ନୂଆଦିଲ୍ଲୀ: ଆଗାମୀ 25 ବର୍ଷରେ ଭାରତ ଯେଉଁ ସଫଳତାର ଶିଖର ଛୁଇଁବ ସେ ଦିଗରେ ଭାରତର ବୈଜ୍ଞାନିକଙ୍କର ଶକ୍ତି ସବୁଠୁ ବଡ ଭୂମିକା ରହିବ । ବିଜ୍ଞାନରେ ପେଶା ସହିତ ଯେବେ ଦେଶର ସେବା ସଂକଳ୍ପ ଯୋଡି ହୋଇଯାଏ ସେବେ ଅଦ୍ଭୂତପୂର୍ବ ପରିଣାମ ମିଳିଥାଏ । ମୋର ବିଶ୍ବାସ ଅଛି ଭାରତର ବୈଜ୍ଞାନିକଗଣ ଦେଶକୁ ଏକବିଂଶ ଶତାଦ୍ଧୀରେ ସେହି ସଫଳାତ ହାସଲ କରାଇବେ ଯାହାର ଦେଶ ହକଦାର । ପର୍ଯ୍ୟବେକ୍ଷଣ ବିଜ୍ଞାନର ମୂଳ ଆଧାର । ଭାରତର ବିଜ୍ଞାନ ଭାରତକୁ ଆତ୍ମନିର୍ଭର କରିବା ଆବଶ୍ୟକ । 108ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଅଧିବେଶନକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( PM Modi Addressing Indian Science Congress ) ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଜଣେ ବୈଜ୍ଞାନିକଙ୍କ ପାଇଁ ପ୍ରତି ମୂହୂର୍ତ୍ତରେ ତଥ୍ୟ ସଂଗ୍ରହ କରିବା ଏବଂ ତାହାକୁ ବିଶ୍ଳେଷଣ କରିବା ବହୁତ ମହତ୍ବପୂର୍ଣ୍ଣ ହୋଇଥାଏ । ଏକବିଂଶ ଶତାଦ୍ଧୀରେ ଆମ ପାଖରେ ଦୁଇଟି ଜିନିଷ ଅଛି ପ୍ରଥମ ତଥ୍ୟ ଦ୍ବିତୀୟ ପ୍ରଯୁକ୍ତବିଦ୍ୟା । ଭାରତର ବିଜ୍ଞାନକୁ ନୂଆ ଶିଖରରେ ପହଞ୍ଚାଇବାକୁ ଉଦ୍ୟମ କରିବ। ତଥ୍ୟ ବିଶ୍ଳେଷଣ ପ୍ରକ୍ରିୟା ଦ୍ରୁତ ଗତିରେ ଆଗଉଛି । ବିଜ୍ଞାନ କ୍ଷେତ୍ରରେ ଭାରତ ପ୍ରମୁଖ ଶ୍ରେଷ୍ଠ ଦେଶରେ ସାମିଲ ହେବ । 2015 ସୁଦ୍ଧା ଆମେ 130 ଦେଶର ଗ୍ଲୋବାଲ ଉଦ୍ଭାବନ ଇଣ୍ଡେକ୍ସରେ 81 ନମ୍ବରରେ ରହିଥିଲୁ । ମାତ୍ର 2022ରେ 40 ତମ ସ୍ଥାନରେ ପହଞ୍ଚିଛୁ ।''
ସମାଜର ହିତ ପାଇଁ ବିଜ୍ଞାନ ପ୍ରୟାସ କରିଥାଏ । ବିଜ୍ଞାନର ପ୍ରୟାସ ବଡ ଉବଲବ୍ଧିରେ ସେବେ ପରିବର୍ତ୍ତନ ହେବେ ଯେବେ ଲ୍ୟାବରୁ ବାହାରି ଲ୍ୟାଣ୍ଡ ବା ଭୂମିରେ ପହଞ୍ଚିବ । ଯେବେ ତାର ପ୍ରଭାବ ଗ୍ଲୋବାଲରୁ ନେଇ ଗ୍ରାସରୁଟ ବା ତୃଣମୂଳ ସ୍ତରରେ ହେବ । ଯେବେ ଜର୍ଣ୍ଣାଲରୁ ବା ପତ୍ରିକା ନେଇ ଜମିନ ଯାଏ ବିଜ୍ଞାନର ବିସ୍ତାର ହେବ ଯେବେ ଗବେଷଣାରୁ ପ୍ରକୃତ ଜୀବନରେ ପ୍ରତିଫଳିତ ହେବେ ସେବେ ସମାଜର ମଙ୍ଗଳ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।