ଓଡିଶା

odisha

ETV Bharat / bharat

ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; 140 କୋଟି ଭାରତୀୟଙ୍କୁ ପରିବାର କହିଲେ ମୋଦି, ଆସିବ ବିଶ୍ବକର୍ମା ଯୋଜନା - ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଆଜି 77ତମ ସ୍ବାଧୀନତା ଦିବସ ପାଳନ କରୁଛି ଦେଶ । ଏହି ପବିତ୍ର ଅବସରରେ ଜାତୀୟ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 140 କୋଟି ଭାରତୀୟଙ୍କୁ ପରିବାର ବୋଲି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

77th Independence Day
PM Modi addresses nation on independence day

By

Published : Aug 15, 2023, 9:35 AM IST

ନୂଆଦିଲ୍ଲୀ:77ତମ ସ୍ବାଧୀନତା ଦିବସରେ ଜାତୀୟ ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶକୁ ସମ୍ବୋଧନ କରି କହିଥିଲେ, "ମୋର ପ୍ରିୟ 140 କୋଟି ପରିବାରଜନ ଆମର ଲୋକତନ୍ତ୍ର ବିଶ୍ବରେ ସବୁଠୁ ବଡ । ସ୍ବାଧୀନତାରେ ଯୋଉଁମାନେ ବଳିଦାନ ଦେଇଛନ୍ତି ସେହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ଭଗତ ସିଂହ, ରାଣୀ ଲକ୍ଷ୍ମୀବାଈଙ୍କ ସ୍ମୃତିଚାରଣ କରିଛନ୍ତି । ସେମାନଙ୍କୁ କୋଟି କୋଟି ପ୍ରଣାମ କରି ତାଙ୍କ ବଳିଦାନ ପାଇଁ ଦେଶର ସ୍ବାଧୀନତା ସ୍ବପ୍ନ ପୂରଣ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।"

ସେ ଆହୁରି କହିଛନ୍ତି,"କିଛି ଦିନ ହେବ କିଛି ଅଞ୍ଚଳରେ ପ୍ରକୃତିର କୋପ ଦେଖିବାକୁ ମିଳିଛି । ଯେଉଁମାନେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି ସମସ୍ତଙ୍କୁ ସମବେଦନା । କିଛି ଦିନ ହେବ ମଣିପୁର ହିଂସା ମୋତେ ବ୍ୟଥିତ କରିଛି । ଏହାରି ଭିତରେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ବସ୍ତି ଦେଇଛି । ଦେଶ ମଣିପୁରବାସୀଙ୍କ ସହ ରହିଛି । ଉତ୍ତରପୂର୍ବାଞ୍ଚଳର ଏହି ରାଜ୍ୟରେ ସ୍ଥିତି ସୁଧୁରୁଛି । ସଂସ୍କାର ଆଣିବାକୁ ସାହାସ ଦରକାର । 2014ରେ ସରକାର ଗଠନ କରିବା ପରେ ସଂସ୍କାର ଅଣାଯାଉଛି । ସଂସ୍କାର ଆଣିବା ପାଇଁ ମୋ ସରକାରର ସାହସ ଅଛି । ପୁନଃଗଠନ ସହ ପ୍ରଦର୍ଶନ କରି ଦେଶର ବିକାଶରେ ସାମିଲ ହୋଇଛି ମୋ ସରକାର । ମୋ ସରକାର ଜଳଶକ୍ତି ମନ୍ତ୍ରଣାଳୟ ଗଛଠ କରିଛି ।"

