ଓଡିଶା

odisha

କୃଷି ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

By

Published : Dec 16, 2021, 7:26 AM IST

ଗୁଜରାଟର ଆନନ୍ଦଠାରେ ବୁଧବାର ଠାରୁ ଆରମ୍ଭ ହୋଇଥିବା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀର ଅନ୍ତିମ ଅଧିବେଶନକୁ ଆଜି (ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ ଟାରେ କୃଷକମାନଙ୍କୁ ଉଦବୋଧନ (PM Modi will address the farmers the valedictory session of the National Conclave on Natural Farming) ଦେବେ । ଅଧିକ ପଢନ୍ତୁ

PM Modi
PM Modi

ନୂଆଦିଲ୍ଲୀ:ଗୁଜରାଟର ଆନନ୍ଦଠାରେ ବୁଧବାର ଠାରୁ ଆରମ୍ଭ ହୋଇଥିବା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀର ଅନ୍ତିମ ଅଧିବେଶନକୁ ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ ଟାରେ କୃଷକମାନଙ୍କୁ ଉଦବୋଧନ ଦେବେ । ଭିଡିଓ କନଫରେନ୍ସି ଯୋଗେ ପ୍ରଧାନମନ୍ତ୍ରୀ ଦେଶର କୃଷକମାନଙ୍କୁ ଉଦବୋଧନ ଦେବେ । ଏହି ସମ୍ମିଳନୀରେ ବିଶେଷ କରି ପ୍ରାକୃତିକ ପ୍ରଣାଳୀରେ ଚାଷବାସ କରିବା ଉପରେ ଆଲୋଚନା ହେଉଛି । ଏହାଛଡା ପ୍ରାକୃତିକ ପ୍ରଣାଳୀରେ ଚାଷ କଲେ କି ପ୍ରକାର ଲାଭ ହେବ ସେ ସମ୍ପର୍କରେ ମଧ୍ୟ ଚାଷୀଙ୍କୁ ଆବଶ୍ୟକ ସୂଚନା ଦିଆଯାଉଛି ।

ଦେଶର କୃଷକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ପୂରଣ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଉତ୍ପାଦନ ବୃଦ୍ଧିକୁ ନିଶ୍ଚିତ କରି ଚାଷୀଙ୍କ ଚାଷ ଦକ୍ଷତାକୁ ବଢାଇ ସେମାନଙ୍କୁ ଲାଭବାନ କରିବାକୁ ଉଦ୍ୟମ ଅବ୍ୟାହତ ରହିଛି । ଏହାଛଡା ଚାଷୀଙ୍କ ଆୟ ବଢାଇବାକୁ ମଧ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଲାଭଦାୟକ କୃଷି ପଦ୍ଧତିର ନିରନ୍ତରତା ରକ୍ଷା, କୃଷି କାର୍ଯ୍ୟରେ ବିନିଯୋଗ ଜନିତ ଖର୍ଚ୍ଚ ହ୍ରାସ, ଉତ୍ପାଦିତ ସାମଗ୍ରୀ ପାଇଁ ଉତ୍ତମ ବଜାର ସୁବିଧା ଯୋଗାଣ ଓ ସର୍ବୋପରି ଚାଷୀଙ୍କୁ ଅଧିକ ଆୟ ଦେବା ନିମନ୍ତେ ସରକାର ନାନା ପ୍ରକାର ପଦକ୍ଷେପ ତଥା ସହାୟକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏହାବାଦ ଶୂନ୍ୟ ବଜେଟ (Zero Budget Natural Farming) ପ୍ରାକୃତିକ ଚାଷ, କୃଷି କାର୍ଯ୍ୟରେ ଖର୍ଚ୍ଚ ହ୍ରାସ ପାଇଁ ଆଲୋଚନା ହେଉଛି । ଫଳରେ ସାର, କୀଟନାଶକ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ଚାଷୀଙ୍କୁ ବଜାର ଉପରେ ଅଧିକ ନିର୍ଭର କରିବାକୁ ପଡିବ ନାହିଁ । ଏହା ଦ୍ବାରା ସେମାନଙ୍କ ଚାଷବାସ ଖର୍ଚ୍ଚ କମିବ ଏବଂ ଆୟ ବଢିବ ବୋଲି ସରକାର ଆଶା ରଖିଛନ୍ତି ।

