ରହିଥାଏ । ଏହା ସହିତ ତାର ଉତ୍ପାଦକତା ରକ୍ଷା ହୋଇଥାଏ । ପ୍ରାକୃତିକ ଚାଷ କରିବା ଦ୍ବାରା ପ୍ରକୃତି ଏବଂ ପରିବେଶର ସେବା ହୋଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ପ୍ରାକୃତିକ କୃଷି ସମ୍ମିଳନୀ
ପ୍ରାକୃତିକ କୃଷି ସମ୍ମିଳନୀ

By

Published : Jul 10, 2022, 1:24 PM IST

ନୂଆଦିଲ୍ଲୀ:ପ୍ରାକୃତିକ ଚାଷ ଦ୍ବାରା ଧରିତ୍ରୀ ମାତାର ସେବା ହୋଇଥାଏ । ମାଟିର ଗୁଣବତ୍ତା ବଜାୟ ରହିଥାଏ । ଏହା ସହିତ ତାର ଉତ୍ପାଦକତା ରକ୍ଷା ହୋଇଥାଏ । ପ୍ରାକୃତିକ ଚାଷ କରିବା ଦ୍ବାରା ପ୍ରକୃତି ଏବଂ ପରିବେଶର ସେବା ହୋଇଥାଏ । ଆର୍ଥିକ ସଫଳତାର ଏକ ମାଧ୍ୟମ ହୋଇଛି ପ୍ରାକୃତିକ ଚାଷ । ଏହା ସହ ଜଡିତ ଗୋମାତାର ସେବା କରିବାର ସୌଭାଗ୍ୟ ମିଳିଥାଏ । ଆମ ଜୀବନ, ଆମ ସ୍ବାସ୍ଥ୍ୟ ଏବଂ ସମାଜ ସହ କୃଷି ବ୍ୟବସ୍ଥା ଯୋଡି ହୋଇ ରହିଛି । ଭାରତ ସ୍ବଭାବ ଏବଂ ସଂସ୍କୃତିରେ କୃଷି ଆଧାରିତ ଦେଶ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଗୁଜୁରାଟରେ ଆୟୋଜିତ ପ୍ରାକୃତିକ କୃଷି ସମ୍ମିଳନୀକୁ ଭର୍ଚୁଆଲ ଜରିଆରେ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ ଆହୁରି କହିଛନ୍ତି, ଯେପରି ଆମ କୃଷକ ଓ କୃଷି ଆଗକୁ ବଢିବ କୃଷି ଉନ୍ନତ ଓ ସମୃଦ୍ଧ ହେବ ସେହିପରି ଆମର ଦେଶ ମଧ୍ୟ ଆଗକୁ ବଢିବ । ଡିଜିଟାଲ ଇଣ୍ଡିଆ ମିଶନର ଅସାଧାରଣ ସଫଳତା ସେହି ଲୋକଙ୍କୁ ଜବାବ ଯେଉଁମାନେ କହୁଥିଲେ ଗାଁରେ ପରିବର୍ତ୍ତନ ଆଣିବା ସହଜ ନୁହେଁ । ଆମ ଗାଁ ଗୁଡିକ ପ୍ରମାଣ କରି ଦେଖାଇ ଦେଇଛନ୍ତି ଯେ ଗାଁରେ ଯେ କେବଳ ପରିବର୍ତ୍ତନ ନୁହେଁ ପରବିର୍ତ୍ତନରେ ନେତୃତ୍ବ ମଧ୍ୟ ନିଆଯାଇ ପାରିଛି ।

