ନୂଆଦିଲ୍ଲୀ:ଆଜି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ । ପୂର୍ବାହ୍ନ 11ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ସହିତ ଜଡିତ କିଛି କାହାଣୀ ବିଷୟରେ ଉଲ୍ଲେଖ୍ୟ କରିବେ ପ୍ରଧାନମନ୍ତ୍ରୀ । ଆଜି ଏହି ମନ କି ବାତ କାର୍ଯ୍ୟକ୍ରମର 77ତମ ସଂସ୍କରଣ ।
ଏହା ସହିତ କୋରୋନା ସଂଙ୍କଟ ଓ ଟୀକାକରଣ ନେଇ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ପିଏମ ମୋଦି ଏପ୍ରିଲ 25ରେ ଦେଶବାସୀଙ୍କ ସହିତ କଥା ହୋଇଥିଲେ । ଏହି ଅବସରରେ ମହାରାଷ୍ଟ୍ରର କୋଭି଼ଡ 19 ଟାସ୍କ ଫୋର୍ସର ସଦସ୍ୟ ଡାକ୍ତର ଶଶାଙ୍କ ଜୋଶୀଙ୍କ ସହିତ କଥା ହୋଇଥିଲେ । ଡାକ୍ତର ଜୋଶୀଙ୍କୁ 2014ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।