ପାନାଜୀ: ଆଜି ଗୋଆରେ 'ହର ଘର ଜଳ ଉତ୍ସବ' (Har Ghar Jal) ଯୋଜନାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଗୋଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଭିଡିଓ କନଫରେସିଂ ଜରିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ମଧ୍ୟ ଉପସ୍ଥିତ ରହିବେ ।
ଆଜି ଗୋଆରେ ହର ଘର ଜଳ ଉତ୍ସବକୁ ସମ୍ବୋଧିତ କରିବେ ମୋଦି - ହର ଘର ଜଳ ଉତ୍ସବ
ଆଜି ଭିଡିଓ କନଫରେସିଂ ଜରିଆରେ ପାନାଜୀର ଇନଷ୍ଟିଚ୍ୟୁଟ୍ ମେନେଜେସ୍ ବ୍ରାଗାଞ୍ଜା(IMB) ଠାରେ ହର ଘର ଜଳ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ
ପାନାଜୀର ଇନଷ୍ଟିଚ୍ୟୁଟ୍ ମେନେଜେସ୍ ବ୍ରାଗାଞ୍ଜା(IMB) ଠାରେ ଏହି କାର୍ଯ୍ୟକ୍ରର ଆୟୋଜନ କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି ଯେ, ''ଆଜି ଗୋଆ ଓ ହର ଘର ଜଳ ପହଞ୍ଚାଇବା ଆମର ପ୍ରୟାସ ପାଇଁ ଏକ ବିଶେଷ ଦିନ, ଏଣୁ ସମସ୍ତ ଜଳ ସଂରକ୍ଷଣ ଓ ପରିବେଶ ପ୍ରେମୀଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଁ ନିବେଦନ କରୁଛି ''
ଏନେଇ ଗୋଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, ''ଗ୍ରାମାଞ୍ଚଳରେ ଶହେ ପ୍ରତିଶତ ଜଳ ପାଇପ ଯୋଗେ ଯୋଗାଇବାରେ ଗୋଆ ହେଉଛି ପ୍ରଥମ ରାଜ୍ୟ । ଗୋଆରେ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ରାଜ୍ୟ ଲୋକ ନିର୍ମାଣ ବିଭାଗ କାର୍ଯ୍ୟକାରୀ ସଂସ୍ଥା ରହିଛି'' ।