ଓଡିଶା

odisha

ETV Bharat / bharat

ବୀରତା, ବୈଭବ ଓ ବିକାଶକୁ ନେଇ ଆଗକୁ ବଢିବା ଶିଖାଇଛି ରାଜସ୍ଥାନ: ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନବାସୀଙ୍କୁ 7 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

pm modi addresses a public rally in Rajasthan
pm modi Visits Rajasthan

By ETV Bharat Odisha Team

Published : Oct 2, 2023, 12:34 PM IST

ଜୟପୁର(ରାଜସ୍ଥାନ): ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନବାସୀଙ୍କୁ ପ୍ରକଳ୍ପ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନ ଗସ୍ତ କରିଛନ୍ତି । ରାଜସ୍ଥାନର ଚିତ୍ତୋରଗଡରେ 7 ହଜାର କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଉଦଘାଟନ କରିବା ସହିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜସ୍ଥାନ ଏକ ଏମିତି ପ୍ରଦେଶ ଯାହାର ଅତୀତର ସ୍ବର୍ଣ୍ଣିମ ଇତିହାସ ଅଛି ବର୍ତ୍ତମାନର ସାମର୍ଥ୍ୟ ଅଛି ଓ ଭବିଷ୍ୟତର ସମ୍ଭାବନା ରହିଛି । ରାଜସ୍ଥାନର ଏହି ତ୍ରିଶକ୍ତି ଦେଶର ସମାର୍ଥ୍ୟକୁ ବଢାଇଛି । ରାଜସ୍ଥାନର ବିକାଶ ଭାରତ ସରକାରଙ୍କ ପ୍ରାଥମିକତା । ରାଜ୍ୟରେ ଆଧୁନିକ ଇନଫ୍ରାଷ୍ଟ୍ରକଚର ଉପରେ ଅଧିକ ଫୋକସ କରାଯାଇଛି । ବୀରତା, ବୈଭବ ଓ ବିକାଶକୁ ନେଇ ଆଗକୁ ବଢିବା ଶିଖାଇଛି ରାଜସ୍ଥାନ ଇତିହାସ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...Gandhi Jayanti 2023: ଜାତିର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

7 ହଜାର ଟଙ୍କାର ପ୍ରକଳ୍ପ ଭେଟି ଦେବା ସହିତ ରାଜସ୍ଥାନର ଚିତ୍ତୋରଗଡରେ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,"ଆଜି ଆମର ପୂଜ୍ୟ ବାପୁ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଗତକାଲି ଅକ୍ଟୋବର 1 ତାରିଖରେ ରାଜସ୍ଥାନ ସମେତ ସମଗ୍ର ଦେଶ ସ୍ବଚ୍ଛତାକୁ ନେଇ ଏକ ବଡ କାର୍ଯ୍ୟକ୍ରମ କରିଥିଲେ । ସ୍ବଚ୍ଛତା ଅଭିଯାନକୁ ଜନ ଆନ୍ଦୋଳନ କରିଥିବା ସମସ୍ତ ଦେଶବାସୀଙ୍କୁ ଧନ୍ୟବାଦ ଜଣାଉଛି । ପୂଜ୍ୟ ବାପୁ ସ୍ବଚ୍ଛତା ଓ ସ୍ବାବଲମ୍ବନ ଓ ସର୍ବସ୍ପର୍ଶୀ ବିକାଶର ଆଗ୍ରହୀ ଥିଲେ । ଗତ 9 ବର୍ଷରେ ବାପୁଙ୍କ ଏହି ମୂଲ୍ୟକୁ ଦେଶ ବିସ୍ତାର ଦେଇଛି । ଆଜି ଚିତ୍ତୋରଗଡ଼ରେ 7 ହଜାର 200 କୋଟି ଟଙ୍କାର ଯେଉଁ ପ୍ରକଳ୍ପର ଶୁଭାରମ୍ଭ ହୋଇଛି ସେଥିରେ ଏହାର ପ୍ରତିବିମ୍ବ ରହିଛି । ଦେଶରେ ଅର୍ଥନୈତିକ ଆଧାରକୁ ମଜଭୁତ କରିବାକୁ ଗ୍ୟାସ୍‌ ପାଇପ ଲାଇନ ନେଟୱର୍କର ଅଦ୍ଭୂତପୂର୍ବ ଅଭିଯାନ ଜାରି ରହିଛି । ମେସାନରୁ ଭଟିଣ୍ଡା ଯାଏଁ ଗ୍ୟାସ ପାଇପ୍‌ଲାଇନ ବିଛା ଯାଉଛି ଏହା ରାଜସ୍ଥାନରେ ଇଣ୍ଡଷ୍ଟ୍ରିର ବିକାଶ ହେବା ନୂଆ ରେଜଗାର ସୃଷ୍ଟି ହେବ । ମାଆ ଭଉଣୀରେ ରୋଷଇ ଘରେ ପାଇପ ଜରିଆରେ ଶସ୍ତା ଗ୍ୟାସ ମିଳିବା ଆମର ଅଭିଯାନ ଦ୍ରୁତ ହେବ । ଆଜି ଏଠାରେ ରେଲୱେ ଓ ସଡକ ସହ ଜଡିତ ମହତ୍ତ୍ବପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ହୋଇଛି । ଏହି ସମସ୍ତ ସୁବିଧାରେ ମେୱାଡ ଜନତାଙ୍କ ଜୀବନ ସହଜ ହେବ ଏବଂ ରୋଜଗାର ନୂଆ ଅବସର ମିଳିବ । ଆଇଆଇଟି ନୂଆ କ୍ୟାମ୍ପସ ହେବା ଫଳରେ ଶିକ୍ଷା ହବ ରୂପରେ କୋଟାର ପରିଚୟ ଅଧିକ ଶସକ୍ତ ହେବ ।"

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜସ୍ଥାନର ବିକାଶ ଭାରତ ସରକାରଙ୍କ ପ୍ରାଥମିକତା ରହି ଆସିଛି । ରାଜ୍ୟରେ ଆଧୁନିକ ଭିତ୍ତିଭୂମି ଉପରେ ଅଧିକ ଫୋକସ କରାଯାଇଛି । ବୀରତା, ବୈଭବ ବିକାଶକୁ ଆଗକୁ ନେଇ ବଢ଼ିବା ଶିଖାଇଛି ରାଜସ୍ଥାନ ଇତିହାସ । ଆଜିର ଭାରତ ଏହି ସଂକଳ୍ପକୁ ନେଇ ଆଗକୁ ବଢ଼ୁଛି । ଆମ ସମସ୍ତଙ୍କ ପ୍ରୟାସ ବିକଶିତ ଭାରତ ନିର୍ମାଣରେ ଲାଗି ପଡ଼ିଛନ୍ତି । ଅତୀତରେ ଯିଏ ପଛୁଆ ରହିଛନ୍ତି ଆଜି ତାଙ୍କର ବିକାଶ ଦେଶର ପ୍ରାଥମିକତା । ରାଜସ୍ଥାନ ବିକାଶରେ ଆମର ସଂକଳ୍ପକୁ ଦ୍ରୁତ ସିଦ୍ଧି ମିଳୁ ଏହା ହିଁ କାମନା ।

ଏହା ବି ପଢନ୍ତୁ...PM visit MP: ଆଜି ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସୱେର ଉଦଘାନ କରିବେ ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ମଧ୍ୟପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଗ୍ୱାଲିୟରରେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସୱେ ସମେତ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନ ଓ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ଅନେକ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ABOUT THE AUTHOR

...view details