ଓଡିଶା

odisha

ETV Bharat / bharat

SCO Summit: ଶାନ୍ତି, ସମୃଦ୍ଧି ଆଣିଛି ଏସସିଓ, ଆତଙ୍କବାଦ ରୋକିବାକୁ ଆହ୍ବାନ ଦେଲେ ମୋଦି - ଏସସିଓ ସମ୍ମିଳନୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧକ୍ଷତା

ଆଜି SCO ସମ୍ମିଳନୀରେ ଭର୍ଚ୍ଚୁଆଲି ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନ ରାଷ୍ଟ୍ରପତି, ଋଷ ରାଷ୍ଟ୍ରପତି ପୁଟିନ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

pm modi at SCO Summit
SCO Summit

By

Published : Jul 4, 2023, 11:02 PM IST

ନୂଆଦିଲ୍ଲୀ: SCO ସମଗ୍ର ଏସିଆ କ୍ଷେତ୍ରରେ ଦୁଇ ଦଶନ୍ଧି ହେବ ଶାନ୍ତି, ସମୃଦ୍ଧି ଓ ବିକାଶ ଦିଗରେ ଏକ ମହତ୍ତ୍ବପୂର୍ଣ୍ଣ ପ୍ଲାଟଫର୍ମ ଭାବେ ଉଭା ହୋଇଛି । ଏହି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଜରିଆରେ ଭାରତ ପୁରୁଣା ସଂସ୍କୃତି ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ଆମ ସହଭାଗୀତାର ଜୀବନ୍ତ ପ୍ରମାଣ । ଆମ ଏହି କ୍ଷେତ୍ରକୁ Extended Neighbourhood ନୁହେଁ Extended Family ପରି ଦେଖୁ । ଉର୍ଚୁଆଲି ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ଅଧ୍ୟକ୍ଷତା କରି ଏହା କହିବା ସହ ଆତଙ୍କବାଦ ରୋକିବାକୁ ଆହ୍ବାନ କରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏସସିଓ ସମ୍ମିଳନୀରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ''ଏସସିଓର ଅଧ୍ୟକ୍ଷତା ଭାବରେ ଭାରତ ସହଯୋଗକୁ ନୂଆ ଶିଖର ଯାଏ ନେବାକୁ ନିରନ୍ତର ପ୍ରୟାସ କରୁଛି । ଏହାକୁ ଦୁଇ ଭାଗରେ ଭାଗ କରାଯାଇଛି । ପ୍ରଥମ ବସୁଧୌବ କୁଟୁମ୍ବକମ ଅର୍ଥାତ ସମଗ୍ର ବିଶ୍ବ ଗୋଟିଏ ପରିବାର । ଦ୍ବିତୀୟ ସୁରକ୍ଷା ଅର୍ଥନୈତିକ ବିକାଶ, ଯୋଗାଯୋଗ, ଏକତା, ସମ୍ମାନ, ସୌହାର୍ଦ୍ଦ୍ୟ ଏବଂ ପରିବେଶ ସୁରକ୍ଷା । ଭାରତ ଏସସିଓରେ ସହଯୋଗକୁ 5ଟି ନୂଆ ସ୍ତମ୍ବ କରିଛି । ପ୍ରଥମ ଷ୍ଟାର୍ଟଅଫ ଏବଂ ଉଦ୍ଭାବନ, ଟ୍ରାଡିସନାଲ ମେଡିସିନ, ସଶକ୍ତ ଯୁବଗୋଷ୍ଠୀ, ଡିଜିଟାଲ ଇନକ୍ଲୁସନ ଏବଂ ବୁଦ୍ଧିଷ୍ଟ ଐତିହ୍ୟ ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ବିବାଦ, ଯୁଦ୍ଧ ଏବଂ ମହାମାରୀରେ ଘେରି ହୋଇ ରହିଥିବା ବିଶ୍ବରେ ଖାଦ୍ୟ, ଇନ୍ଧନ ଏବଂ ସାର ସମସ୍ୟା ସମସ୍ତ ଦେଶ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ବର୍ତ୍ତମାନ ସମୟରେ ବୈଶ୍ବିକ ସ୍ଥିତି ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନରେ ପହଞ୍ଚିଛି । ଏକ ସଂଗଠନ ରୂପରେ ଆମ ଲୋକଙ୍କ ଆକାକ୍ଷାଂ ପୂରଣ କରିବା, ଆଧୁନିକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ସକ୍ଷମ କି କଣ ଏସସିଓ ଏପରି ଏକ ସଂଗଠନ ହେଉଛି ଯାହା ଭବିଷ୍ୟତ ପାଇଁ ପ୍ରସ୍ତୁତ ଅଛି ଏ ଦିଗରେ ଆମକୁ ବିଚାର କରିବାକୁ ହେବ । ।

ଆତଙ୍କବାଦ ରୋକିବାକୁ ମୋଦିଙ୍କ ଆହ୍ବାନ:ଏସସିଓ ସମ୍ମିଳନୀରେ ଆତଙ୍କବାଦ ରୋକିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମ୍ମିଳନୀରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୀମାପାର ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦ ହେଉ । ପାକିସ୍ତାନ ନା ନେଇ ଡବଲ ଷ୍ଟାଣ୍ଡାର୍ଡ କଥା କହି ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଫଗାନିସ୍ତାନକୁ ନେଇ ଭାରତ ଅଧିକ ଚିନ୍ତିତ । ଆଫଗାନିସ୍ତାନରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଓ ଅଧିକାର ସୁନିଶ୍ଚିତ କରାଯାଉ । ଅନ୍ୟ ଦେଶରେ ଆତଙ୍କୀ କାର୍ଯ୍ୟ ପାଇଁ ଆଫଗାନିସ୍ତାନ ବ୍ୟବହାର ନ ହେଉ । ଦୁଇ ଦଶନ୍ଧି ହେବ ଆମେ ଆର୍ଥିକ ଓ ସାମାଜିତକ ସହାୟତା ଯୋଗାଉଛୁ । ସମସ୍ତଙ୍କ ସହ ମିଶି କାମ କରିବାକୁ ଭାରତ ପ୍ରତିବଦ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...ଛାତ୍ରୀଙ୍କ ଆଡମିଟ୍ କାର୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ

ଏହା ବି ପଢନ୍ତୁ...କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

2005ରେ ଭାରତ ପ୍ରଥମ ଥର SCO ସମ୍ମିଳନୀରେ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିଥିଲା । ପରେ 2017ରେ ଭାରତ ଏହି ସମ୍ମିଳନୀର ନିୟମିତ ସଦସ୍ୟ ମଧ୍ୟ ହୋଇଥିଲା । ଗତ 6ବର୍ଷ ଧରି ଭାରତ ଏହି ସମ୍ମିଳନୀରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଆସୁଛି । 2022 ସେପ୍ଟେମ୍ବରେ ଉଜବେକିସ୍ତାନ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ସମାପିତ ହେବା ପରେ ଭାରତ ଅଧ୍ୟକ୍ଷତା ଭାର ଗ୍ରହଣ କରିଥିଲା ।

ABOUT THE AUTHOR

...view details