କିଛି ମାସ ପୂର୍ବରୁ ଗୁଜୁରାଟରେ ପ୍ରାକୃତିକ କୃଷି ଉପରେ ଜାତୀୟ ସମ୍ମିଳନୀର ଆୟୋଜିତ ହୋଇଥିଲା । ଏହି ଆୟୋଜନରେ ସମଗ୍ର ଦେଶର ଚାଷୀ ଯୋଡି ହୋଇଥିଲେ । ପ୍ରାକୃତିକ ଚାଷକୁ ନେଇ ଦେଶରେ ଚାଲିଥିବା ଏକ ଅଭିଯାନର ସେହି କାର୍ଯ୍ୟକ୍ରମରେ ଝଲସି ଥିଲା । ଆଜି ପୁଣି ଥରେ ଏହି ମହତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ସୁରଟରେ ଆୟୋଜିତ ହେବା ଦେଶରେ ଅମୃତ ସଂକଳ୍ପକୁ ଗୁଜୁରାଟ କିପରି ଗତି ଦେଇଛି ତାର ଏକ ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତି ଗ୍ରାମପଞ୍ଚାତରେ 75 କିଷାନଙ୍କୁ ପ୍ରାକୃତିକ ଚାଷ ସହ ଯୋଡିବା ମିଶନରେ ସୁରତର ସଫଳତା ସମଗ୍ର ଦେଶ ପାଇଁ ଏହା ଉଦାହରଣ ହେବାକୁ ଯାଉଛି । ଏ ନେଇ ସୁରଟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଆଜାଦି କା 75 ବର୍ଷ ଅବସରରେ ଦେଶ ଅନେକ ବଡ ବଡ ଲକ୍ଷ୍ୟକୁ ନେଇ କାର୍ଯ୍ୟ କରିଛି ଯାହା ଆଗାମୀ ଦିନରେ ବଡ ପରିବର୍ତ୍ତନର ଆଧାର ହେବ। ଅମୃତ କାଳରେ ଦେଶର ଗତି ପ୍ରଗତିର ଆଧାର ସବକା ପ୍ରୟାସର ସେ ଭବନା ଯାହା ଆମର ବିକାଶ ଯାତ୍ରାର ନେତୃତ୍ବ ନେବ। ବିଶେଷ ଭାବରେ ଗାଁ, ଗରିବଙ୍କ ପାଇଁ ଯେଉଁ କାର୍ଯ୍ୟ ହେଉଛି ତାର ନେତୃତ୍ବ ଦେଶବାସୀ ଓ ପଞ୍ଚାୟତକୁ ଦିଆଯାଇଛି । ଗୁଜୁରାଟରେ ପ୍ରାକୃତିକ ଚାଷ ମିଶନକୁ ଲଗାତାର ଭାବେ ସମୀକ୍ଷା କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବର୍ତ୍ତମାନ 500ରୁ ଅଧିକ ପଞ୍ଚାୟତରେ 40 ହଜାରରୁ ଅଧିକ ଚାଷୀ ପ୍ରାକୃତିକ ଚାଷ ସହ ଯୋଡି ହୋଇଛନ୍ତି । ଛୋଟ ଇଲାକାରୁ ଏହି କାମ ଏକ ଭଲ ଶୁଭାରମ୍ଭ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାଦ୍ବାରା କିଷାନ ମନରେ ଏକ ଭରସା ଜାଗି ଉଠିଛି । ଆଗାମୀ ଦିନରେ ସମସ୍ତଙ୍କ ଅନୁଭବ, ପ୍ରୟାସ ଦ୍ବାରା ଦେଶର ଚାଷୀ ଅନେକ କିଛି ଶିଖିବାକୁ ପାଇବେ । ପ୍ରାକୃତିକ ଚାଷକୁ ନେଇ ଦେଶର ଏହି ଜନଆନ୍ଦୋଳନ ଆଗାମୀ ଦିନରେ ବ୍ୟାପକ ରୂପେ ସଫଳ ହେବ । ସୁରତରୁ ଆରମ୍ଭ ପ୍ରାକୃତିକ ଚାଷ ହିନ୍ଦୁସ୍ଥାନର ମଡେଲ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ABOUT THE AUTHOR

...view details