ଏହା ବି ପଢନ୍ତୁ...77ତମ ସ୍ବାଧୀନତା ଦିବସ ପାଳୁଛି ଦେଶ, ଦେଶବାସୀଙ୍କୁ ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଦେଶରେ ଗରିବୀ କମିଲେ ଶକ୍ତି ବଢିବ । ଆସନ୍ତା 5 ବର୍ଷରେ ଏହା ଗ୍ୟାରେଣ୍ଟି ଦେଉଛି ଏହା ପୂରଣ ହେବ । ସହରର ବସ୍ତିରେ ରହୁଥିବା ଲୋକଙ୍କ ଜୀବନ ମାନ ବଢିଛି । ସହରରେ ଘର କରି ରହିବା ପାଇଁ ସୁଯୋଗ ଦିଆଯିବ । ବ୍ୟାଙ୍କ୍‌ରୁ ରିହାତିରେ ଋଣ ଯୋଗାଇ ଦିଆଯିବ । ଆଧୁନିକତା ପଥରେ ଆମେ ଅଗ୍ରସର ହେଉଛୁ ।ଭାରତ ବିଶ୍ବର ମଙ୍ଗଳ ପାଇଁ କାର୍ଯ୍ୟ କରି ଚାଲିଛି । ମହିଳାଙ୍କ ନେତୃତ୍ବରେ ଦେଶ ଆଗକୁ ବଢୁଛି । ଚନ୍ଦ୍ରଯାନ-3ରେ ମହିଳା ବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ବ ପୂର୍ଣ୍ଣ । ଭାରତର କୌଣସି ଭାଗ ଦୁର୍ବଳ ହେବ ନାହିଁ । ଭାରତ ଗଣତନ୍ତ୍ରଣ ଜନନୀ ବିବିଧତାର ପ୍ରତୀକ । ବିବିଧତା ମଧ୍ୟରେ ଏକତାର ସଂକଳ୍ପ ନେବା । ଆସ 2047 ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର କରିବା ନେଇ ସଂକଳ୍ପ ନେବା ।

ନୂଆ ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ:77ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ନୂଆ ଯୋଜନା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶ୍ବକର୍ମା ଯୋଜନାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାମାସରୁ ବିଶ୍ବକର୍ମା ଯୋଜନା ଲାଗୁ ହେବ । ଯୋଜନାରେ ପାରମ୍ପରିକ କାମ ପାଇଁ 15 ହଜାର କୋଟି ଦିଆଯିବ ।

ଭାରତ ବିଶ୍ବକୁ ମାନବିକତା ଶିଖାଇଛି । କରୋନା ପରେ ବିଶ୍ବର ଗତିପଥ ବଦଳିଛି । ନୂଆ ଶକ୍ତିର ଆବିର୍ଭାବ ହୋଇଛି । କୋଭିଡ କାଳରେ ଭାରତ ବିଶ୍ବକୁ ମାନବିକତା ଶିଖାଇଛି । ସାରା ବିଶ୍ବବାସୀଙ୍କ ଜୀବନ ବଞ୍ଚାଇବାକୁ କାର୍ଯ୍ୟ କରିଛି । 200 କୋଟି ଦେଶବାସୀଙ୍କୁ ଟିକା ଦେଇ ଦକ୍ଷତା ଦକ୍ଷତା ଦେଖାଇଛୁ । ସବୁ କାମ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହୋଇଛି । ପୁନଃଗଠନ ଓ ପ୍ରଦର୍ଶନ ମୋ ସରକାରର ଧର୍ମ । କେବେ ଅଟକିବୁନି କେବେ ଥକିବୁନି ବୋଲି ଲାଲକିଲ୍ଲାରୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...Independence Day: ଲାଲାକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭାରତ ରାଜ୍ୟ ଓ କେନ୍ଦ୍ର ସରକାର ଦେଶ ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟମାନଙ୍କୁ 100 ଲକ୍ଷ କୋଟି ଟଙ୍କା ଦିଆଯାଉଛି । 10 ବର୍ଷ ତଳେ ରାଜ୍ୟକୁ 20 ଲକ୍ଷ ଟଙ୍କା ଦିଆଯାଉଥିଲା । ଦେଶରେ 75 ହଜାର ଅମୃତ ସରୋବର ନିର୍ମାଣ ଚାଲିଛି । ଦେଶରେ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ ପାଇଁ ଅନେକ ପଦକ୍ଷେପ ନେଇଛୁ । ମୁଦ୍ରାସ୍ପିତୀ ନିୟନ୍ତ୍ରଣ ପାଇଁ କାମ ଜାରି ରହିବ । ଲୋକଙ୍କୁ ଆବାସ ଯୋଜନା, ପିଏମ ସମୃଦ୍ଧି ଯୋଜନାରୁ ଲାଭ ମିଳୁଛି । ଦେଶକୁ ଆଗକୁ ନେବାକୁ ସ୍ଥିର ସରକାର ଆବଶ୍ୟକ । ସରକାର ସର୍ବଜନ ହିତାୟ, ସର୍ବଜୟ ସୁଖାୟକୁ ପ୍ରାଧ୍ୟନ୍ୟ ଦେଉଛନ୍ତି । ଆଜି ଆମ ଦେଶ ପଞ୍ଚମ ଶ୍ରେଷ୍ଠ ଅର୍ଥନୀତିରେ ପହଞ୍ଚିଥିବା ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details