ସେହିପରି ଚାଷୀଙ୍କୁ ପାରମ୍ପରିକ କ୍ଷେତ୍ରଭିତ୍ତିକ ପ୍ରଯୁକ୍ତି ବ୍ୟବହାର କରି ମାଟିର ଉର୍ବରତା ଓ ଉତ୍ପାଦକତା ଶକ୍ତି ବୃଦ୍ଧି ପାଇଁ ଉପାୟ ଯୋଗାଇ ଦେବାକୁ ପ୍ରୟାସ କରୁଛନ୍ତି ସରକାର । ଦେଶୀ ଗାଈ ଗୋବର ଓ ଗୋ-ମୁତ୍ରକୁ ସହଜରେ ବିନା ଖର୍ଚ୍ଚରେ ନିଜର ଜମିରେ ବ୍ୟବହାର କରି ଚାଷୀ ଏହାର ଉତ୍ପାଦକ ଶକ୍ତିକୁ ବଢାଇ ପାରିବେ । ଜମିର ଆର୍ଦ୍ରତା ରକ୍ଷା ପାଇଁ ଘାସପତ୍ର ଆଦି ଜୈବିକ ପଦାର୍ଥମାନ ବ୍ୟବହାର କରି ତାହାକୁ ଘୋଡାଇ ରଖିବାର ପାରମ୍ପରିକ ପଦ୍ଧତିର ଉପଯୋଗ ଉପରେ ଗୁରୁତ୍ବ ଦିଆଯାଉଛି । ଏହା ଫଳରେ ଜମିର ଆର୍ଦ୍ରତା ବର୍ଷତମାମ ରହିବ ଏବଂ ଜଳାଭାବ ସମୟରେ ମଧ୍ୟ ଏହି ପଦ୍ଧତିରେ ଜମିରୁ ଫସଲ ଉତ୍ପାଦନ କମିବ ନାହିଁ କି ମରୁଡି ଭୟ ରହିବ ନାହିଁ । ଏହାଫଳରେ ଜମିରୁ ନିରନ୍ତର ଫସଲ ଉତ୍ପାଦିତ ହୋଇପାରିବ । ଏହି ପଦ୍ଧତି ଅବଲମ୍ବନ କିରବାର ପ୍ରଥମ ବର୍ଷଠାରୁ ଚାଷୀଙ୍କୁ ଭଲ ଉତ୍ପାଦନ ମିଳିପାରିବ ।

ଏସବୁ କୌଶଳ ଉପରେ ଗୁରୁତ୍ବ ଦେବା ସହିତ ସମଗ୍ର ଦେଶର ଚାଷୀମାନଙ୍କୁ ଏସଂକ୍ରାନ୍ତ ତଥ୍ୟ ଓ ବାର୍ତ୍ତା ଯୋଗାଇବାକୁ ଗୁଜରାଟ ସରକାର(Government of Gujarat) କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଏକ ତିନିଦିନିଆ ଜାତୀୟ ଶିଖର ସମ୍ମିଳନୀ (National Conclave on Natural Farming) ବୁଧବାର ଠାରୁ ଆୟୋଜନ କରିଛନ୍ତି । ଏହା ଗୁରୁବାର ଶେଷ ହେବ । ଏହି ସମ୍ମିଳନୀରେ ୫ ହଜାରରୁ ଅଧିକ କୃଷକ ଯୋଗ ଦେଇଛନ୍ତି । ଏହାଛଡା ଦେଶର ବିଭିନ୍ନ ଭାଗର ଚାଷୀମାନଙ୍କୁ ଆଇସିଆରର କେନ୍ଦ୍ରୀୟ ପ୍ରତିଷ୍ଠାନ ସମୂହ, କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ପ୍ରଯୁକ୍ତି ପରିଚାଳନା ସଂସ୍ଥା (ଆତ୍ମା) (Agricultural Technology Management Agency) ନେଟୱାର୍କ ମାଧ୍ୟମରେ ଆଭାସୀ (ଭିଡିଓ କନଫରେନସି) ଯୋଗେ ସମ୍ମିଳନୀରେ ସାମିଲ ହେବାର ବ୍ୟବସ୍ଥା କରାଯାଇଛି ।

@IANS

ABOUT THE AUTHOR

...view details